SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

ଏଣିକି ସବୁ ଯୋଗ୍ୟ ବ୍ୟକ୍ତିଙ୍କୁ ମିଳିବ ପେନସନ - ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୂର୍ବ ସରକାରଙ୍କ ସମୟରେ ଉଭୟ ରାଜ୍ୟ ଓ ଜିଲ୍ଲା ପାଇଁ ଏକ ନିର୍ଦ୍ଦିଷ୍ଟ କୋଟା ବ୍ୟବସ୍ଥା ରହିଥିବାରୁ ପେନସନ ପାଉଥିବା ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପରଲୋକ ପରେ ହିଁ ଅନ୍ୟ ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ସ୍ଥାନ ମିଳୁଥିଲା। ଏହି ସମ୍ବେଦନହୀନ ଓ ଅମାନବୀୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସମାପ୍ତ କରାଯାଇଛି।

Written By Soubhagya Ranjan Mishra Edited By Soubhagya Ranjan Mishra
Published: Nov 10, 2026, 05:50 PM IST | Updated: Nov 10, 2026, 05:54 PM IST
Image Credit: CM Mohan Charan Majhi
Join

ବାଲେଶ୍ୱର: ଆଜି ଓଡିଶା ପାଇଁ ଏକ ଐତିହାସିକ ଦିବସ। ଆଜି ଠାରୁ ରାଜ୍ୟର କୌଣସି ଗୁରୁଜନ, ବୟୋଜ୍ୟେଷ୍ଠ, ଦିବ୍ୟାଙ୍ଗଜନ କିମ୍ବା ଅସହାୟ ବ୍ୟକ୍ତି ଆଉ ସରକାରଙ୍କ ସହାୟତାରୁ ବଞ୍ଚିତ ହେବେ ନାହିଁ। ଆଜି ଠାରୁ ମଧୁବାବୁ ପେନସନ ପାଇବା ପାଇଁ ଯୋଗ୍ୟ ବ୍ୟକ୍ତିଙ୍କୁ ଆଉ ଅପେକ୍ଷା କରିବାକୁ ପଡିବ ନାହିଁ। ଅପେକ୍ଷାର ଯୁଗ ଶେଷ ହେଲା; ଆରମ୍ଭ ହେଲା ଆପଣମାନଙ୍କ ଅଧିକାରକୁ ସମ୍ମାନ ଦେବାର ଯୁଗ।" ଆଜି ବାଲେଶ୍ୱର ସ୍ଥିତ ରିଜର୍ଭ ପୋଲିସ ଲାଇନ ପଡ଼ିଆଠାରେ ଆୟୋଜିତ ମଧୁବାବୁ ପେନସନ ଯୋଜନାରେ ସାମାଜିକ ସୁରକ୍ଷା ଭତ୍ତା ସମ୍ପୂର୍ଣ୍ଣତାର ଶୁଭାରମ୍ଭ ତଥା UPMP ପୋର୍ଟାଲ ଉନ୍ମୋଚନ ଅବସରରେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୂର୍ବ ସରକାରଙ୍କ ସମୟରେ ଉଭୟ ରାଜ୍ୟ ଓ ଜିଲ୍ଲା ପାଇଁ ଏକ ନିର୍ଦ୍ଦିଷ୍ଟ କୋଟା ବ୍ୟବସ୍ଥା ରହିଥିବାରୁ ପେନସନ ପାଉଥିବା ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପରଲୋକ ପରେ ହିଁ ଅନ୍ୟ ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ସ୍ଥାନ ମିଳୁଥିଲା। ଏହି ସମ୍ବେଦନହୀନ ଓ ଅମାନବୀୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସମାପ୍ତ କରାଯାଇଛି।

ଚଳିତ ବର୍ଷ ବଜେଟ୍ ପ୍ରତିଶୃତି ଅନୁଯାୟୀ ଆଜି ଆଉ ୫,୦୫,୮୧୭ ଜଣ ଯୋଗ୍ୟ ବ୍ୟକ୍ତିଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯିବା ଫଳରେ ସମୁଦାୟ ହିତାଧିକାରୀଙ୍କ ସଂଖ୍ୟା ୪୧, ୮୦, ୮୨୫କୁ ବୃଦ୍ଧି ପାଇଛି ଏବଂ ଏହି ଯୋଜନା ବର୍ତ୍ତମାନ ସମ୍ପୂର୍ଣ୍ଣ ସାଚୁରେଶନ ବା ସମ୍ପୂର୍ଣ୍ଣତା  ହାସଲ କରିଛି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୫ ଲକ୍ଷ ଅଧିକ ହିତାଧିକାରୀଙ୍କ ପାଇଁ ବର୍ଷକୁ ମାତ୍ର ୬୨୫ କୋଟି ଟଙ୍କା ଅଧିକ ଖର୍ଚ୍ଚ ହେବ । ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ୫୦୦-୬୦୦ କୋଟି ଟଙ୍କା ପାଇଁ ଆମର ଗୁରୁଜନମାନଙ୍କୁ ହନ୍ତସନ୍ତ କରିବା କୌଣସି ଦୃଷ୍ଟିରୁ ଶୋଭନୀୟ ନୁହେଁ ବୋଲି ସେ କହିଥିଲେ । ତେଣୁ, ବୟୋଜ୍ୟେଷ୍ଠଙ୍କ କଲ୍ୟାଣ ପାଇଁ ଏହି ପରିମାଣ ଆମ ସରକାରଙ୍କ ଏକ ସାର୍ଥକ ବିନିଯୋଗ ବୋଲି ସେ ମତବ୍ୟକ୍ତ କରିଥିଲେ  ।

ଏହି ବ୍ୟବସ୍ଥାକୁ ଅଧିକ ସରଳ, ସ୍ୱଚ୍ଛ ଓ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏକ 'Unified Pension Management Portal' (UPMP) ପୋର୍ଟାଲ ଉନ୍ମୋଚିତ କରିଥିଲେ । ଯୋଗ୍ୟ ବ୍ୟକ୍ତିମାନେ ଏହି ପୋର୍ଟାଲ ଜରିଆରେ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ର ଏବଂ ବିଡିଓ କାର୍ଯ୍ୟାଳୟ ମାଧ୍ୟମରେ ଅନଲାଇନ୍ ଆବେଦନ କରିପାରିବେ।

ଆବେଦନ କରିଥିବା ପର ମାସଠାରୁ ନିୟମିତ ଭାବେ ଭତ୍ତା ମିଳିବ ଏବଂ ୮୦ ବର୍ଷ ବୟସ୍କ ବ୍ୟକ୍ତିମାନଙ୍କୁ ବର୍ଦ୍ଧିତ ୩,୫୦୦ ଟଙ୍କା ପାଇଁ ପୁନର୍ବାର ଆବେଦନ କରିବାକୁ ପଡିବ ନାହିଁ, ବରଂ ବୟସସୀମା ପୂର୍ଣ୍ଣ ହେଲେ ଏହା ସ୍ୱୟଂକ୍ରିୟ ଭାବେ ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।

ସୂଚନାଯୋଗ୍ୟ ଯେ ନୂତନ ହିତାଧିକାରୀମାନେ ଅକ୍ଟୋବର ଓ ନଭେମ୍ବର ମାସର ଭତ୍ତା ଏକାଠି ପାଇବେ। ଜିଲ୍ଲା ସ୍ତରରେ ନଭେମ୍ବର ୧୧ ରୁ ୧୩ ଏବଂ ବ୍ଲକ ସ୍ତରରେ ନଭେମ୍ବର 18 ରୁ ୨୦ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଯେଉଁମାନେ ଏଥିରେ ପାଇବେ ନାହିଁ, ସେମାନେ ନଭେମ୍ବର ୨୫ ତାରିଖରେ ନିଜ ନିଜ ପଞ୍ଚାୟତ ବା ମୁନିସିପାଲିଟି କାର୍ଯ୍ୟାଳୟରୁ ନଗଦ ଭତ୍ତା ଗ୍ରହଣ କରିବେ ଏବଂ ଡିସେମ୍ବର ମାସଠାରୁ ପ୍ରତି ମାସର ୧୫ ତାରିଖରେ ନିୟମିତ ଭତ୍ତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ବାଲେଶ୍ୱର ଜିଲ୍ଲାରେ ପ୍ରାୟ ୩୪୦ କୋଟି ଟଙ୍କାର ୭୦ଟି ଉନ୍ନୟନମୂଳକ ପ୍ରକଳ୍ପର (୭୮ କୋଟି ଟଙ୍କାର ୨୮ଟି ପ୍ରକଳ୍ପର ଉଦ୍‌ଘାଟନ ଏବଂ ୨୬୨ କୋଟି ଟଙ୍କାର ୪୨ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର) ଶୁଭାରମ୍ଭ କରାଯାଇଛି।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କଠାରୁ ସିଧା ସଳଖ ଭାବେ  ମଧୁବାବୁ ପେନସନ ଯୋଜନାରେ  ସଦର ବାଲେଶ୍ୱରରୁ ଅମୂଲ୍ୟ ଆଚାର୍ଯ୍ୟ, ଫୁଲାମଣି ମାରାଣ୍ଡି, ରେମୁଣାରୁ ଶିବା ସିଂହ, ଜୟନ୍ତୀ ସାହୁ, ନୀଳଗିରିରୁ ପ୍ରଫୁଲ୍ଲ ନାୟକ,  ହୀରନ ଦାସ   ଏବଂ ନୀଳଗିରି ଏନଏସିରୁ ଗାୟତ୍ରୀ ବେହେରା, ଗଜେନ୍ଦ୍ର ମହାପାତ୍ର ପ୍ରଭୃତି ପେନସନ ଗ୍ରହଣ କରିଥିଲେ । ଏହା ସହ  ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ପ୍ରସ୍ତୁତ 'ମଧୁବାବୁ ପେନସନ ଯୋଜନା' ସଚେତନତା ରଥକୁ  ମୁଖ୍ୟମନ୍ତ୍ରୀ  ଉଦ୍‌ଘାଟନ କରିଥିଲେ ।

