• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Student Union Election: ୧୫ରେ ଛାତ୍ର ସଂସଦ ନିର୍ବାଚନ,ସୂଚନା ଦେଲେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

Student Union Election: ୧୫ରେ ଛାତ୍ର ସଂସଦ ନିର୍ବାଚନ,ସୂଚନା ଦେଲେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଦିର୍ଘ ଦିନର ପ୍ରତୀକ୍ଷାର ଘଟିଲା ଅନ୍ତ। ୧୫ ତାରିଖରେ ହେବ କ୍ୟାମ୍ପସ୍ ଭୋଟ୍। ଏ-ନେଇ ମୁଖ୍ୟମନ୍ତ୍ରୀ ଙ୍କ ବୈଠକ ପରେ ସୂଚନା ଦେଇଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ୍। ଛାତ୍ର ସଂସଦ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚ ଶିକ୍ଷା ବିଭାଗ।

Written ByNarmada BeheraEdited ByNarmada Behera
Published: Oct 05, 2026, 01:35 PM IST|Updated: Oct 05, 2026, 01:40 PM IST
joinshare
Student Union Election: ୧୫ରେ ଛାତ୍ର ସଂସଦ ନିର୍ବାଚନ,ସୂଚନା ଦେଲେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ
Image Credit: ୧୫ରେ ଛାତ୍ର ସଂସଦ ନିର୍ବାଚନ,ସୂଚନା ଦେଲେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Student Union Election: ଦିର୍ଘ ଦିନର ପ୍ରତୀକ୍ଷାର ଘଟିଲା ଅନ୍ତ। ୧୫ ତାରିଖରେ ହେବ କ୍ୟାମ୍ପସ୍ ଭୋଟ୍। ଏ-ନେଇ ମୁଖ୍ୟମନ୍ତ୍ରୀ ଙ୍କ ବୈଠକ ପରେ ସୂଚନା ଦେଇଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ୍। ଛାତ୍ର ସଂସଦ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚ ଶିକ୍ଷା ବିଭାଗ।  ୭ ତାରିଖରେ ଅଫିସିଆଲ୍ ନୋଟିଫିକେସନ୍ ୯ ତାରିଖରେ ନାମାଙ୍କନ ଦାଖଲ ସ୍କ୍ରୁଟିନି ଓ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ଏବଂ ୧୦ ତାରିଖ  ଦିନ ୧ ଭିତରେ ନାମାଙ୍କନ ପ୍ରତ୍ୟାହାର ଓ  ଦିନ ୩ଟାରେ ଚୁଡାନ୍ତ ତାଲିକା ପ୍ରକାଶ ପାଇବ। ଏବଂ ୧୪ ତାରିଖରେ 'ହ୍ବାଏ ଆଇ ଷ୍ଟାଣ୍ଡ୍‌ ଫର୍‌'ମିଟିଂ ହେବ। ୧୫ ତାରିଖରେ ମତଦାନ ସହ ଭୋଟ୍ ଗଣତି ଓ ରେଜଲ୍ଟ ପ୍ରକାଶ ପାଇବ। ଏବଂ୧୬ ତାରିଖରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।


    ସେପଟେ, ଏନେଇ ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ୍ । ସେ କହିଛନ୍ତି ଯେ, ନିର୍ବାଚନୀ ଇସ୍ତାହାରରେ କଲେଜ୍ ନିର୍ବାଚନ କରାଇବାକୁ ପ୍ରତିଶ୍ରୃତି ଦେଇଥିଲୁ। ଯାହା ଆମେ ଚଳିତ ବର୍ଷ ଦେଇଥିବା ପ୍ରତିଶ୍ରୃତି ରକ୍ଷା କରିବାକୁ ଯାଉଛୁ। ୨୦୧୭ ରୁ ନିର୍ବାଚନ ବନ୍ଦ ହୋଇଥିଲା, ବର୍ତ୍ତମାନେ ଏହା ଆମେ କରିବାକୁ ଯାଉଛୁ। ସବୁ କଲେଜ୍ ଓ ବିଶ୍ବ ବିଦ୍ୟାଳୟରେ ନିର୍ବାଚନ କରିବାକୁ ନିଷ୍ପତ୍ତି ହୋଇଛି । ଯୁବ ନେତୃତ୍ବକୁ ଆଗକୁ ନେବାର ଲକ୍ଷ ରହିଛି।

    ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ୧୫ ତାରିଖରେ ହେବାକୁଥିବା ଛାତ୍ର ସଂସଦ ନିର୍ବାଚନରେ ସେଲ୍ଫ ଫାଇନାନ୍ସିଂ କୋର୍ସ ଛାତ୍ରଛାତ୍ରୀମାନେ ଭାଗ ନେଇପାରିବେ ନାହିଁ। ବିଶେଷକରି,(PPP) ମୋଡ୍ ରେ ସେଲ୍ଫ ଫାଇନାନ୍ସିଂ କୋର୍ସ ଛାତ୍ରଙ୍କ ପାଇଁ ନିର୍ବାଚନ ବାରଣ କରାଯାଇଥିବା ବିଜ୍ଞପ୍ତି ଜରିଆରେ ସ୍ପଷ୍ଟ କରିଛି ଉଚ୍ଚ ଶିକ୍ଷା ବିଭାଗ। 

     

    Add Zee News as a Preferred Source