SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Farmers Death: ଚାଷ କରୁଥିବା ସମୟରେ ଦୁର୍ଭାଗ୍ୟଜନକ ଭାବେ ଗଲା ଚାଷୀଙ୍କ ଜୀବନ

ଚାଷ କରୁଥିବା ସମୟରେ ଅସାବଧାନତା ବଶତଃ ପାୱାର ଟିଲର ମେସିନରେ ଗୋଡ଼ ଟାଣି ହୋଇ ଭିତରେ ପଶି ଯାଇଥିଲା । ଗୋଡକୁ କାଢ଼ିବା ପାଇଁ ମୁଣ୍ଡକୁ ତଳକୁ କରିବା ସମୟରେ ମୁଣ୍ଡ ମଧ୍ୟ ଉକ୍ତ ମେସିନ୍ ଭିତରକୁ ଟାଣି ହୋଇ ଯାଇଥିଲା ।

Written By Soubhagya Ranjan Mishra Edited By Soubhagya Ranjan Mishra
Published: Nov 23, 2026, 16:40 IST | Updated: Nov 23, 2026, 16:40 IST
Image Credit: Canva/ZEEOdishaNews
Join

କୋରାପୁଟ: (ନିରୋଜ ଶତପଥୀ) ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ରାଲେଗଡା ପଞ୍ଚାୟତର କର୍ତ୍ତାଲାବା ଗ୍ରାମରୁ ଏକ ଦୁଖଦ ଖବର ସାମ୍ନାକୁ ଆଲିଛି । ନିଜ ଚାଷଜମିରେ ପାୱାର ଟିଲର ଯୋଗେ ଚାଷ କରୁଥିବା ସମୟରେ ଜଣେ ଚାଷୀଙ୍କ ପ୍ରଥମେ ଗୋଡ ଏବଂ ପରେ ମୁଣ୍ଡ କଟି ମୃତ୍ୟୁ ବରଣ କରିଥିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସୂଚନା ମୁତାବକ, ଉକ୍ତ ଗ୍ରାମର ପାଣ୍ଡୁ କଡ୍ରି ନାମକ ଜଣେ ଚାଷୀ ଦୁଇ ଦିନ ପୂର୍ବେ ପାୱାର ଟିଲର ମେସିନ୍ କିଣି ଆଣିଥିଲେ। ସେହି ମେସିନ୍ ଯୋଗେ ସୋମବାର ନିଜ ଜମିରେ ଚାଷ କରୁଥିଲେ । ଚାଷ କରୁଥିବା ସମୟରେ ଅସାବଧାନତା ବଶତଃ ପାୱାର ଟିଲର ମେସିନରେ ଗୋଡ଼ ଟାଣି ହୋଇ ଭିତରେ ପଶି ଯାଇଥିଲା । ଗୋଡକୁ କାଢ଼ିବା ପାଇଁ ମୁଣ୍ଡକୁ ତଳକୁ କରିବା ସମୟରେ ମୁଣ୍ଡ ମଧ୍ୟ ଉକ୍ତ ମେସିନ୍ ଭିତରକୁ ଟାଣି ହୋଇ ଯାଇଥିଲା । ଯାହାଫଳରେ ଘଟଣାସ୍ଥଳରେ ଚାଷୀଙ୍କ ମୁଣ୍ଡ କଟିଯିବା ସହ ମୃତ୍ୟୁ ହୋଇଥିଲା । ଅନ୍ୟପକ୍ଷରେ ଏହିପରି ଦୃଶ୍ୟ ଦେଖି ଚାଷଜମି ନିକଟରେ ରହିଥିବା କିଛି ଗ୍ରାମବାସୀ ଏବଂ ସମ୍ପର୍କୀୟମାନେ ପହଞ୍ଚି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଉଦ୍ଧାର କରି ପାରିନଥିଲେ । ପରେ ଖବର ପାଇ ପଟ୍ଟାଙ୍ଗି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।

Also Read- Odisha Assembly: ରାଜ୍ୟରେ ମୁଣ୍ଡପିଛା ଋଣ ବଢ଼ିଛି, ୨ ଲକ୍ଷ ୩୯ ହଜାର ଜମାକାରୀଙ୍କୁ ଚିଟଫଣ୍ଡ ଟଙ୍କା ମିଳିଛି

Also Read- Ayodhya Janakpur Direct Express: ତୀର୍ଥଯାତ୍ରୀଙ୍କ ପାଇଁ ଖୁସି ଖବର, ଟ୍ରେନରେ ଯାଇପାରିବେ ଭାରତରୁ ନେପାଳ

Add Zee News as a Preferred Source
TAGS:

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES