SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

ପାରାଦୀପରେ ଗର୍ଜିଲେ ବରଗଡର କଂସ ମହାରାଜ

ପାରାଦୀପର ବିଭିନ୍ନ ବୃହତ କମ୍ପାନୀ ଏବଂ କର୍ପୋରେଟ୍ ସେକ୍ଟରରେ କାର୍ଯ୍ୟ କରୁଥିବା ସମସ୍ତ ପଶ୍ଚିମ ଓଡ଼ିଶାର ବ୍ୟକ୍ତି ବିଶେଷମାନଙ୍କୁ ନେଇ ଜୁହାର ପରିବାର ତରଫରୁ ଦୀର୍ଘ ୬ ବର୍ଷ ହେବ ଅନୁଷ୍ଠିତ ହୋଇଆସୁଛି ନୂଆଖାଇ ଭେଟଭାଟ ।

Written By Soubhagya Ranjan Mishra Edited By Soubhagya Ranjan Mishra
Published: Nov 03, 2026, 11:47 AM IST | Updated: Nov 03, 2026, 12:07 PM IST
Image Credit: Nuakhai at paradip
Join

ପାରାଦୀପ: (ନାରାୟଣ ବେହେରା) ପଶ୍ଚିମ ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ଭାଇଚାରାର ପର୍ବ ନୂଆଖାଇକୁ ଧୁମଧାମରେ ପାଳନ କରିଛନ୍ତି ପାରାଦୀପର ଜୁହାର ପରିବାର । ପାରମ୍ପରିକ ବାଦ୍ୟ ନୃତ୍ୟର ତାଳେ ତାଳେ ଅତିଥିମାନଙ୍କୁ ପାଛୋଟି ନେବାର ଦୃଶ୍ୟ ପାଲଟିଥିଲା ନିଆରା ଆକର୍ଷଣ । ଏହା ସହିତ କଂସ ମହାରାଜଙ୍କ ଆକର୍ଷଣୀୟ ଅଭିନୟ ସାଙ୍ଗକୁ ମଞ୍ଚ ପରିଚାଳନା ସୃଷ୍ଟି କରିଥିଲା ଧନୁଯାତ୍ରାର ଭ୍ରମ । ପାରାଦୀପର ବିଭିନ୍ନ ବୃହତ କମ୍ପାନୀ ଏବଂ କର୍ପୋରେଟ୍ ସେକ୍ଟରରେ କାର୍ଯ୍ୟ କରୁଥିବା ସମସ୍ତ ପଶ୍ଚିମ ଓଡ଼ିଶାର ବ୍ୟକ୍ତି ବିଶେଷମାନଙ୍କୁ ନେଇ ଜୁହାର ପରିବାର ତରଫରୁ ଦୀର୍ଘ ୬ ବର୍ଷ ହେବ ଅନୁଷ୍ଠିତ ହୋଇଆସୁଛି ନୂଆଖାଇ ଭେଟଭାଟ ।

ପାରାଦୀପ ଅଞ୍ଚଳରେ ରହି ଆସୁଥିବା ପ୍ରତ୍ୟେକ ପଶ୍ଚିମ ଓଡ଼ିଶା ବାସୀ ଏହି ନୂଆଖାଇ ଭେଟଭାଟ କାର୍ଯ୍ୟକ୍ରମରେ ସାମିଲ ହୋଇ ନାଚି ଗାଇ ପରସ୍ପର ମଧ୍ୟରେ ଭାଇଚାରାର ଆବଦ୍ଧରେ ବାନ୍ଧି ହେବାର ଦୃଶ୍ୟ ପାଲଟିଥାଏ ନୂଆଖାଇ ଭେଟଭାଟର ପ୍ରମୁଖ ଆକର୍ଷଣ । ବର୍ଷରେ ଥରେ ଏହି ଦିନକୁ ଆମେ ଚାତକ ଭଳି ଚାହିଁ ରହିଥାଉ ବୋଲି କହିଛନ୍ତି ବିଭିନ୍ନ କର୍ପୋରେଟ ସେକ୍ଟରରେ କାର୍ଯ୍ୟ କରୁଥିବା ପଶ୍ଚିମ ଓଡ଼ିଶାର ଭାଇ ଭଉଣୀ । ଏହି କାର୍ଯ୍ୟକ୍ରମରେ ପାରାଦୀପର ବୃହତ ଶିଳ୍ପ ସଂସ୍ଥାମାନଙ୍କର ପ୍ରମୁଖ ବରିଷ୍ଠ ଅଧିକାରୀମାନଙ୍କୁ ନିମନ୍ତ୍ରଣ କରି ଏହି ନୂଆଖାଇ ଭେଟଭାଟରେ ସାମିଲ କରିବା ସହିତ ପରସ୍ପର ପରସ୍ପର ମଧ୍ୟରେ ଯେଉଁ ଭାଇଚାରା ସୃଷ୍ଟି ହୋଇଥାଏ । ତାହା ଆମକୁ ଏକ ନୂଆ ବାର୍ତ୍ତା ପ୍ରଦାନ କରିଥାଏ, ବିଗତ ବର୍ଷ କିଛି ସମସ୍ୟା ପାଇଁ ଆମେମାନେ ଏହି ନୂଆଖାଇ କାର୍ଯ୍ୟକ୍ରମ ଆୟୋଜନ କରିବା ସମ୍ଭବ ହୋଇନଥିଲେ ମଧ୍ୟ ଆଜିର ଏହି କାର୍ଯ୍ୟକ୍ରମ ଆମମାନଙ୍କୁ ବଡ଼ ସଫଳତା ଦେଇଛି ବୋଲି କହିଛନ୍ତି ଜୁହାର ପରିବାରର ମୁଖିଆମାନେ।

Also Read- ପୂର୍ବତନ ଜେଲ୍ ଡିଜି ସୁଶାନ୍ତ ନାଥଙ୍କ ବିରୋଧରେ ଆଉ ଏକ ବଡ ଅଭିଯୋଗ

Also Read- କୋଟିଆ ଆମର ରହିଛି ଓ ରହିବ, ଇଞ୍ଚେ ବି ଜମି ଆନ୍ଧ୍ରକୁ ଦେବୁନି - ସୁର ରାଉତରାୟ

Add Zee News as a Preferred Source
TAGS:

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES