• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Debrigarh Sanctuary: ମହାବଳ ଶିକାର ପାଇଁ ବିଛାଇଥିଲେ ଫାଶ, ବନ ବିଭାଗ ଜାଲରେ ପଡ଼ିଲେ ୨ ଶିକାରୀ

Debrigarh Sanctuary: ମହାବଳ ଶିକାର ପାଇଁ ବିଛାଇଥିଲେ ଫାଶ, ବନ ବିଭାଗ ଜାଲରେ ପଡ଼ିଲେ ୨ ଶିକାରୀ

ଏକ ବିଶେଷ ସୂତ୍ରରୁ ମିଳିଥିବା ଖବର ଆଧାରରେ ନଭେମ୍ବର ୧୦ ଓ ୧୧ ତାରିଖରେ ଡେବ୍ରିଗଡ଼ ଅଭୟାରଣ୍ୟ ସୀମାକୁ ଲାଗି ରହିଥିବା ପାଞ୍ଚଟି ଗାଁରେ ଚଢ଼ାଉ ଓ ତଲାସୀ ଅଭିଯାନ କରାଯାଇଥିଲା। ଏହି ଅପରେସନରେ ପ୍ରାୟ ୭୦ ଜଣ ସଶସ୍ତ୍ର ବନ କର୍ମଚାରୀ ଓ ପୋଲିସ ସାମିଲ ହୋଇଥିଲେ।

Reported ByPriyambada RanaEdited ByPriyambada Rana
Published: Nov 12, 2026, 10:46 AM IST|Updated: Nov 12, 2026, 10:48 AM IST
joinshare
Debrigarh Sanctuary: ମହାବଳ ଶିକାର ପାଇଁ ବିଛାଇଥିଲେ ଫାଶ, ବନ ବିଭାଗ ଜାଲରେ ପଡ଼ିଲେ ୨ ଶିକାରୀ
Image Credit: Zee Odisha Desk

About the Author

    Priyambada Rana

    Priyambada Rana

    I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Debrigarh Sanctuary: ଡେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ଯୋଜନା ପଣ୍ଡ ହୋଇଛି । ଶିକାରୀଙ୍କ ଉପରେ ବନ ବିଭାଗ ଓ ବରଗଡ଼ ପୋଲିସର ମିଳିତ ଚଢ଼ାଉ କରାଯାଇ ଦୁଇ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ଚିତାବାଘ ଶିକାର ପାଇଁ ଅଭୟାରଣ୍ୟ ଭିତରେ ଫାଶ ବିଛାଯାଇଥିବା ସୂଚନା ମିଳିଥିଲା । ଜବତ ହୋଇଛି ଶିକାରରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ। ପ୍ରାୟ ୭୦ ଜଣ ବନ କର୍ମଚାରୀ ଓ ପୋଲିସଙ୍କୁ ନେଇ ଦୁଇ ଦିନ ଧରି ଚାଲିଥିଲା ଏହି ସ୍ୱତନ୍ତ୍ର ଅପରେସନ। ଡେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ରୋକିବାକୁ ବନ ବିଭାଗ ଓ ବରଗଡ଼ ଜିଲ୍ଲା ପୋଲିସର ମିଳିତ ଅଭିଯାନ।

    ଏକ ବିଶେଷ ସୂତ୍ରରୁ ମିଳିଥିବା ଖବର ଆଧାରରେ ନଭେମ୍ବର ୧୦ ଓ ୧୧ ତାରିଖରେ ଡେବ୍ରିଗଡ଼ ଅଭୟାରଣ୍ୟ ସୀମାକୁ ଲାଗି ରହିଥିବା ପାଞ୍ଚଟି ଗାଁରେ ଚଢ଼ାଉ ଓ ତଲାସୀ ଅଭିଯାନ କରାଯାଇଥିଲା। ଏହି ଅପରେସନରେ ପ୍ରାୟ ୭୦ ଜଣ ସଶସ୍ତ୍ର ବନ କର୍ମଚାରୀ ଓ ପୋଲିସ ସାମିଲ ହୋଇଥିଲେ।

    ଏହି ଅଭିଯାନରେ ବରଗଡ଼ ଜିଲ୍ଲାର ଡେବ୍ରିଗଡ଼ ସୀମାନ୍ତ ରାଉତପଡ଼ା ଗାଁର ଘନଶ୍ୟାମ ମିର୍ଦ୍ଧା (୪୦) ଓ ସୁପ୍ରସାଦ ସୁଇ (୪୮)ଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ବନ୍ୟଜନ୍ତୁ ଧରିବା ପାଇଁ ବ୍ୟବହୃତ ଫାଶ, , ୩ କିଲୋଗ୍ରାମ ବିଦ୍ୟୁତ୍ ତାର, ୨ କିଲୋଗ୍ରାମ କେବୁଲ୍ ତାର ଏବଂ ଦୁଇ ବଣ୍ଡଲ୍ ଜନ୍ତୁ ଧରିବା ଜାଲ ଜବତ ହୋଇଛି।

    ସୂଚନା ଅନୁସାରେ, ଚିତାବାଘ ଶିକାର ପାଇଁ ଅଭୟାରଣ୍ୟ ଭିତରେ ଫାଶ ବିଛାଯାଇଥିବା ଆଶଙ୍କା ରହିଛି। ବନ ବିଭାଗର ଲଖନପୁର ରେଞ୍ଜ ପକ୍ଷରୁ ଗିରଫ ଦୁଇ ଅଭିଯୁକ୍ତଙ୍କୁ ନଭେମ୍ବର ୧୧ ତାରିଖରେ କୋର୍ଟ ଚାଲାଣ କରାଯାଇଛି। ଅନ୍ୟପଟେ ଶିକାର ସମ୍ପର୍କରେ ବିଶ୍ୱସନୀୟ ସୂଚନା ଦେଲେ ୧ ହଜାର ଟଙ୍କା ପୁରସ୍କାର ଦେବାକୁ ଡେବ୍ରିଗଡ଼ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ଜଙ୍ଗଲ ସଂଲଗ୍ନ ଗାଁ ନିକଟରେ ଲୁଚାଇ ରଖାଯାଇଥିବା ଅସ୍ତ୍ରଶସ୍ତ୍ର ଓ ଶିକାର ସାମଗ୍ରୀ ଠାବ କରିବା ପାଇଁ ମେଟାଲ୍ ଡିଟେକ୍ଟର ଓ ଲାଇଭ୍ ୱାୟାର ଡିଟେକ୍ଟର ସହ ଯାଞ୍ଚ କରାଯାଉଛି।

    ତେବେ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଆଗକୁ ମଧ୍ୟ ଏଭଳି ଚଢ଼ାଉ, ତଲାସୀ ଓ ଗିରଫଦାରୀ ଅଭିଯାନ ଜାରି ରହିବ ବୋଲି ଦେବ୍ରିଗଡ଼ ଅଭୟାରଣ୍ୟ କର୍ତ୍ତୃପକ୍ଷ କହିଛନ୍ତି।ବନ୍ୟଜନ୍ତୁଙ୍କ ସୁରକ୍ଷା କେବଳ ବନ ବିଭାଗର ଦାୟିତ୍ୱ ନୁହେଁ, ଏଥିପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗ ମଧ୍ୟ ଜରୁରୀ। ଶିକାରୀଙ୍କ ଉପରେ ଏଭଳି କଡ଼ା ନଜର ରହିଲେ ଡେବ୍ରିଗଡ଼ର ଜୈବ ବିବିଧତା ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଆହୁରି ସୁଦୃଢ଼ ହୋଇପାରିବ ବୋଲି ସୂଚନା ଦିଆଯାଇଛି ।

    Add Zee News as a Preferred Source
    TAGS:
    Odia News