ଏହି  କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ  ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଥିଲେ ଯେ ଆଜି ଯେଉଁଠାରେ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଅଛନ୍ତି, ସେଠାରେ କ୍ଷୁଦ୍ର ଓ ମାଧ୍ୟମ ଉଦ୍ୟୋଗ (SME) ମଧ୍ୟ ରହିଛି । ଏବେ ମହିଳାମାନେ କେବଳ 'ହିତାଧିକାରୀ' ହୋଇ ରହିବେ ନାହିଁ, ସେମାନେ ଉଦ୍ୟୋଗୀ ହେବେ । ଆମର ଜନକଲ୍ୟାଣକାରୀ ସରକାର ହିତାଧିକାରୀଙ୍କୁ ନିଜର ପ୍ରାପ୍ୟ ଓ ଅଧିକାର ପ୍ରଦାନ ପାଇଁ ବିଶେଷ ଧ୍ୟାନ ଦେଉଛନ୍ତି। ପୂର୍ବ ସରକାର ସମୟରେ ଭତ୍ତା ପାଇଁ ହେଉଥିବା ଦୀର୍ଘଦିନର ଅପେକ୍ଷା ଆଉ କାହାକୁ କରିବାକୁ ପଡ଼ିବ ନାହିଁ ।

ଏହି ଅବସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ  କହିଥିଲେ ଯେ ପେନସନ କେବଳ ଏକ ଆର୍ଥିକ ସହାୟତା ନୁହେଁ, ଏହା ମଣିଷର ଆତ୍ମସମ୍ମାନ ଓ ସାମାଜିକ ସୁରକ୍ଷାର ପ୍ରତୀକ। ଆମ ସରକାର ବିଶେଷ କରି ବୃଦ୍ଧ, ଅସହାୟ, ବିଧବା ଓ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ କିପରି ସୁରୁଖୁରୁରେ ମାସିକ ପେନସନ ପ୍ରଦାନ କରାଯିବ ସେ ପ୍ରତି ବିଶେଷ ଭାବରେ ଧ୍ୟାନ ଦେଉଛନ୍ତି ।

ଏହି ଅବସରରେ ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଷଡ଼ଙ୍ଗୀ କହିଥିଲେ ଯେ ଆଜି ବାଲେଶ୍ୱର ଜିଲ୍ଲା ପାଇଁ ଏକ  ସ୍ୱତନ୍ତ୍ର ଅବସର। ଆଜି ଏଠାରେ ମୁଖ୍ୟମନ୍ତ୍ରୀ ନିଜେ ଯୋଗ୍ୟ ହିତାଧିକାରୀମାନଙ୍କୁ ମଧୁବାବୁ ପେନସନ ବାଣ୍ଟୁଛନ୍ତି।

ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ  ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର,  ଉଚ୍ଚଶିକ୍ଷା ମନ୍ତ୍ରୀ  ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀଗଣେଶ ରାମ ସିଂହ ଖୁଣ୍ଟିଆ, ସରକାରୀ ଉପମୁଖ୍ୟସଚେତକ ତଥା ରେମୁଣା ବିଧାୟକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା  ସିମୁଳିଆ ବିଧାୟକ ଶ୍ରୀ ପଦ୍ମଲୋଚନ ପଣ୍ଡା, ବାଲେଶ୍ୱର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ, ନୀଳଗିରି ବିଧାୟକ ଶ୍ରୀ ସନ୍ତୋଷ କୁମାର ଖଟୁଆ, ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନା  ବିଭାଗୀୟ କମିଶନର ତଥା ଶାସନ ସଚିବ ଡକ୍ଟର ବୃନ୍ଦା. ଡି ଏବଂ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ଙ୍କ ସମେତ,ବହୁସଂଖ୍ୟାରେ ଜନ ସାଧାରଣ ଉପସ୍ଥିତ ଥିଲେ।

Also Read- ଗଞ୍ଜାମ ବନ୍ୟା ଦୁର୍ଦ୍ଦଶା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

Add Zee News as a Preferred Source
TAGS:

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES