• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Hirakud Dam: ଖୋଲିଲା ହୀରାକୁଦ୍ ଡ୍ୟାମ୍ ର ଆଉ ୫ଟି ଗେଟ୍,ଲଗାଣ ବର୍ଷାରେ ଫୁଲୁଛି ବୈତରଣୀ ଓ ସାଳନ୍ଦୀ

Hirakud Dam: ଖୋଲିଲା ହୀରାକୁଦ୍ ଡ୍ୟାମ୍ ର ଆଉ ୫ଟି ଗେଟ୍,ଲଗାଣ ବର୍ଷାରେ ଫୁଲୁଛି ବୈତରଣୀ ଓ ସାଳନ୍ଦୀ

Hirakud Dam: ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ଉପୁଜିଛି। ମହାନଦୀରେ ବି ଜଳ ପ୍ରବାହ ବଢୁଛି। ତେବେ, ଏହାରି ଭିତରେ ହୀରାକୁଦ୍ ଡ୍ୟାମ୍ ର ଆଉ ପାଞ୍ଚଟି ଗେଟ୍ ଖୋଲାଯାଇଛି।

Reported ByNarmada BeheraEdited ByNarmada Behera
Published: Sep 26, 2026, 11:40 AM IST|Updated: Sep 26, 2026, 11:41 AM IST
joinshare
Hirakud Dam: ଖୋଲିଲା ହୀରାକୁଦ୍ ଡ୍ୟାମ୍ ର ଆଉ ୫ଟି ଗେଟ୍,ଲଗାଣ ବର୍ଷାରେ ଫୁଲୁଛି ବୈତରଣୀ ଓ ସାଳନ୍ଦୀ
Image Credit: ଖୋଲିଲା ହୀରାକୁଦ୍ ଡ୍ୟାମ୍ ର ଆଉ ୫ଟି ଗେଟ୍

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Hirakud Dam: ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ଉପୁଜିଛି।  ମହାନଦୀରେ ବି ଜଳ ପ୍ରବାହ ବଢୁଛି। ତେବେ, ଏହାରି ଭିତରେ ହୀରାକୁଦ୍ ଡ୍ୟାମ୍ ର ଆଉ ପାଞ୍ଚଟି ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ୧୩ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି। ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ,  ବାମ ପାର୍ଶ୍ବରେ ୯ଟି ଏବଂ ଡାହାଣ ପାର୍ଶ୍ବରେ ୪ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି। ମହାନଦୀ ଅବବାହିକାର ତଳିଆ ଅଞ୍ଚଳବାସୀ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଶୁକ୍ରବାର ଦିନ ୨ଟି ପର୍ଯ୍ୟାୟରେ  ହୀରାକୁଦର ୪ଟି ଗେଟ୍ ଖୋଲାଯାଇଥିଲା। ଏବେ ଡ୍ୟାମ୍ ର ଜଳସ୍ତର  ଓ ଉପରମୁଣ୍ତରୁ ଆସୁଥିବା ଜଳ ପ୍ରବାହ ଉପରେ ନଜର ରଖାଯାଉଛି।

    ସେପଟେ, ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁଁ, ଭଦ୍ରକର ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ଦେଖାଦେଇଛି। ଏହି ୨ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।  ରଜାଘାଟଠାରେ ସାଳନ୍ଦୀ ନଦୀର ବିପଦ ସଙ୍କେତ୍ ୧୭ ଫୁଟ ଥିବାବେଳେ ବର୍ତ୍ତମାନ ଜଳସ୍ତର ୧୮.୭୦ ଫୁଟ ଉପରେ ରହିଛି। ଏବଂ ଆଖୁଆପଦା ଠାରେ ବୈତରଣୀ ନଦୀର ବିପଦ ସଙ୍କେତ ୧୮.୩୩ ମିଟର ଥିବା ବେଳେ ଜଳସ୍ତର ବର୍ତ୍ତମାନ ୧୯.୩୦ ମିଟରରେ ପ୍ରବାହିତ ହେଉଛି। ଯାହାକୁ ନେଇ ନଦୀ କୂଳିଆ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

    ଲଗାଣ ବର୍ଷା ଫଳରେ ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳରେ ବିଭିନ୍ନ ଓ୍ବାର୍ଡରେ ବର୍ଷା ପାଣି ପସିବା ଫଳରେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଭଦ୍ରକ ରୁ ଧାମନଗର ସଞ୍ଜୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ୩ ଫୁଟର ବର୍ଷା ପାଣି ଲହଡି ମାରୁଥିବା ବେଳେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଛି । ଧାମନଗର ବିଜ୍ଞାପିତ ଅଞ୍ଚଳର ବିଭିନ୍ନ ଓ୍ବାର୍ଡର ଘରେ ଘରେ ବର୍ଷା ଜଳ ପସିଥିବା ବେଳେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି ଲୋକେ । ସାଳନ୍ଦୀ ନଦୀର ବନ୍ୟାଜଳ ଭଦ୍ରକରେ ପ୍ରବେଶ କରିସାରିଥିବା ବେଳେ ବନ୍ୟାସ୍ଥିତିର ମୁକାବିଲା ପାଇଁ  ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ଉଚ୍ଚସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସେଲ୍ଟର ବ୍ୟବସ୍ଥା କରାଯାଇଥିବା ପ୍ରଶାସନ ତରଫରୁ କୁହାଯାଇଛି। ଏବଂ ଶୁଖିଲା ଖାଦ୍ୟ ଓ ଗୋ-ଖାଦ୍ୟ ମହଜୁଦ ରଖାଯାଉଛି। 

    Add Zee News as a Preferred Source