• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /HRMS ପୋର୍ଟାଲରେ ଜାଲ୍ ବିଲ୍ କରି ୧.୨୩ କୋଟି ହଡ଼ପ! ଭିଜିଲାନ୍ସ ଜାଲରେ ବନ ବିଭାଗର ବରିଷ୍ଠ ସହାୟକ

HRMS ପୋର୍ଟାଲରେ ଜାଲ୍ ବିଲ୍ କରି ୧.୨୩ କୋଟି ହଡ଼ପ! ଭିଜିଲାନ୍ସ ଜାଲରେ ବନ ବିଭାଗର ବରିଷ୍ଠ ସହାୟକ

ଭିଜିଲାନ୍ସ ସୂଚନା ଅନୁଯାୟୀ, ଅଜୟ କୁମାର ନାୟକ ଡିଏଫ୍‌ଓ କାର୍ଯ୍ୟାଳୟର ପ୍ରତିଷ୍ଠାନ ବିଭାଗରେ ବରିଷ୍ଠ ସହାୟକ ଭାବେ କାର୍ଯ୍ୟ କରୁଥିଲେ। ଏହି ବିଭାଗରେ କର୍ମଚାରୀଙ୍କ ଦରମା, ଅବ୍ୟବହୃତ ଛୁଟି ବଦଳରେ ମିଳୁଥିବା ଅର୍ଥ ଏବଂ ବକେୟା ଦେୟ ପ୍ରକ୍ରିୟାକରଣ ଦାୟିତ୍ୱ ରହିଥାଏ। ଏହି ସୁଯୋଗରେ ସେ HRMS ପୋର୍ଟାଲରେ ଜାଲ୍ ବିଲ୍ ପ୍ରସ୍ତୁତ କରି ସରକାରୀ ଅର୍ଥ ହଡ଼ପ କରିଥିବା ତଦନ୍ତରୁ ଜଣାପଡ଼ିଥିବା ଭିଜିଲାନ୍ସ କହିଛି।

Written ByPriyambada RanaEdited ByPriyambada Rana
Published: Nov 21, 2026, 11:01 IST|Updated: Nov 21, 2026, 11:03 IST
joinshare
HRMS ପୋର୍ଟାଲରେ ଜାଲ୍ ବିଲ୍ କରି ୧.୨୩ କୋଟି ହଡ଼ପ! ଭିଜିଲାନ୍ସ ଜାଲରେ ବନ ବିଭାଗର ବରିଷ୍ଠ ସହାୟକ
Image Credit: AI

About the Author

    Priyambada Rana

    Priyambada Rana

    I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    HRMS ପୋର୍ଟାଲରେ ଜାଲ୍ ବିଲ୍ କରି ୧.୨୩ କୋଟି ହଡ଼ପ! ଭିଜିଲାନ୍ସ ଜାଲରେ ବନ ବିଭାଗର ବରିଷ୍ଠ ସହାୟକ

    HRMS ପୋର୍ଟାଲରେ ଜାଲ୍ ବିଲ୍ କରି ୧.୨୩ କୋଟି ହଡ଼ପ! ଭିଜିଲାନ୍ସ ଜାଲରେ ବନ ବିଭାଗର ବରିଷ୍ଠ ସହାୟକ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    KL Rahul Creates History: ୧୬୯ ବଲ୍‌ରେ ରାହୁଲଙ୍କ ବଡ଼ ରେକର୍ଡ, WTCରେ ଛୁଇଁଲେ...

    4

    Toxic Liquor Tragedy: ବିଷାକ୍ତ ମଦର ତାଣ୍ଡବ! ୪୮ ଘଣ୍ଟାରେ ୧୧ ମୃତ, ୧୮୧ ହସ୍ପିଟାଲରେ ଭର୍ତ୍ତି

    5

    Odisha Weather Update: ଆଜି ଏହି ସବୁ ଜିଲ୍ଲାରେ ବିଜୁଳି-ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି...

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Odisha Vigilance: ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ପୁଣି ଜଣେ ସରକାରୀ କର୍ମଚାରୀଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ଅନୁଗୋଳ ଜିଲ୍ଲାର ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର ଡିଏଫ୍‌ଓ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ସହାୟକ ଅଜୟ କୁମାର ନାୟକଙ୍କୁ ୧ କୋଟି ୨୩ ଲକ୍ଷରୁ ଅଧିକ ଟଙ୍କାର ଅର୍ଥ ହଡ଼ପ ମାମଲାରେ ଗିରଫ କରାଯାଇଛି।

    ଭିଜିଲାନ୍ସ ସୂଚନା ଅନୁଯାୟୀ, ଅଜୟ କୁମାର ନାୟକ ଡିଏଫ୍‌ଓ କାର୍ଯ୍ୟାଳୟର ପ୍ରତିଷ୍ଠାନ ବିଭାଗରେ ବରିଷ୍ଠ ସହାୟକ ଭାବେ କାର୍ଯ୍ୟ କରୁଥିଲେ। ଏହି ବିଭାଗରେ କର୍ମଚାରୀଙ୍କ ଦରମା, ଅବ୍ୟବହୃତ ଛୁଟି ବଦଳରେ ମିଳୁଥିବା ଅର୍ଥ ଏବଂ ବକେୟା ଦେୟ ପ୍ରକ୍ରିୟାକରଣ ଦାୟିତ୍ୱ ରହିଥାଏ। ଏହି ସୁଯୋଗରେ ସେ HRMS ପୋର୍ଟାଲରେ ଜାଲ୍ ବିଲ୍ ପ୍ରସ୍ତୁତ କରି ସରକାରୀ ଅର୍ଥ ହଡ଼ପ କରିଥିବା ତଦନ୍ତରୁ ଜଣାପଡ଼ିଥିବା ଭିଜିଲାନ୍ସ କହିଛି।

    ALSO READ: Top 10 News: ଚୁଟକିରେ ପଢ଼ନ୍ତୁ ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    ଅଭିଯୋଗ ଅନୁଯାୟୀ, ୨୦୧୯ ଜାନୁଆରୀ ୧ରୁ ୨୦୨୫ ଜୁନ୍ ୩୦ ମଧ୍ୟରେ ମୋଟ ୧,୨୩,୫୨,୫୪୭ ଟଙ୍କା ହଡ଼ପ କରାଯାଇଛି। ଅବସରପ୍ରାପ୍ତ ଓ ମୃତ କର୍ମଚାରୀଙ୍କ ନାମରେ ଅବ୍ୟବହୃତ ଛୁଟିର ଦେୟ ଏବଂ ବକେୟା ଅର୍ଥ ପାଇଁ ଜାଲ୍ ଦାବି ପ୍ରସ୍ତୁତ କରି ଅନଲାଇନ୍ ରେକର୍ଡରେ ହେରଫେର କରାଯାଇଥିଲା। ଏହି ଅର୍ଥ ପ୍ରକୃତ ହିତାଧିକାରୀଙ୍କ ନିକଟକୁ ନଯାଇ ଅଭିଯୁକ୍ତଙ୍କ ନିଜ ବ୍ୟାଙ୍କ ଖାତା ସହ ତାଙ୍କର ଦୁଇ ଜଣ ସହଯୋଗୀଙ୍କ ବ୍ୟାଙ୍କ ଖାତାକୁ NEFT ମାଧ୍ୟମରେ ଟ୍ରେଜେରୀ ଜରିଆରେ ପଠାଯାଇଥିବା ତଦନ୍ତରେ ସାମ୍ନାକୁ ଆସିଛି।

    ୨୦୨୬ ଅକ୍ଟୋବରରୁ ଅଜୟ ନାୟକ ଫେରାର ଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ତାଙ୍କ ଗତିବିଧି ଉପରେ ନଜର ରଖିଥିବା ଭିଜିଲାନ୍ସ ଟିମ୍ ଗତକାଲି ରାତିରେ ଅନୁଗୋଳ ସହରରେ ସେ କାର୍‌ରେ ଘରକୁ ଯାଉଥିବା ସମୟରେ ତାଙ୍କୁ ଧରିଥିଲା।

    ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୪୪/୨୦୨୬ ରୁଜୁ ହୋଇଛି। ଦୁର୍ନୀତି ନିବାରଣ ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତା (BNS)ର ସମ୍ପୃକ୍ତ ଧାରାରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।

    Add Zee News as a Preferred Source
    TAGS:
    Vigilance Raid