SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Top 10 News: ପ୍ରଥମ ମ୍ୟାଚରେ ନେପାଳକୁ ହରାଇଲା ଭାରତ, ବାଲିଯାତ୍ରାରେ ଡ୍ରୋନ୍‌ ମନା ଓ ଅନ୍ୟ ଖବର

Top 10 News Today: ଦିନ ତମାମର ସବୁ ବଡ ଖବର ସଂକ୍ଷେପରେ ପଢନ୍ତୁ

Written By Soubhagya Ranjan Mishra Edited By Soubhagya Ranjan Mishra
Published: Nov 20, 2026, 22:00 IST | Updated: Nov 20, 2026, 22:05 IST
Image Credit: AI
Join

Top 10 News Today

Headlines 01- ଗତଥର ଭଳି ଏଥର ବଡ଼ ବନ୍ୟା ସୃଷ୍ଟି ହେବ ନାହିଁ ବୋଲି କହିଛନ୍ତି ଜଳସଂପଦ ସର୍ବୋଚ୍ଚ ଯନ୍ତ୍ରୀ । ସୂଚନା ଅନୁଯାୟୀ, ପାତ୍ରପୁରରେ ସର୍ବାଧିକ ୨୦୯ ମିମି ବର୍ଷା ରେକର୍ଡ ହୋଇଛି । ଗଞ୍ଜାମକୁ ବାଦ୍ ଦେଲେ ଅନ୍ୟ କେଉଁଠି ଅଧିକ ବର୍ଷା ହୋଇନାହିଁ । ଗଞ୍ଜାମରେ ବର୍ଷା ଯୋଗୁଁ ଋଷିକୂଲ୍ୟା ଓ ବାହୁଦା ଜଳସ୍ତର ବଢ଼ିଛି । ଜଳସ୍ତର ବୃଦ୍ଧି ପାଇଥିଲେ ବି ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ସବୁ ପାଣି ସୁରକ୍ଷିତ ଭାବେ ଅତିକ୍ରମ କରିବ ବୋଲି ଆଶା କରାଯାଉଛି ।

Headlines 02- ବାତ୍ୟା ‘ଆକୱାନ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବାକୁ ବସିଥିବା ବେଳେ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ହାରାହାରି ୧୧୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଗଞ୍ଜାମର ପାତ୍ରପୁରରେ ୨୦୯ ମିମି, ପୁରୀରେ ୬୧ ମିମି, ଅସ୍ତରଙ୍ଗରେ ୧୭୧ ମିମି, ଭଦ୍ରକରେ ୫୦.୮ ମିମି, ଚାନ୍ଦବାଲିରେ ୧୦୨ ମିମି ଏବଂ କନ୍ଧମାଳରେ ୩୩ ମିମି ବର୍ଷା ହୋଇଛି।

Headlines 03- ଐତିହାସିକ କଟକ ବାଲିଯାତ୍ରା ପଡ଼ିଆରେ ଡ୍ରୋନ୍‌ ଉଡାଇବାକୁ ନେଇ କଟକଣା ଜାରି ହୋଇଛି । ନୋ ଡ୍ରୋନ୍‌ ଜୋନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଉଭୟ ତଳ ଓ ଉପର ପଡ଼ିଆରେ ୫ କିମି ଯାଏଁ BNSS ୧୬୩ ଲାଗୁ ହୋଇଛି । VVIP ଓ VIPଙ୍କ ଗସ୍ତକୁ ଦଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ନଭେମ୍ବର ୨୨ରୁ ଡିସେମ୍ବର ୩ ଯାଏଁ କଟକଣା ଜାରି କରିଛନ୍ତି ଜିଲ୍ଲାପାଳ । ରାତି ୧୧ଟା ଯାଏଁ ଲାଉଡ୍‌ ସ୍ପିକର ବ୍ୟବହାର ପାଇଁ ଅନୁମତି ।

Headlines 04- ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ନିଯୁକ୍ତି ପରୀକ୍ଷା ପାଇଁ ପୁଣି ତାରିଖ ଧାର୍ଯ୍ୟ ହୋଇଛି । ସ୍ଥଗିତ ହୋଇଥିବା ପରୀକ୍ଷା ପାଇଁ ପୁଣି ତାରିଖ ଧାର୍ଯ୍ୟ କଲା SSB । ଡିସେମ୍ବର ୩ ଓ ୪ ତାରିଖରେ ହେବ ସିବିଟି ପରୀକ୍ଷା । ପୂର୍ବରୁ ପରୀକ୍ଷା ପାଇଁ ୨୧ ଓ ୨୩ ତାରିଖ ଧାର୍ଯ୍ୟ ହୋଇଥିଲା । ବାତ୍ୟା ଅକୱାନ ପାଇଁ ପରୀକ୍ଷା ସ୍ଥଗିତ ରଖାଯାଇଥିଲା ।

