• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଭୁବନେଶ୍ୱର
  • /ଗଞ୍ଜାମ ବନ୍ୟା ଦୁର୍ଦ୍ଦଶା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଗଞ୍ଜାମ ବନ୍ୟା ଦୁର୍ଦ୍ଦଶା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

କେଉଁମାନଙ୍କ ତ୍ରୁଟିରୁ ଏପରି ମନୁଷ୍ୟକୃତ ଦୁର୍ଦ୍ଦଶା ସୃଷ୍ଟି ହେଲା ନିର୍ଦ୍ଧାରଣ ଦାବି କରିଛନ୍ତି ନବୀନ ପଟ୍ଟନାୟକ

Written BySoubhagya Ranjan MishraEdited BySoubhagya Ranjan Mishra
Published: Nov 10, 2026, 04:28 PM IST|Updated: Nov 10, 2026, 04:37 PM IST
joinshare
ଗଞ୍ଜାମ ବନ୍ୟା ଦୁର୍ଦ୍ଦଶା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ
Image Credit: Odisha Politics

About the Author

Soubhagya Ranjan Mishra

Soubhagya Ranjan Mishra

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

2

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

3

ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

4

Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

5

ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.

ଭୁବନେଶ୍ୱର: ଗଞ୍ଜାମ ବନ୍ୟା ଦୁର୍ଦ୍ଦଶା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତୁରନ୍ତ ରିଲିଫ୍ ଓ ପୁନର୍ବାସ ପଦକ୍ଷେପ ପାଇଁ ସେ ଚିଠିରେ ଉଲ୍ଲେଖ କରିଛନ୍ତି । କେଉଁମାନଙ୍କ ତ୍ରୁଟିରୁ ଏପରି ମନୁଷ୍ୟକୃତ ଦୁର୍ଦ୍ଦଶା ସୃଷ୍ଟି ହେଲା ନିର୍ଦ୍ଧାରଣ ଦାବି କରିଛନ୍ତି ।

ଚିଠିରେ ଉଲ୍ଲେଖ ରହିଛି ଯେ, ଗଞ୍ଜାମବାସୀଙ୍କ ଚରମ ଦୁର୍ଦ୍ଦଶା ଦେଖି ମୁଁ ଗଭୀର ମର୍ମାହତ ହୋଇଛି। ବନ୍ୟା ଯୋଗୁଁ ଭିତ୍ତିଭୂମିର ବ୍ୟାପକ କ୍ଷତି ଘଟିଛି, ବହୁ ପରିମାଣର ଫସଲ ନଷ୍ଟ ହୋଇଛି, ଜୀବନ ହାନି ଘଟିଛି ଏବଂ ଜୀବିକା ଉଜୁଡ଼ି ଯାଇଛି। ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଗଞ୍ଜାମ ଜିଲ୍ଲା କେତେ ବର୍ଷ ପଛକୁ ଚାଲିଯାଇଛି, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଅକ୍ଟୋବର ୨୩ ତାରିଖ ଭଳି ପ୍ରାରମ୍ଭିକ ସମୟରୁ ହିଁ ସତର୍କ ସୂଚନା ଦିଆଯାଇଥିଲା। ବାତ୍ୟା ସତର୍କ ସୂଚନା ମିଳିବା ପରେ ସରକାରଙ୍କ ଦ୍ୱାରା ୨୪x୭ ଘଣ୍ଟା ଡ୍ୟାମ୍‌ର ଜଳସ୍ତର ଉପରେ ନଜର ରଖାଯିବା କଥା। ବାତ୍ୟା ଓ ବନ୍ୟା ପରିଚାଳନାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (SOP) ଅନୁଯାୟୀ ବର୍ଷା ହେବା ପୂର୍ବରୁ ଡ୍ୟାମ୍‌ରୁ ପର୍ଯ୍ୟାପ୍ତ ପରିମାଣର ଜଳ ନିଷ୍କାସନ କରାଯିବା ଉଚିତ। କିନ୍ତୁ ଗଞ୍ଜାମ କ୍ଷେତ୍ରରେ, ପ୍ରବଳ ବାତ୍ୟା ଜନିତ ବର୍ଷା ଆରମ୍ଭ ହେବା ପରେ ଜଳସମ୍ପଦ ବିଭାଗ ଦ୍ୱାରା ଡ୍ୟାମ୍‌ରୁ ପାଣି ଛଡ଼ାଗଲା। ଏହା ବନ୍ୟା ପରିସ୍ଥିତିକୁ ଆହୁରି ଜଟିଳ କରିଦେଲା ଏବଂ ଜୀବନ ଓ ସମ୍ପତ୍ତିର ବ୍ୟାପକ କ୍ଷତି ଘଟାଇଲା। ଲୋକମାନେ ଅଭିଯୋଗ କରିଛନ୍ତି ଯେ, ଡ୍ୟାମ୍ ଗେଟ୍ ଖୋଲିବା ପୂର୍ବରୁ ସେମାନଙ୍କୁ ସଠିକ୍ ସତର୍କ ସୂଚନା ଦିଆଯାଇନଥିଲା। ଏହି ଚରମ ଅବହେଳା ଏବଂ ମନୁଷ୍ୟକୃତ ସଙ୍କଟ ଉତ୍ତରଦାୟିତ୍ୱ ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏଭଳି ସାଙ୍ଘାତିକ ତ୍ରୁଟି ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣ ଦାବି କରୁଛନ୍ତି।

IMD ର ଆଗୁଆ ସତର୍କ ସୂଚନା ସତ୍ତ୍ୱେ ଗଞ୍ଜାମରେ ବନ୍ୟା ପାଇଁ ସରକାର ପ୍ରସ୍ତୁତ ନଥିବା ଅତ୍ୟନ୍ତ ଉଦ୍‌ବେଗର ବିଷୟ। ବାତ୍ୟାର ଲ୍ୟାଣ୍ଡଫଲ୍ (ସ୍ଥଳଭାଗ ଛୁଇଁବା)ର ଡାହାଣ ପାର୍ଶ୍ୱରେ ସାଧାରଣତଃ ପ୍ରବଳ ବର୍ଷା ଆଶଙ୍କା ଥାଏ, ଯାହା ଗଞ୍ଜାମର ବିପଦକୁ ଦର୍ଶାଉଥିଲା, ଏକଥା ସମସ୍ତଙ୍କୁ ଜଣା। ସରକାର ନିଜେ ଗଞ୍ଜାମ ପାଇଁ ପ୍ରସ୍ତୁତିର ଅଭାବ ଥିବା କଥା ସ୍ୱୀକାର କରିଛନ୍ତି। ଯଦି କର୍ତ୍ତୃପକ୍ଷ ଆଗୁଆ ସୂଚନା ଆଧାରରେ ନିର୍ଣ୍ଣାୟକ ପଦକ୍ଷେପ ନେଇଥାନ୍ତେ, ତେବେ ଗଞ୍ଜାମ ଲୋକଙ୍କର ଏହି ଦୁର୍ଦ୍ଦଶାକୁ ଅନେକାଂଶରେ ଏଡ଼ାଇ ଦିଆଯାଇପାରିଥାନ୍ତା। ଲୋକମାନେ ଏହା ମଧ୍ୟ କହିଛନ୍ତି ଯେ ବର୍ଷାର ତୀବ୍ରତା ସମ୍ପର୍କରେ ସରକାରୀ ସତର୍କତା ବାର୍ତ୍ତା ସଠିକ୍ ସମୟରେ ଜାରି କରାଯାଇନଥିଲା। ମୁଁ ଜାଣିବାକୁ ପାଇଛି ଯେ, ବନ୍ୟା ପରବର୍ତ୍ତୀ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଯାହା ତୁରନ୍ତ ଆରମ୍ଭ ହେବା କଥା, ତାହା ବିଳମ୍ବରେ ହୋଇଥିଲା। ଏଥିଯୋଗୁଁ ଲୋକମାନେ ଖାଦ୍ୟ ଓ ପାଣି ବିନା ଦିନ ଦିନ ଧରି ଜଳବନ୍ଦୀ ହୋଇ ରହିଲେ। ସରକାର ସ୍ୱୀକାର କରିଥିବା ଅନୁଯାୟୀ, ଏହା କେବଳ ଗଞ୍ଜାମରେ ଦୂରଦୃଷ୍ଟି ଏବଂ ପ୍ରସ୍ତୁତିର ଅଭାବ ଯୋଗୁଁ ହିଁ ହୋଇଛି। ମୋର ପରିଦର୍ଶନ ସମୟରେ, ମୁଁ ଆମ ଲୋକମାନଙ୍କଠାରୁ ସେମାନଙ୍କର କଠିନ ପରିସ୍ଥିତି ସମ୍ପର୍କରେ ଅନେକ ଅଭିଯୋଗପତ୍ର ପାଇଛି। ମୁଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସେହି ସମସ୍ତ ଅଭିଯୋଗପତ୍ରକୁ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)ଙ୍କ ନିକଟକୁ ପଠାଇଛି।

ବନ୍ୟା ଗଞ୍ଜାମରେ ବ୍ୟାପକ ବିଧ୍ୱଂସ ଲୀଳା ରଚନା କରିଛି। ବର୍ତ୍ତମାନ ସରକାର କୌଣସି ପାତରଅନ୍ତର ନକରି ନିରପେକ୍ଷ ଭାବେ ଏବଂ ଲୋକଙ୍କ ଦୁଃଖ ପ୍ରତି ପୂର୍ଣ୍ଣ ସହାନୁଭୂତି ରଖି ପୁନରୁଦ୍ଧାର ଓ ପୁନର୍ନିମାଣ କାର୍ଯ୍ୟ ଉପରେ ଧ୍ୟାନ ଦେବା ଉଚିତ। କେବଳ ପ୍ରତିଶ୍ରୁତି ଦେଲେ କାମ ହେବ ନାହିଁ। ଗଞ୍ଜାମ ଜିଲ୍ଲାର ଚାଷୀ, ମହିଳା, ଯୁବକ, କ୍ଷୁଦ୍ର ବ୍ୟବସାୟୀ ଏବଂ ସାଧାରଣ ଜନତାଙ୍କୁ ସଠିକ୍ ସମୟରେ କ୍ଷତିପୂରଣ ପ୍ରଦାନ କରିବା ଏବଂ ସେମାନଙ୍କ ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ସରକାରଙ୍କ ସମଗ୍ର ପ୍ରଶାସନିକ କଳ ଏକଜୁଟ୍ ହୋଇ କାର୍ଯ୍ୟ କରିବା ଆବଶ୍ୟକ। ଏହି କ୍ଷେତ୍ରରେ ବିଜେପି ସରକାରଙ୍କ କୌଣସି ବି ଅବହେଳା ବିରୋଧରେ ବିଜୁ ଜନତା ଦଳ ପଲ୍ଲୀରୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ସମସ୍ତ ସମ୍ଭାବ୍ୟ ମଞ୍ଚରେ ଲୋକଙ୍କ ସ୍ୱର ଉତ୍ତୋଳନ କରିବ। 

କୂଳବର୍ତ୍ତୀ ରାଜ୍ୟ ହୋଇଥିବାରୁ ଓଡ଼ିଶା ସର୍ବଦା ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ସମ୍ବେଦନଶୀଳ ରହିବ ଏବଂ ସେଥିପାଇଁ ନିରନ୍ତର ପ୍ରୟାସ ଓ ଦୂରଦୃଷ୍ଟି ବଳରେ ବିଜେଡି ସରକାର ଏକ ଗୋଷ୍ଠୀ-ଭିତ୍ତିକ, ସହନଶୀଳ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଗଢ଼ି ତୋଳିଥିଲେ ଯାହା ସାରା ବିଶ୍ୱରେ ପ୍ରଶଂସିତ ହୋଇଥିଲା। ସରପଞ୍ଚ, ପିଆରଆଇ (PRI) ସଦସ୍ୟ ଏବଂ ମିଶନ ଶକ୍ତି ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବିଜେପି ସରକାରଙ୍କ ଦ୍ୱାରା ସରପଞ୍ଚମାନଙ୍କ ପ୍ରତି ଅବହେଳା ଏବଂ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ପ୍ରାୟତଃ ବନ୍ଦ କରିଦେବା ଫଳରେ ଏହି ସଫଳ ଗୋଷ୍ଠୀ-ଭିତ୍ତିକ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଦୁର୍ବଳ ହୋଇଯାଇଛି।

ବର୍ତ୍ତମାନ ଗଞ୍ଜାମରେ ଏବଂ ଏହା ପୂର୍ବରୁ କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ ପ୍ରାକୃତିକ ବିପର୍ଯ୍ୟୟର ବାରମ୍ବାର ଭୁଲ ପରିଚାଳନା ଯୋଗୁଁ ଆମ ଲୋକମାନେ ପ୍ରବଳ କଷ୍ଟ ଭୋଗୁଛନ୍ତି ଏବଂ ଏହାସହ ପରିବାର, ସମାଜ ତଥା ରାଜ୍ୟର ପ୍ରଗତି ବାଧାପ୍ରାପ୍ତ ହେଉଛି।

ସରକାରଙ୍କ ଅପାରଗତା ଏବଂ ଅବହେଳା ଯୋଗୁଁ ଜନସାଧାରଣ କେବେ ବି କଷ୍ଟ ପାଇବା ଉଚିତ ନୁହେଁ। ବିଜେପି ରାଜ୍ୟ ସରକାର ଅତୀତରେ ରାଜ୍ୟ ପାଇଁ କେଉଁ ସବୁ ବ୍ୟବସ୍ଥା ଓ ଅନୁଷ୍ଠାନ ପ୍ରଭାବଶାଳୀ ଭାବେ କାର୍ଯ୍ୟ କରୁଥିଲା ତାହା ଅନୁଧ୍ୟାନ କରିବା ଉଚିତ ଏବଂ ଦୂରଦୃଷ୍ଟି ଓ ନିଷ୍ଠାର ସହ କାର୍ଯ୍ୟ କରିବା ଉଚିତ। ବିଜେପି ସରକାର ନିଜର ଦାୟିତ୍ୱ ଗ୍ରହଣ କରି ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବା ଆବଶ୍ୟକ, ଯେପରି ବିଜେଡି ସରକାରଙ୍କ ଦ୍ୱାରା ୨୪ ବର୍ଷ ଧରି କରାଯାଇଥିବା କଠିନ ପରିଶ୍ରମ ଓ ସଫଳତାକୁ ଏହି ଡବଲ୍ ଇଞ୍ଜିନ୍ ସରକାର ୨୪ ମାସ ମଧ୍ୟରେ ନଷ୍ଟ କରି ରାଜ୍ୟକୁ ପଛକୁ ନ ଠେଲି ଦିଅନ୍ତି।

Also Read- ବାଲିଆପାଳ ଲାଞ୍ଚୁଆ ସବ୍‌ରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କ ଚାକିରି ଗଲା

Add Zee News as a Preferred Source
TAGS:
Odia News