• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Top 10 News: ଇସ୍ରାଏଲ ଆକ୍ରମଣରେ ହମାସ୍ କମାଣ୍ଡରଙ୍କ ମୃତ୍ୟୁ, ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତି ଓ ଅନ୍ୟ ଖବର

Top 10 News: ଇସ୍ରାଏଲ ଆକ୍ରମଣରେ ହମାସ୍ କମାଣ୍ଡରଙ୍କ ମୃତ୍ୟୁ, ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତି ଓ ଅନ୍ୟ ଖବର

Top 10 News Today: ଦିନ ତମାମର ୧୦ଟି ବଡ ଖବର ଏଠାରେ ପଢନ୍ତୁ

Written BySoubhagya Ranjan MishraEdited BySoubhagya Ranjan Mishra
Published: Nov 15, 2026, 10:00 AM IST|Updated: Nov 15, 2026, 10:00 AM IST
joinshare
Top 10 News: ଇସ୍ରାଏଲ ଆକ୍ରମଣରେ ହମାସ୍ କମାଣ୍ଡରଙ୍କ ମୃତ୍ୟୁ, ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତି ଓ ଅନ୍ୟ ଖବର
Image Credit: Representative - AI

About the Author

Soubhagya Ranjan Mishra

Soubhagya Ranjan Mishra

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
Double Engine Government: ଓଡ଼ିଶାର ଆବାସ ହିତାଧିକାରୀଙ୍କୁ କେନ୍ଦ୍ର ସରକାର ପ୍ରତାରିତ କରିଛନ୍ତି: ବିଜେଡି

Double Engine Government: ଓଡ଼ିଶାର ଆବାସ ହିତାଧିକାରୀଙ୍କୁ କେନ୍ଦ୍ର ସରକାର ପ୍ରତାରିତ କରିଛନ୍ତି: ବିଜେଡି

2

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

3

ICC 2035 Schedule: କ୍ରିକେଟ୍ ପ୍ରେମୀଙ୍କ ପାଇଁ ବଡ଼ ଖବର, ୨୦୩୫ ଯାଏଁ ସବୁ ବଡ଼ ଟୁର୍ଣ୍ଣାମେଣ୍ଟର ତାରିଖ ଘୋଷଣା କଲା ICC

4

Panchuka: ପଞ୍ଚୁକ ପାଇଁ ପୁରୀରେ ଜୋରଦାର ପ୍ରସ୍ତୁତି, ମୁତୟନ ହେବେ ୩୦ ପ୍ଲାଟୁନ୍ ଫୋର୍ସ

5

Cyclone: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଅବପାତ! ୧୬ରେ ବାତ୍ୟା, ୧୭ରେ ଭୀଷଣ ବାତ୍ୟାର ରୂପ ନେବା ଆଶଙ୍କା

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.

Top 10 News Today

Headlines 01- ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଇଛନ୍ତି ହମାସ୍ କମାଣ୍ଡର । ରାଫା ବିଗ୍ରେଡ କମାଣ୍ଡର ସମୀର ଆବୁ ୟୁନିସଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ହମାସ୍ । ଶନିବାର ଦକ୍ଷିଣ ଗାଜାର ଖାନ ୟୁନିସ ନିକଟ ଅଲ ମୱାସୀରେ ଇସ୍ରାଏଲର ଷ୍ଟ୍ରାଇକ୍ ହୋଇଥିଲା । ଆକ୍ରମଣରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ସମୟରେ ୬୮ଜଣ ଆହତ ହୋଇଛନ୍ତି ।

