• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Crime News: ରୋଷେଇକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ, ମା’ ଛେଉଣ୍ଡ ହେଲେ ୪ ଶିଶୁ

Crime News: ରୋଷେଇକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ, ମା’ ଛେଉଣ୍ଡ ହେଲେ ୪ ଶିଶୁ

ମା’ଙ୍କ ମୃତ୍ୟୁ ପରେ ଅସହାୟ ହୋଇପଡ଼ିଛନ୍ତି ତାଙ୍କର ୪ ଜଣ ଶିଶୁ। ଏହି ଘଟଣାରେ ପିଲାମାନେ ମା’ ଛେଉଣ୍ଡ ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରୁ ବଡ଼ ଝିଅ ତୁନପାରରେ ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଛି। ମା’ଙ୍କ ମୃତ୍ୟୁ ପରେ ପିଲାମାନେ ବଡ଼ମା’ଙ୍କ ଘରେ ଆଶ୍ରୟ ନେଇଥିଲେ। ଏଭଳି ଦୁଃଖଦ ପରିସ୍ଥିତିରେ ଥିବା ଶିଶୁମାନଙ୍କ ସୁରକ୍ଷା ଓ ଭବିଷ୍ୟତକୁ ନେଇ ଜିଲ୍ଲା ପ୍ରଶାସନ ସହାୟତାର ହାତ ବଢ଼ାଇଛି।

Reported ByNiroj SatapathyEdited ByPriyambada Rana
Published: Nov 02, 2026, 10:41 PM IST|Updated: Nov 02, 2026, 10:44 PM IST
joinshare
Crime News: ରୋଷେଇକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ, ମା’ ଛେଉଣ୍ଡ ହେଲେ ୪ ଶିଶୁ
Image Credit: Crime News: ରୋଷେଇକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ, ମା’ ଛେଉଣ୍ଡ ହେଲେ ୪ ଶିଶୁ

About the Author

    Niroj Satapathy

    Niroj Satapathy

    Niroj Satapathy
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    କୋରାପୁଟ: ରୋଷେଇକୁ କେନ୍ଦ୍ର କରି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଗଣ୍ଡଗୋଳରୁ ଘଟିଲା ଅଭାବନୀୟ ଘଟଣା। ଉତ୍ତ୍ୟକ୍ତ ହୋଇ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍‌ ଅନ୍ତର୍ଗତ ପଦୁଗୁଡ଼ା ଗାଁରେ ଏହି ଘଟଣା ଘଟିଛି। ମୃତ ମହିଳା ହେଉଛନ୍ତି କବିତା ସାଉଁନ୍ତା। ଘଟଣା ପରେ ପୋଲିସ ଅଭିଯୁକ୍ତ ସ୍ୱାମୀ ରାବଙ୍କୁ ଗିରଫ କରିଛି।

    ମା’ଙ୍କ ମୃତ୍ୟୁ ପରେ ଅସହାୟ ହୋଇପଡ଼ିଛନ୍ତି ତାଙ୍କର ୪ ଜଣ ଶିଶୁ। ଏହି ଘଟଣାରେ ପିଲାମାନେ ମା’ ଛେଉଣ୍ଡ ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରୁ ବଡ଼ ଝିଅ ତୁନପାରରେ ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଛି। ମା’ଙ୍କ ମୃତ୍ୟୁ ପରେ ପିଲାମାନେ ବଡ଼ମା’ଙ୍କ ଘରେ ଆଶ୍ରୟ ନେଇଥିଲେ। ଏଭଳି ଦୁଃଖଦ ପରିସ୍ଥିତିରେ ଥିବା ଶିଶୁମାନଙ୍କ ସୁରକ୍ଷା ଓ ଭବିଷ୍ୟତକୁ ନେଇ ଜିଲ୍ଲା ପ୍ରଶାସନ ସହାୟତାର ହାତ ବଢ଼ାଇଛି।

    ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଦଶମନ୍ତପୁର ବ୍ଲକ୍‌ ପଦୁଗୁଡ଼ା ଗାଁର ୪ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ଶିଶୁ ଯତ୍ନ ଅନୁଷ୍ଠାନରେ ଥଇଥାନ କରାଯାଇଛି। ଶିଶୁମାନଙ୍କ ସୁରକ୍ଷା, ରହଣି ଓ ଉପଯୁକ୍ତ ଯତ୍ନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପ୍ରଶାସନ ଏହି ପଦକ୍ଷେପ ନେଇଛି।

    ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ସଙ୍ଗୀତା ରାଣୀ ପାଣି, ଦଶମନ୍ତପୁର ସିଡିପିଓ କବିତା ନାଭ ଏବଂ ଚାଇଲ୍ଡ ହେଲ୍ପଲାଇନର ମିଳିତ ଉଦ୍ୟମରେ ଶିଶୁମାନଙ୍କୁ ଉଦ୍ଧାର କରାଯାଇଥିଲା। ପରେ ସେମାନଙ୍କୁ ଶିଶୁ କଲ୍ୟାଣ ସମିତି (CWC) ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା।

    ଏହି ଘଟଣା ଚାରି ଶିଶୁଙ୍କ ଜୀବନରେ ଗଭୀର ପ୍ରଭାବ ପକାଇଥିବା ବେଳେ ସେମାନଙ୍କ ଶିକ୍ଷା, ସୁରକ୍ଷା ଓ ଭବିଷ୍ୟତ ପାଇଁ ପ୍ରଶାସନର ପଦକ୍ଷେପ ଗୁରୁତ୍ୱ ବହନ କରୁଛି।

    Add Zee News as a Preferred Source
    TAGS:
    Odia News