Headlines 05- ୩ ଡାକ୍ତରଙ୍କୁ ନିଲମ୍ବନ କଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗମ୍ଭାରୀମୁଣ୍ଡା CHC ମେଡିକାଲ ଅଫିସର ପ୍ରଭାକର ବେହେରା ନିଲମ୍ବିତ ହୋଇଛନ୍ତି । ସାମାଜିକ ଗଣମାଧ୍ୟମରେ ଅନଧିକୃତ ମନ୍ତବ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଗାଜଲବାଡ଼ି ପିଏଚ୍‌ସି ମେଡିକାଲ ଅଫିସର ତମନ୍ନା ପ୍ରିୟଦର୍ଶିନୀ ସସ୍‌ପେଣ୍ଡ ହୋଇଛନ୍ତି । ଆସିକା ଏସ୍‌ଡିଏଚ୍ ମେଡିକାଲ ଅଫିସର ସୁପ୍ରକାଶ ଦାସ ମଧ୍ୟ ନିଲମ୍ବିତ ହୋଇଛନ୍ତି । ବାତ୍ୟା 'ଅର୍ଣ୍ଣବ' ବେଳେ ଅନଧିକୃତ ଭାବେ ଉଭୟ ଛୁଟିରେ ଥିବାରୁ ଆକ୍ସନ ନିଆଯାଇଛି । କର୍ତ୍ତୃପକ୍ଷଙ୍କ ପୂର୍ବ ଅନୁମତି ବିନା ନିଜ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ ବୋଲି କୁହାଯାଇଛି ।

Headlines 06- ବରଗଡ଼ ଧନୁଯାତ୍ରା ପାଇଁ ୨୭ ତାରିଖରେ କଂସ ଚୟନ ପ୍ରକ୍ରିୟା ହେବ । ବିଜୁ ପଟ୍ଟନାୟକ ଟାଉନ ହଲ୍‌ରେ ଚୟନ ପ୍ରକ୍ରିୟା କରାଯିବା ନେଇ ସୂଚନା ମିଳିଛି । ୨ ବର୍ଷ କଂସ ଭୂମିକା ପାଇଁ କଳାକାର ଚୟନ କରାଯିବ । କଂସ ଭୂମିକା ପାଇଁ ୪୪ ଜଣ ଆବେଦନ କରିଛନ୍ତି ।

Headlines 07- ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ମୟୂରଭଞ୍ଜ, ଭଦ୍ରକ ଏବଂ ବାଲେଶ୍ୱରରେ ସବୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି । ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।

Headlines 08- ସମ୍ବଲପୁରରେ କୂଅରୁ ୧୦ ମାସର ଶିଶୁପୁତ୍ର ମୃତଦେହ ଉଦ୍ଧାର ମାମଲାରେ ମା' ହିଁ ହତ୍ୟାକାରୀ ବୋଲି ସ୍ପଷ୍ଟ କରିଛି ଯୁଯୁମୁରା ପୋଲିସ । ତଦନ୍ତ ସମୟରେ ଛୁଆକୁ ହତ୍ୟା କରିଥିବା ନେଇ ମା' ସ୍ୱୀକାର କରିଥିବା ସୂଚନା ମିଳିଛି । ପ୍ରେମ ସମ୍ପର୍କରୁ ଜନ୍ମିତ ସନ୍ତାନକୁ ନେଇ ସାମାଜିକ ନିନ୍ଦା ସହି ନ ପାରି ହତ୍ୟା କରିଥିବା କୁହାଯାଉଛି ।

Headlines 09- ଇମର୍ଜିଂ ଏସିଆ କପ୍‌ କ୍ରିକେଟରେ ଭାରତର ବୃହତ ବିଜୟ ହୋଇଛି । ପ୍ରଥମ ମ୍ୟାଚରେ ନେପାଳକୁ ୩୦୬ ରନରେ ହରାଇଲା ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତ ୩୩୨/୯, ନେପାଳ ୨୬ ରନ୍‌ରେ ଅଲଆଉଟ । ଭାରତ ପକ୍ଷରୁ କୁମାର କୁଶାଗ୍ରଙ୍କ ୧୧୭ ଓ ତିଲକ ବର୍ମାଙ୍କ ୧୦୭ ରନ୍ ସଂଗ୍ରହ କରିଛନ୍ତି । ପ୍ରିନ୍ସ ଯାଦବଙ୍କୁ ୫ ଓ ହର୍ଷିତ ରାଣାଙ୍କୁ ୪ ୱିକେଟ୍ ସଫଳତା ମିଳିଛି।

Headlines 10- ଫେରିବାଲା ସାଜି ଚଳାଇଥିଲେ ଚୋରା କାରବାର। ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଫେରିବାଲା ଭଡା ଘରେ ବ୍ୟବସାୟ ଚଳାଉ ଥିବା ବେଳେ ପାରାଦୀପ ଗଡ ଲକ ଥାନା ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ଚୋରୀ ସାମଗ୍ରୀ ଜବତ କରିଛି ପୋଲିସ। ପାରାଦୀପରୁ ପଶ୍ଚିମବଙ୍ଗ ଦେଇ ବାଙ୍ଗଲାଦେଶ ଲମ୍ବିଛି ଚୋରା ମୋବାଇଲ, ଫ୍ୟାନ, ସାଇକେଲ, ମୋଟରସାଇକେଲର ଚେର । ଫେରିବାଲା ସାଜି ଚୋରି ନେଟୱର୍କ ଚଲାଉଥିଲେ ଓ୍ବେଷ୍ଟବେଙ୍ଗଲ ମେଦିନୀପୁର ଅଞ୍ଚଳର ଦୁଇ ବ୍ୟବସାୟୀ ।

Also Read- Ollywood: ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର 'ଦେବକନ୍ୟା', ମଣ୍ଟୁଙ୍କ ଅଭିନୟ ଦେଖି ଦର୍ଶକ ମୁଗ୍ଧ

Add Zee News as a Preferred Source
TAGS:

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES