• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଉପଯୋଗିତା
  • /Gold Rate: ଖୁସି ଖବର! ସୁନା ଦରରେ ବଡ଼ ହ୍ରାସ, ଆଜି ୧୦ ଗ୍ରାମ୍ ପିଛା...

Gold Rate: ଖୁସି ଖବର! ସୁନା ଦରରେ ବଡ଼ ହ୍ରାସ, ଆଜି ୧୦ ଗ୍ରାମ୍ ପିଛା...

ଗୁଡ୍‌ରିଟର୍ଣ୍ଣସ୍‌ର ତଥ୍ୟ ଅନୁଯାୟୀ, ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ୍ ପିଛା ୧,୨୭,୯୧୦ ଟଙ୍କାରୁ ହ୍ରାସ ପାଇ ୧,୨୪,୭୩୦ ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ଗୋଟିଏ ଦିନରେ ୩,୧୮୦ ଟଙ୍କା ଶସ୍ତା ହୋଇଛି ସୁନା।

Written ByPriyambada RanaEdited ByPriyambada Rana
Published: Nov 25, 2026, 12:15 IST|Updated: Nov 25, 2026, 12:15 IST
joinshare
Gold Rate: ଖୁସି ଖବର! ସୁନା ଦରରେ ବଡ଼ ହ୍ରାସ, ଆଜି ୧୦ ଗ୍ରାମ୍ ପିଛା...
Image Credit: AI

About the Author

    Priyambada Rana

    Priyambada Rana

    I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    Gold Rate: ଖୁସି ଖବର! ସୁନା ଦରରେ ବଡ଼ ହ୍ରାସ, ଆଜି ୧୦ ଗ୍ରାମ୍ ପିଛା...

    Gold Rate: ଖୁସି ଖବର! ସୁନା ଦରରେ ବଡ଼ ହ୍ରାସ, ଆଜି ୧୦ ଗ୍ରାମ୍ ପିଛା...

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

    3

    Chhadakhai 2026: ସରିଲା କାର୍ତ୍ତିକ, ଆଜି ଛାଡ଼ଖାଇ! ମାସକ ପରେ ଆମିଷ ବଜାରରେ ପ୍ରବଳ ଭିଡ଼

    4

    Odisha Weather Report: ଓଡ଼ିଶାର ୯ ଜିଲ୍ଲାକୁ କୁହୁଡ଼ି ଆଲର୍ଟ! ସକାଳୁ ଦୃଶ୍ୟମାନ କ୍ଷମତା କମିବା ଆଶଙ୍କା

    5

    Vaibhav Sooryavanshi: କ୍ରିକେଟ୍ ମଇଦାନରେ ଛକା ବର୍ଷା, ଇତିହାସ ରଚିଲେ ଭାରତର ଯୁବ ତାରକା

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Gold Rate: ବିବାହ ଋତୁ ଆରମ୍ଭ ହୋଇଥିବା ବେଳେ ସୁନା ଓ ରୂପା କିଣିବାକୁ ଯୋଜନା କରୁଥିବା ଗ୍ରାହକଙ୍କ ପାଇଁ ଆସିଛି ବଡ଼ ଖବର। ନଭେମ୍ବର ୨୫, ବୁଧବାର ଦିନ ଦେଶରେ ସୁନା ଦରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି। ଅନ୍ତର୍ଜାତୀୟ ବଜାରରେ ସୁନା ଦର ହ୍ରାସ ପାଇଥିବା ବେଳେ ରୂପା ଦରରେ ସକାଳେ ସାମାନ୍ୟ ବୃଦ୍ଧି ରେକର୍ଡ ହୋଇଛି। ତେବେ ଘରୋଇ ବଜାରରେ ଉଭୟ ଧାତୁର ଦରରେ ଅସ୍ଥିରତା ଜାରି ରହିଛି।

    ଦିଲ୍ଲୀରେ ୩,୧୮୦ ଟଙ୍କା ଶସ୍ତା ହେଲା ସୁନା:
    ଗୁଡ୍‌ରିଟର୍ଣ୍ଣସ୍‌ର ତଥ୍ୟ ଅନୁଯାୟୀ, ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ୍ ପିଛା ୧,୨୭,୯୧୦ ଟଙ୍କାରୁ ହ୍ରାସ ପାଇ ୧,୨୪,୭୩୦ ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ଗୋଟିଏ ଦିନରେ ୩,୧୮୦ ଟଙ୍କା ଶସ୍ତା ହୋଇଛି ସୁନା।

    ଭାରତୀୟ ବଜାରରେ ୨୪ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ୍ ପିଛା ୧,୨୪,୫୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନା ୧,୧୪,୨୦୦ ଟଙ୍କା ଏବଂ ୧୮ କ୍ୟାରେଟ୍ ସୁନା ୯୩,୪୪୦ ଟଙ୍କାରେ କାରବାର ହେଉଛି।

