• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Chhadakhai 2026: ସରିଲା କାର୍ତ୍ତିକ, ଆଜି ଛାଡ଼ଖାଇ! ମାସକ ପରେ ଆମିଷ ବଜାରରେ ପ୍ରବଳ ଭିଡ଼

Chhadakhai 2026: ସରିଲା କାର୍ତ୍ତିକ, ଆଜି ଛାଡ଼ଖାଇ! ମାସକ ପରେ ଆମିଷ ବଜାରରେ ପ୍ରବଳ ଭିଡ଼

ଛାଡ଼ଖାଇ ପାଇଁ ମାଛ ଓ ମାଂସ ଦୋକାନରେ ଗହଳି ଲାଗିଛି। ନିଜ ପସନ୍ଦର ଆମିଷ କିଣିବାକୁ ବଜାରମୁହାଁ ହୋଇଛନ୍ତି ଲୋକେ। ମାସେ ପରେ ଆମିଷ ଖାଇବାର ସୁଯୋଗ ମିଳିଥିବାରୁ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି। ଅନ୍ୟପଟେ ଭଲ ବ୍ୟବସାୟ ହେବା ନେଇ ଆଶା ରଖିଛନ୍ତି ଆମିଷ ବ୍ୟବସାୟୀ।

Written ByPriyambada RanaEdited ByPriyambada Rana
Published: Nov 25, 2026, 08:45 IST|Updated: Nov 25, 2026, 08:45 IST
joinshare
Chhadakhai 2026: ସରିଲା କାର୍ତ୍ତିକ, ଆଜି ଛାଡ଼ଖାଇ! ମାସକ ପରେ ଆମିଷ ବଜାରରେ ପ୍ରବଳ ଭିଡ଼
Image Credit: AI

About the Author

    Priyambada Rana

    Priyambada Rana

    I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    Gold Rate: ଖୁସି ଖବର! ସୁନା ଦରରେ ବଡ଼ ହ୍ରାସ, ଆଜି ୧୦ ଗ୍ରାମ୍ ପିଛା...

    Gold Rate: ଖୁସି ଖବର! ସୁନା ଦରରେ ବଡ଼ ହ୍ରାସ, ଆଜି ୧୦ ଗ୍ରାମ୍ ପିଛା...

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

    3

    Chhadakhai 2026: ସରିଲା କାର୍ତ୍ତିକ, ଆଜି ଛାଡ଼ଖାଇ! ମାସକ ପରେ ଆମିଷ ବଜାରରେ ପ୍ରବଳ ଭିଡ଼

    4

    Odisha Weather Report: ଓଡ଼ିଶାର ୯ ଜିଲ୍ଲାକୁ କୁହୁଡ଼ି ଆଲର୍ଟ! ସକାଳୁ ଦୃଶ୍ୟମାନ କ୍ଷମତା କମିବା ଆଶଙ୍କା

    5

    Vaibhav Sooryavanshi: କ୍ରିକେଟ୍ ମଇଦାନରେ ଛକା ବର୍ଷା, ଇତିହାସ ରଚିଲେ ଭାରତର ଯୁବ ତାରକା

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Chhadakhai 2026: ସରିଲା ପବିତ୍ର କାର୍ତ୍ତିକ ମାସ। ଆଜି ଛାଡ଼ଖାଇ। ମାସକର ଅପେକ୍ଷା ପରେ ପୁଣି ଆମିଷ ଖାଇବେ ଆମିଷପ୍ରିୟ ଓଡ଼ିଆ। ଘରେ ଘରେ ଜମିବ ମାଛ, ମାଂସ ଓ ଚିକେନ୍‌ର ଆସର। କେଉଁଠି ମଟନ୍ ତ ଆଉ କେଉଁଠି ମାଛ, ଚିଙ୍ଗୁଡ଼ି ଓ କଙ୍କଡ଼ାର ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ ହେବ। ଛାଡ଼ଖାଇକୁ ନେଇ ସକାଳୁ ସକାଳୁ ବିଭିନ୍ନ ଆମିଷ ବଜାରରେ ଗ୍ରାହକଙ୍କ ଭିଡ଼ ଜମିବା ଆରମ୍ଭ ହୋଇଛି।

    ଆମିଷ ବଜାରରେ ଗ୍ରାହକଙ୍କ ଭିଡ଼:
    ଛାଡ଼ଖାଇ ପାଇଁ ମାଛ ଓ ମାଂସ ଦୋକାନରେ ଗହଳି ଲାଗିଛି। ନିଜ ପସନ୍ଦର ଆମିଷ କିଣିବାକୁ ବଜାରମୁହାଁ ହୋଇଛନ୍ତି ଲୋକେ। ମାସେ ପରେ ଆମିଷ ଖାଇବାର ସୁଯୋଗ ମିଳିଥିବାରୁ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି। ଅନ୍ୟପଟେ ଭଲ ବ୍ୟବସାୟ ହେବା ନେଇ ଆଶା ରଖିଛନ୍ତି ଆମିଷ ବ୍ୟବସାୟୀ।

