ଆରପାରିରେ ପୂର୍ବତନ ମନ୍ତ୍ରୀ ତଥା ସାଂସଦ ରାସ ବିହାରୀ ବେହେରା
୧୯୭୭ ଓ ୧୯୮୫ ମସିହାରେ ଅନୁଷ୍ଠିତ ହୋଇଥିବା ଓଡ଼ିଶା ବିଧାନସଭା ନିର୍ବାଚନରେ ରାସ ବିହାରୀ କୋକସରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ସପ୍ତମ ଓ ନବମ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।
ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ସାଂସଦ ରାସ ବିହାରୀ ବେହେରାଙ୍କ ପରଲୋକ ହୋଇଯାଇଛି। ଆଜି ସକାଳେ ଭବାନୀପାଟଣା ସ୍ଥିତ ବାସଭବନରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି। ରାସ ବିହାରୀ ବେହେରାଙ୍କ ପରଲୋକରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ରାଜ୍ୟ କଂଗ୍ରେସ ସଭାପତି ଭକ୍ତଚରଣ ଦାସ ରାସ ବିହାରୀ ବେହେରାଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।
୧୯୭୭ ଓ ୧୯୮୫ ମସିହାରେ ଅନୁଷ୍ଠିତ ହୋଇଥିବା ଓଡ଼ିଶା ବିଧାନସଭା ନିର୍ବାଚନରେ ରାସ ବିହାରୀ କୋକସରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ସପ୍ତମ ଓ ନବମ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୦ ଭାରତୀୟ ସାଧାରଣ ନିର୍ବାଚନରେ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରୁ ସପ୍ତମ ଲୋକସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।
ରାସ ବିହାରୀ ବେହେରା ୧୯୩୮ ମସିହା ଅପ୍ରେଲ ୧୨ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ। ସେ କୃଷି ଓ ସମବାୟ ମନ୍ତ୍ରୀ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ତୁଳାଇଥିଲେ । ଭାରତୀୟ ଜାତୀୟ କଂଗ୍ରେସର ଓଡ଼ିଶା ବିଧାନସଭାରେ ବିଧାୟକ ଭାବରେ ୨ ଥର ଓ ଲୋକସଭାର ସାଂସଦ ଭାବରେ ଥରେ କାର୍ଯ୍ୟ ନିର୍ବାଚିତ ହୋଇଥିଲେ । ରାସ ବିହାରୀଙ୍କ ବିୟୋଗରେ କଳାହାଣ୍ଡି ଜିଲ୍ଲାରେ ଶୋକର ଛାୟା ଖେଳିଯାଇଥିବା ଦେଖିବାକୁ ମିଳିଛି।
ରାସ ବିହାରୀ ବେହେରାଙ୍କ ଅନ୍ୟ ଏକ ପରିଚୟ ହେଉଛି ସେ ଜଣେ ସାହିତ୍ୟିକ । ତାଙ୍କ ରଚିତ ଉପନ୍ୟାସ-ବିଜୟୀ ଓ ଭ୍ରମଣ ସାହିତ୍ୟ-ଅନନ୍ୟସୃଷ୍ଟି କାନାଡ଼ା ସଭିଙ୍କ ଗହଣରେ ବେଶ୍ ଲୋକାଦୃତ ହୋଇଥିଲା। ଅନନ୍ୟସୃଷ୍ଟି କାନାଡ଼ା ପୁସ୍ତକ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାରମଧ୍ୟ ମିଳିଥିଲା ।
Also Read- ଦୀପାବଳିରେ ମାଗଣାରେ ଦେଖନ୍ତୁ ସୁପରଷ୍ଟାର ଅନୁଭବଙ୍କ ସସ୍ପେନ୍ସ ଥ୍ରିଲର ‘ଛକି ଶୂନ’