    ପ୍ରମୁଖ ସହରରେ ସୁନା ଦର:
    ୨୫ ନଭେମ୍ବର ୨୦୨୬ | ଟଙ୍କା ପ୍ରତି ୧୦ ଗ୍ରାମ୍

    ସହର

    ୨୪ କ୍ୟାରେଟ୍

    ୨୨ କ୍ୟାରେଟ୍

    ୧୮ କ୍ୟାରେଟ୍

    ଦିଲ୍ଲୀ

    ₹୧,୨୪,୭୩୦

    ₹୧,୧୪,୩୫୦

    ₹୯୩,୫୯୦

    ମୁମ୍ବାଇ

    ₹୧,୨୭,୮୧୦

    ₹୧,୧୪,୨୦୦

    ₹୯୩,୪୪୦

    ଅହମ୍ମଦାବାଦ

    ₹୧,୨୪,୬୩୦

    ₹୧,୧୪,୨୫୦

    ₹୯୩,୪୯୦

    ଭୁବନେଶ୍ୱର

    ₹୧,୨୪,୫୮୦

    ₹୧,୧୪,୨୦୦

    ₹୯୩,୪୪୦

    ଚେନ୍ନାଇ

    ₹୧,୨୪,୫୮୦

    ₹୧,୧୪,୨୦୦

    ₹୯୩,୪୪୦

    କୋଲକାତା

    ₹୧,୨୪,୫୮୦

    ₹୧,୧୪,୨୦୦

    ₹୯୩,୪୪୦

    ହାଇଦ୍ରାବାଦ

    ₹୧,୨୪,୫୮୦

    ₹୧,୧୪,୨୦୦

    ₹୯୩,୪୪୦

    MCXରେ ସୁନା ଓ ରୁପା ଦର:
    ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ବୁଧବାର ସକାଳେ ସୁନା ଦର ୦.୬୮ ପ୍ରତିଶତ ହ୍ରାସ ପାଇ ୧୦ ଗ୍ରାମ୍ ପିଛା ୧,୨୧,୫୦୨ ଟଙ୍କାରେ ଖୋଲିଥିଲା। ସେହିପରି ରୂପା ଦର ମଧ୍ୟ ୦.୬୮ ପ୍ରତିଶତ ହ୍ରାସ ପାଇ କିଲୋଗ୍ରାମ୍ ପିଛା ୧,୪୪,୧୨୩ ଟଙ୍କାରେ କାରବାର ଆରମ୍ଭ କରିଥିଲା। ପୂର୍ବ ଦିନର ଇଭନିଂ ସେସନରେ MCXରେ ସୁନା ୧,୨୨,୨୫୦ ଟଙ୍କା ଏବଂ ରୁପା ୧,୪୫,୧୫୦ ଟଙ୍କାରେ ବନ୍ଦ ହୋଇଥିଲା।

    ALSO READ: Top 10 News: ଚୁଟକିରେ ପଢ଼ନ୍ତୁ ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

    ଅନ୍ତର୍ଜାତୀୟ ବଜାରରେ କ'ଣ ରହିଛି ସ୍ଥିତି?
    ଅନ୍ତର୍ଜାତୀୟ କମୋଡିଟି ବଜାର COMEXରେ ସକାଳେ ସୁନା ଦର ୦.୨୧ ପ୍ରତିଶତ ହ୍ରାସ ପାଇ ପ୍ରତି ଆଉନ୍ସ ୩,୫୫୪.୪୦ ଡଲାରରେ ପହଞ୍ଚିଥିଲା। ଅନ୍ୟପଟେ ରୁପା ଦରରେ ୦.୬୮ ପ୍ରତିଶତ ବୃଦ୍ଧି ହୋଇ ପ୍ରତି ଆଉନ୍ସ ୪୧.୦୬ ଡଲାର ରେକର୍ଡ ହୋଇଥିଲା।

    ଡିସେମ୍ବରରେ ଫେଡେରାଲ ରିଜର୍ଭ ବୈଠକ ଉପରେ ନଜର:
    ସୁନା ଓ ରୂପା ଦରରେ ଲଗାତାର ହ୍ରାସ ଓ ବୃଦ୍ଧି ଜାରି ରହିଛି। ଗତ ସପ୍ତାହରେ ଉଭୟ ଧାତୁର ଦରରେ ବଡ଼ ହ୍ରାସ ହୋଇଥିବା ବେଳେ ଚଳିତ ସପ୍ତାହରେ ମଧ୍ୟ ମୂଲ୍ୟରେ ଅସ୍ଥିରତା ଦେଖିବାକୁ ମିଳିଛି। ଆସନ୍ତା ଡିସେମ୍ବରରେ ଆମେରିକାର ଫେଡେରାଲ ରିଜର୍ଭ ବ୍ୟାଙ୍କର ବୈଠକ ହେବ। ସେଠାରେ ସୁଧହାର ସମ୍ପର୍କିତ ନିଷ୍ପତ୍ତି ଉପରେ ନିବେଶକଙ୍କ ନଜର ରହିଛି।

    ବିବାହ ଋତୁରେ ସୁନା ଓ ରୂପା କିଣିବାକୁ ଯୋଜନା କରୁଥିବା ଗ୍ରାହକମାନେ କିଣିବା ପୂର୍ବରୁ ନିଜ ସହରର ଅପଡେଟ୍ ଦର ଯାଞ୍ଚ କରିବା ଜରୁରୀ। ମନେ ରଖନ୍ତୁ, ଅଳଙ୍କାର କିଣିବା ସମୟରେ GST, ମେକିଂ ଚାର୍ଜ ଓ ଅନ୍ୟାନ୍ୟ ଶୁଳ୍କ ଯୋଗ ହୋଇପାରେ। 

    Add Zee News as a Preferred Source
    TAGS:
    Gold Rate