SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Accident: ଘନ କୁହୁଡ଼ି ହେଲା କାଳ! ଦୁଇ ବାଇକ୍ ଧକ୍କାରେ ଚାଲିଗଲା ଜଣଙ୍କ ଜୀବନ

ରାଇପଡ଼ା ଗାଁରେ ଯାତ୍ରା ଦେଖି ଦୁଇଟି ବାଇକ୍‌ରେ କିଛି ଲୋକ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ଲମତାପୁଟ ଅଞ୍ଚଳରେ ଦୁଇଟି ବାଇକ୍ ମଧ୍ୟରେ ଜୋରଦାର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ୍‌ରେ ଥିବା ୬ ଜଣ ଆହତ ହୋଇଥିଲେ।

Written By Priyambada Rana Edited By Priyambada Rana
Published: Nov 23, 2026, 07:55 IST | Updated: Nov 23, 2026, 08:00 IST
Image Credit: Accident: ଘନ କୁହୁଡ଼ି ହେଲା କାଳ! ଦୁଇ ବାଇକ୍ ଧକ୍କାରେ ଚାଲିଗଲା ଜଣଙ୍କ ଜୀବନ
Join

Accident: କୁହୁଡ଼ି ହେଲା କାଳ! ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଏଭଳି ଏକ ଦୁଃଖଦ ସଡ଼କ ଦୁର୍ଘଟଣା ଲମତାପୁଟ ଅଞ୍ଚଳରେ ଘଟିଛି। ମୃତକ ଜଣକ ବୈପାରୀଗୁଡ଼ା ବ୍ଲକ୍‌ର କଟରାଗୁଡ଼ା ଗାଁର ଯୁବକ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ରାଇପଡ଼ା ଗାଁରେ ଯାତ୍ରା ଦେଖି ଦୁଇଟି ବାଇକ୍‌ରେ କିଛି ଲୋକ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ଲମତାପୁଟ ଅଞ୍ଚଳରେ ଦୁଇଟି ବାଇକ୍ ମଧ୍ୟରେ ଜୋରଦାର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ୍‌ରେ ଥିବା ୬ ଜଣ ଆହତ ହୋଇଥିଲେ।

ALSO READ: Today Horoscope: ୧୨ଟି ରାଶି ମଧ୍ୟରୁ କାହା ପାଇଁ ଶୁଭ ରହିବ ସୋମବାର? ଜାଣନ୍ତୁ ଆପଣଙ୍କ ଭାଗ୍ୟଫଳ

ଦୁର୍ଘଟଣାରେ ଜଣେ ଯୁବକଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପଛରେ ଘନ କୁହୁଡ଼ି କାରଣ ହୋଇଥାଇପାରେ ବୋଲି ପ୍ରାଥମିକ ସୂଚନା ମିଳିଛି।

ଏହି ଦୁର୍ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଶୀତଦିନେ ଘନ କୁହୁଡ଼ି ଯୋଗୁଁ ରାସ୍ତାରେ ଦୃଶ୍ୟମାନତା କମିଯାଉଥିବାରୁ ଯାନବାହନ ଚାଳକମାନେ ସତର୍କତାର ସହ ଗାଡ଼ି ଚଳାଇବା ଆବଶ୍ୟକ।

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES