Defence Minister Rajnath Singh: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି(ମଙ୍ଗଳବାର) ଓଡ଼ିଶା ଗସ୍ତରେ ଆସୁଛନ୍ତି। ସୂଚନା ଅନୁଯାୟୀ, ସେ ଆସନ୍ତାକାଲି କୋରାପୁଟ୍ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ସେ ସୁନାବେଡା ସ୍ଥିତ ହିନ୍ଦୁସ୍ତାନ୍ ଏରୋନଟିକ୍ସ ଲିମିଟେଡ୍(HAL)ର ପ୍ରତିରକ୍ଷା ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ମିଳିଥିବା ସୂଚନା ଅନୁସାରେ, ସେ ହାଲ୍ କେନ୍ଦ୍ରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି ଅବସରରେ ସେ ପ୍ରତିରକ୍ଷା ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକଳାପ୍ ର ସମୀକ୍ଷା କରିବା ସହ ହାଲ୍ ର ବିରିଷ୍ଠ ଅଧିକାରୀ ଓ ପ୍ରତିରକ୍ଷା କ୍ଷେତ୍ର ସହ ଜଡି଼ତ ଅଧିକାରୀଙ୍କ ସହ ଆଲୋଚନା କରିବେ। ତେବେ, ପ୍ରତିରକ୍ଷା ମନ୍ତ୍ରୀଙ୍କ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ରହିବେ। ଗସ୍ତ ପରେ ସେ ରାୟପୁର୍ ଦେଇ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।