    ଓଡ଼ିଆ ପରମ୍ପରାରେ ଛାଡ଼ଖାଇର ରହିଛି ସ୍ୱତନ୍ତ୍ର ମହତ୍ତ୍ୱ। ପବିତ୍ର କାର୍ତ୍ତିକ ମାସରେ ଅନେକ ଲୋକ ଆମିଷ ତ୍ୟାଗ କରି ଧର୍ମକର୍ମରେ ମନୋନିବେଶ କରିଥାନ୍ତି। କାର୍ତ୍ତିକ ପୂର୍ଣ୍ଣିମା ପରେ ଛାଡ଼ଖାଇରେ ପୁଣି ଆମିଷ ଭୋଜନ କରିବାର ପରମ୍ପରା ରହିଛି। ଏହି ଦିନ ପରିବାର, ବନ୍ଧୁବାନ୍ଧବ ଓ ସାଙ୍ଗସାଥୀଙ୍କ ସହ ଏକାଠି ଭୋଜି କରି ଲୋକେ ଛାଡ଼ଖାଇର ମଜା ନେଇଥାନ୍ତି। ହୋଟେଲ ଓ ରେଷ୍ଟୁରାଣ୍ଟରେ ମଧ୍ୟ ଗ୍ରାହକଙ୍କ ଭିଡ଼ ଜମିବାର ଆଶା ରହିଛି।

    ALSO READ: Odisha Weather Report: ଓଡ଼ିଶାର ୯ ଜିଲ୍ଲାକୁ କୁହୁଡ଼ି ଆଲର୍ଟ! ସକାଳୁ ଦୃଶ୍ୟମାନ କ୍ଷମତା କମିବା ଆଶଙ୍କା

    ଭୁବନେଶ୍ୱରରେ ୮ କୋଟି ୬୯ ଲକ୍ଷରୁ ଅଧିକ କାରବାର ଟାର୍ଗେଟ୍:
    ଛାଡ଼ଖାଇକୁ ନେଇ ରାଜଧାନୀ ଭୁବନେଶ୍ୱରର ଆମିଷ ବଜାର ଚଳଚଞ୍ଚଳ ହୋଇଉଠିଛି। ମାଛ, ମାଂସ ଓ ଅଣ୍ଡା କିଣିବା ପାଇଁ ବଜାରରେ ଗ୍ରାହକଙ୍କ ଭିଡ଼ ଜମିବ। ଏଥିପାଇଁ ବ୍ୟବସାୟୀ ସଂଘ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି।

    ଚଳିତବର୍ଷ ଛାଡ଼ଖାଇରେ ଭୁବନେଶ୍ୱର ଆମିଷ ବଜାରରେ ମୋଟ ୮ କୋଟି ୬୯ ଲକ୍ଷ ୯୪ ହଜାର ଟଙ୍କାର କାରବାର ପାଇଁ ଟାର୍ଗେଟ୍ ରଖାଯାଇଛି। ଏହାକୁ ନେଇ ବ୍ୟବସାୟୀମାନେ ବେଶ୍ ଆଶାବାଦୀ ଅଛନ୍ତି।

    କେତେ ରହିଛି ମାଛ ଓ ମାଂସର ଦାମ୍?
    ଭୁବନେଶ୍ୱର ଆମିଷ ବ୍ୟବସାୟୀ ସଂଘର ସଭାପତି ଶେଖ ମୁନ୍ତାକିମ ବକ୍ସଙ୍କ ସୂଚନା ଅନୁସାରେ, ଛାଡ଼ଖାଇ ପାଇଁ ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଓଡ଼ିଶାର ନୟାଗଡ଼, ଯଶୀପୁର, ସୋରୋ ଓ ବାରିପଦାରୁ ଖାସି ଅଣାଯାଇଛି।

    ଚଳିତବର୍ଷ ଛାଡ଼ଖାଇରେ ବିଭିନ୍ନ ଆମିଷ ସାମଗ୍ରୀର ଦାମ୍ ଏହିପରି ରହିଛି।
    - ଖାସି ମାଂସ: କିଲୋ ପ୍ରତି ୯୦୦ରୁ ୯୫୦ ଟଙ୍କା।
    - ସାଧାରଣ ଚିକେନ୍: କିଲୋ ପ୍ରତି ୨୪୦ରୁ ୨୫୦ ଟଙ୍କା।
    - ସୋନାଲି ଚିକେନ୍: କିଲୋ ପ୍ରତି ୪୫୦ରୁ ୫୦୦ ଟଙ୍କା।
    - କଲର ବାର୍ଡ: କିଲୋ ପ୍ରତି ୨୫୦ ଟଙ୍କା।
    - ଦେଶୀ ଚିକେନ୍: କିଲୋ ପ୍ରତି ୬୫୦ ଟଙ୍କା।
    ମୋଟାମୋଟି ଭାବେ ଛାଡ଼ଖାଇକୁ ନେଇ ରାଜଧାନୀର ଆମିଷ ବଜାରରେ ଉତ୍ସାହର ମାହୋଲ ରହିଛି। ମାସକର ଅପେକ୍ଷା ପରେ ଆମିଷପ୍ରିୟ ଲୋକେ ନିଜ ପସନ୍ଦର ଖାଦ୍ୟର ମଜା ନେବାକୁ ପ୍ରସ୍ତୁତ ଥିବାବେଳେ ବ୍ୟବସାୟୀମାନେ ମଧ୍ୟ ଭଲ କାରବାର ଆଶା ରଖିଛନ୍ତି।

    Add Zee News as a Preferred Source
    TAGS:
    Odia News