Headlines 02- ଡେବ୍ରିଗଡ଼ ଅଭୟାରଣ୍ୟରେ ପହଞ୍ଚିଥିବା ବାଘକୁ ନେଇ ଆସିଛି ବଡ଼ ଖବର। ବାଘ ଟିର ପୂର୍ବ ଅବସ୍ଥିତି ସମ୍ପର୍କରେ ମିଳିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ। କ୍ୟାମେରା ଟ୍ରାପ୍ ଫଟୋରୁ ସ୍ପଷ୍ଟ ହୋଇଛି ଯେ, ଡେବ୍ରିଗଡ଼କୁ ଆସିଥିବା ଏହି ଅଣ୍ଡିରା ବାଘଟି ୨୦୨୫ ମସିହାରେ ଛତିଶଗଡ଼ର ଉଦନ୍ତୀ-ସୀତାନଦୀ ଟାଇଗର ରିଜର୍ଭରେ ପ୍ରାୟ ୬ ମାସ ଧରି ରହିଥିଲା। ତେବେ ବାଘଟି ମୂଳତଃ ମହାରାଷ୍ଟ୍ରରୁ ଆସିଥିବା ଅନୁମାନ କରାଯାଉଥିଲେ ମଧ୍ୟ ଏହାର ପ୍ରକୃତ ଗତିପଥ ଏବେ ବି ରହସ୍ୟ ଘେରରେ ରହିଛି ।

Headlines 03- IMD ଅନୁସାରେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଧିରେଧିରେ ସୁଦୃଢ ହେବାରେ ଲାଗିଛି, ଯାହା ଆଜି (୧୫ ନଭେମ୍ବର ୨୦୨୬) ଅବପାତରେ ପରିଣତ ହୋଇପାରେ । ଏହା ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିପାରେ । ଏହି ପାଣିପାଗ ପ୍ରଣାଳୀ ୧୬ ନଭେମ୍ବର ୨୦୨୬ ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ।

Headlines 04- କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ଅନୁଯାୟୀ, ଦିଲ୍ଲୀର ନର୍ଥ ଆଭେନ୍ୟୁ ଆଖପାଖ ଅଞ୍ଚଳରେ AQI ୩୨୯, ଫିରୋଜଶାହ ରୋଡ୍ ଆଖପାଖରେ AQI ୩୨୫, କନ୍ନାଟ ପ୍ଲେସ୍ ଆଖପାଖରେ ୩୨୬ ଏବଂ ଇଣ୍ଡିଆ ଗେଟ୍ ଆଖପାଖ ଅଞ୍ଚଳରେ AQI ୩୨୩ ରହିଛି । ଜାତୀୟ ରାଜଧାନୀରେ AQI 'ଅତି ଖରାପ' ଶ୍ରେଣୀରେ ରହିଛି । ରାଜଧାନୀର ଅନେକ ଅଞ୍ଚଳରେ AQI 'ଗମ୍ଭୀର' ଶ୍ରେଣୀରେ ରେକର୍ଡ କରାଯାଇଛି । ଦିଲ୍ଲୀର ମୋଟ ୫୯ଟି ମନିଟରିଂ ଷ୍ଟେସନରେ ପ୍ରଦୂଷଣ ସ୍ତର ଉପରେ ନଜର ରଖାଯାଉଛି, ଯେଉଁଥିରୁ ୫୧ଟି ଷ୍ଟେସନରେ PM2.5 ମୁଖ୍ୟ ପ୍ରଦୂଷକ ହୋଇ ରହିଛି ।

Headlines 05- ଆଜିଠୁ ପାଳିତ ହେବ ୧୫ ଦିନିଆ ଜନଜାତି ଗୌରବ ଉତ୍ସବ । ମାଲକାନଗିରିରେ ଜନଜାତି ଗୌରବ ଉତ୍ସବରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଯୋଗଦେବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସ୍ଥାନୀୟ ସାଂସଦ ଓ ବିଧାୟକ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ସୂଚନା ମିଳିଛି ।

Headlines 06- ନାବାଳକକୁ ହତ୍ୟା ସନ୍ଦେହରେ ଜଣେ ଦୋକାନୀ ଅଟକ ହୋଇଛନ୍ତି । ନୀଳଗିରି ବରହମପୁର ଥାନା ତେନ୍ତୁଳିଆ ମାର୍କେଟ କମ୍ପ୍ଲେକ୍ସ ଭିତରୁ ମିଳିଛି ମୃତଦେହ । ଦୋକାନରୁ ଚୋରି ଅଭିଯୋଗରେ ନାବାଳକଙ୍କୁ ମାଡ ମାରିଥିବା ସୂଚନା ମିଳିଛି । ଦୋକାନୀ ପିଟି ମାରିଥିବା ସନ୍ଦେହରେ ଗ୍ରାମବାସୀ ଦୋକାନ ଭାଙ୍ଗାରୁଜା କରିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଯିବାରୁ ଦୁଇ ସେକ୍ସନ ଫୋର୍ସ ମୁତୟନ ହୋଇଛନ୍ତି ।

Headlines 07- ୧୫ ଦିନ ପରେ ଉଦ୍ଧାର ହୋଇଛନ୍ତି ନିଖୋଜ ଶିକ୍ଷକ । ବାତ୍ୟା ଅର୍ଣ୍ଣବ ସମୟରେ ଘରକୁ ଫେରିବା ବେଳେ ନିଖୋଜ ହୋଇଥିଲେ । ରାଇକିଆ ବ୍ଲକ ଦୁବା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିଲେ । ରତିଙ୍ଗି ଗାଁର ଏକ ନାଳ ନିକଟରୁ ଶିକ୍ଷକଙ୍କୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ଉଦ୍ଧାର ଶିକ୍ଷକ ରାଇକିଆ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।

Headlines 08- କଟକ ବାଲିଯାତ୍ରାରେ ଏଥର ଦହିବରା ହାଟ ହେବ ନାହିଁ । ପୂର୍ବ ବର୍ଷ ଏକାଠି ବସିଥିବାରୁ ବ୍ୟବସାୟୀମାନେ ଲକ୍ଷାଧିକ ଟଙ୍କାର କ୍ଷତି ସହିଥିଲେ । ତେଣୁ ଦହିବରା ହାଟ ଏଥର ହେବନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

Headlines 09- ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାପାଳ ପ୍ରସ୍ତୁତି ବୈଠକ କରିଛନ୍ତି । ୧୬ ତାରିଖ ସୁଦ୍ଧା ସମୁଦ୍ରରୁ ଫେରିବାକୁ ମତ୍ସ୍ୟଜୀବୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବର୍ଷା ପୂର୍ବରୁ ପାଚିଲା ଫସଲ ଅମଳ କରିନେବାକୁ ଚାଷୀଙ୍କୁ ଅନୁରୋଧ କରାଯାଇଛି । ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । କୌଣସି ଅଧିକାରୀ ବିନା ଅନୁମତିରେ ସଦର ମହକୁମା ଛାଡ଼ିବେନି ।

Headlines 10- ୟୁଏଫା ନେସନ୍ସ ଲିଗ୍ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ବିନା ହାରିଛି ପର୍ତ୍ତୁଗାଲ । ୪-୧ ଗୋଲରେ ହରାଇଲା ଅପେକ୍ଷାକୃତ ଦୁର୍ବଳ ଡେନମାର୍କ । ରାସମଣ୍ଡ ହୋଲୁଣ୍ଡଙ୍କ ଡବଲ ଗୋଲରେ ଜିତିଛି ଡେନମାର୍କ । ରୋନାଲ୍ଡୋଙ୍କ ଅବସର ପରେ ପ୍ରଥମ ଥର ଖେଳି ହାରିଛି ପର୍ତ୍ତୁଗାଲ । ଅନ୍ୟ ୪ ମ୍ୟାଚରେ ଅଷ୍ଟ୍ରିଆ, ରୋମାନିଆ, ନଦର୍ନ ଆୟାର୍ଲାଣ୍ଡ ଓ ସ୍ବିଡେନ ବିଜୟୀ ହୋଇଛନ୍ତି ।

Add Zee News as a Preferred Source
TAGS:
Top 10 News Today