HRMS ପୋର୍ଟାଲରେ ଜାଲ୍ ବିଲ୍ କରି ୧.୨୩ କୋଟି ହଡ଼ପ! ଭିଜିଲାନ୍ସ ଜାଲରେ ବନ ବିଭାଗର ବରିଷ୍ଠ ସହାୟକ
ଭିଜିଲାନ୍ସ ସୂଚନା ଅନୁଯାୟୀ, ଅଜୟ କୁମାର ନାୟକ ଡିଏଫ୍ଓ କାର୍ଯ୍ୟାଳୟର ପ୍ରତିଷ୍ଠାନ ବିଭାଗରେ ବରିଷ୍ଠ ସହାୟକ ଭାବେ କାର୍ଯ୍ୟ କରୁଥିଲେ। ଏହି ବିଭାଗରେ କର୍ମଚାରୀଙ୍କ ଦରମା, ଅବ୍ୟବହୃତ ଛୁଟି ବଦଳରେ ମିଳୁଥିବା ଅର୍ଥ ଏବଂ ବକେୟା ଦେୟ ପ୍ରକ୍ରିୟାକରଣ ଦାୟିତ୍ୱ ରହିଥାଏ। ଏହି ସୁଯୋଗରେ ସେ HRMS ପୋର୍ଟାଲରେ ଜାଲ୍ ବିଲ୍ ପ୍ରସ୍ତୁତ କରି ସରକାରୀ ଅର୍ଥ ହଡ଼ପ କରିଥିବା ତଦନ୍ତରୁ ଜଣାପଡ଼ିଥିବା ଭିଜିଲାନ୍ସ କହିଛି।
Odisha Vigilance: ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ପୁଣି ଜଣେ ସରକାରୀ କର୍ମଚାରୀଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ଅନୁଗୋଳ ଜିଲ୍ଲାର ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର ଡିଏଫ୍ଓ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ସହାୟକ ଅଜୟ କୁମାର ନାୟକଙ୍କୁ ୧ କୋଟି ୨୩ ଲକ୍ଷରୁ ଅଧିକ ଟଙ୍କାର ଅର୍ଥ ହଡ଼ପ ମାମଲାରେ ଗିରଫ କରାଯାଇଛି।
ଭିଜିଲାନ୍ସ ସୂଚନା ଅନୁଯାୟୀ, ଅଜୟ କୁମାର ନାୟକ ଡିଏଫ୍ଓ କାର୍ଯ୍ୟାଳୟର ପ୍ରତିଷ୍ଠାନ ବିଭାଗରେ ବରିଷ୍ଠ ସହାୟକ ଭାବେ କାର୍ଯ୍ୟ କରୁଥିଲେ। ଏହି ବିଭାଗରେ କର୍ମଚାରୀଙ୍କ ଦରମା, ଅବ୍ୟବହୃତ ଛୁଟି ବଦଳରେ ମିଳୁଥିବା ଅର୍ଥ ଏବଂ ବକେୟା ଦେୟ ପ୍ରକ୍ରିୟାକରଣ ଦାୟିତ୍ୱ ରହିଥାଏ। ଏହି ସୁଯୋଗରେ ସେ HRMS ପୋର୍ଟାଲରେ ଜାଲ୍ ବିଲ୍ ପ୍ରସ୍ତୁତ କରି ସରକାରୀ ଅର୍ଥ ହଡ଼ପ କରିଥିବା ତଦନ୍ତରୁ ଜଣାପଡ଼ିଥିବା ଭିଜିଲାନ୍ସ କହିଛି।
ALSO READ: Top 10 News: ଚୁଟକିରେ ପଢ଼ନ୍ତୁ ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..
ଅଭିଯୋଗ ଅନୁଯାୟୀ, ୨୦୧୯ ଜାନୁଆରୀ ୧ରୁ ୨୦୨୫ ଜୁନ୍ ୩୦ ମଧ୍ୟରେ ମୋଟ ୧,୨୩,୫୨,୫୪୭ ଟଙ୍କା ହଡ଼ପ କରାଯାଇଛି। ଅବସରପ୍ରାପ୍ତ ଓ ମୃତ କର୍ମଚାରୀଙ୍କ ନାମରେ ଅବ୍ୟବହୃତ ଛୁଟିର ଦେୟ ଏବଂ ବକେୟା ଅର୍ଥ ପାଇଁ ଜାଲ୍ ଦାବି ପ୍ରସ୍ତୁତ କରି ଅନଲାଇନ୍ ରେକର୍ଡରେ ହେରଫେର କରାଯାଇଥିଲା। ଏହି ଅର୍ଥ ପ୍ରକୃତ ହିତାଧିକାରୀଙ୍କ ନିକଟକୁ ନଯାଇ ଅଭିଯୁକ୍ତଙ୍କ ନିଜ ବ୍ୟାଙ୍କ ଖାତା ସହ ତାଙ୍କର ଦୁଇ ଜଣ ସହଯୋଗୀଙ୍କ ବ୍ୟାଙ୍କ ଖାତାକୁ NEFT ମାଧ୍ୟମରେ ଟ୍ରେଜେରୀ ଜରିଆରେ ପଠାଯାଇଥିବା ତଦନ୍ତରେ ସାମ୍ନାକୁ ଆସିଛି।
୨୦୨୬ ଅକ୍ଟୋବରରୁ ଅଜୟ ନାୟକ ଫେରାର ଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ତାଙ୍କ ଗତିବିଧି ଉପରେ ନଜର ରଖିଥିବା ଭିଜିଲାନ୍ସ ଟିମ୍ ଗତକାଲି ରାତିରେ ଅନୁଗୋଳ ସହରରେ ସେ କାର୍ରେ ଘରକୁ ଯାଉଥିବା ସମୟରେ ତାଙ୍କୁ ଧରିଥିଲା।
ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୪୪/୨୦୨୬ ରୁଜୁ ହୋଇଛି। ଦୁର୍ନୀତି ନିବାରଣ ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତା (BNS)ର ସମ୍ପୃକ୍ତ ଧାରାରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।