Odisha Vigilance: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଛି ରେଡ୍। ଧରା ପଡିଥିବା ଅଧିକାରୀ ଜଣକ ହେଲେ ମାଲାକାନଗିରି ଜିଲ୍ଲାର ମାଥିଲି ବ୍ଲକ୍ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ଶିଶିର ଦାଶ। ଏନେଇ ତାଙ୍କ କାର୍ଯ୍ୟାଳୟ ଓ ବାସଭବନ ସମେତ ୬ଟି ସ୍ଥାନରେ ଚଢାଉ ଜାରି ରହିଛି।
ସୂଚନା ଅନୁସାରେ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ତାଙ୍କ ପଦବୀର ଅପବ୍ୟବାର କରୁଥିବା ନେଇ ଏକାଧିକ ଅଭିଯୋଗ ହୋଇ ଆସୁଥିଲା। ଭିଜିଲାନ୍ସ ଟିମ୍ ଏକ ବିଶେଷ ସୂତ୍ରରୁ ସୂଚନା ପାଇ ଆଜି ସକାଳୁ ଚଢାଉ କରିଥିଲା। ତାଙ୍କ ସରକାରୀ କ୍ୱାର୍ଟର ସମେତ କାର୍ଯ୍ୟାଳୟ , ତାଙ୍କ ଭଡ଼ା ଘର ସହ ଭୁବନେଶ୍ୱରରେ ଥିବା ତାଙ୍କର ନିଜସ୍ବ ବାସଭବନ ଓ ଅନ୍ୟାନ୍ୟ ସମ୍ପର୍କୀୟଙ୍କ ଘରେ ଚଢ଼ାଉ ଜାରି ହୋଇଛି। ଏହି ଚଢାଉରେ ସୁନା ଅଳଙ୍କାର, ନଗଦ ଟଙ୍କା ସହ କୋଟି କୋଟି ଟଙ୍କାର ସମ୍ପତ୍ତି ଭିଜିଲାନ୍ସ ହାତରେ ଲାଗିଛି।
କେବଳ ସେତିକି ନୁହେଁ, ବ୍ୟାଙ୍କ ଆକାଉଣ୍ଟ ସହ ଜମିଜମା ଓ ବିଲ୍ଡିଂର ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରୁଛି। ହେଲେ, ଏପର୍ଯ୍ୟନ୍ତ କେତେ କୋଟି ସମ୍ପତ୍ତି ରେଡ୍ ହୋଇଛି। ସେନେଇ ଭିଜିଲାନ୍ସ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ। ଚଢାଉ ଶେଷ ହେବା ପରେ ହିଁ ମୋଟ୍ ସମ୍ପତ୍ତିର ଆକଳନ କରାଯିବ। ତେବେ ଏହି ରେଡ୍ ରେ ୫ ଜଣ ଡିଏସ୍ପି, ଜଣେ ଇନ୍ସପେକ୍ଟର, ଜଣେ ଅତିରିକ୍ତ ଏସ୍ପି ଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି।