• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Top 10 News Today: ଆଜି ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ, ଭାରତ-ନ୍ୟୁଜିଲାଣ୍ତ ଚତୁର୍ଥ ଦିନିକିଆ ଫାଇଟ୍ ସହ ପଢନ୍ତୁ ସକାଳର ୧୦ ବଡ଼ ଖବର

Top 10 News Today: ଆଜି ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ, ଭାରତ-ନ୍ୟୁଜିଲାଣ୍ତ ଚତୁର୍ଥ ଦିନିକିଆ ଫାଇଟ୍ ସହ ପଢନ୍ତୁ ସକାଳର ୧୦ ବଡ଼ ଖବର

ପଢନ୍ତୁ ସକାଳର ୧୦ ବଡ଼ ଖବର

Written ByNarmada BeheraEdited ByNarmada Behera
Published: Nov 13, 2026, 09:41 AM IST|Updated: Nov 13, 2026, 09:43 AM IST
joinshare
Top 10 News Today: ଆଜି ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ, ଭାରତ-ନ୍ୟୁଜିଲାଣ୍ତ ଚତୁର୍ଥ ଦିନିକିଆ ଫାଇଟ୍ ସହ ପଢନ୍ତୁ ସକାଳର ୧୦ ବଡ଼ ଖବର
Image Credit: Representative -Social Media

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Odisha Cm Mayurbhanj Tour: ଆଜି ବଡ଼ସାହି ବ୍ଲକ୍ ଅନ୍ତର୍ଗତ  ଦୁର୍ଗାପୁର ପଞ୍ଚାୟତ ଆଗୁଆଡ଼ ଗ୍ରାମରେ ଆଦିବାସୀ କୁଡୁମୀ ସମାଜ  ପକ୍ଷରୁ  ସ୍ଥାନୀୟ ଯୁବକ ସଂଘ  ମିଳିତ ସହଯୋଗରେ  ଜାତୀୟ ବନ୍ଦନା  ପରବ-୨୦୨୬ ପାଳନ କରାଯାଉଛି।  କୁଡୁମି ସମାଜର ଭାଷା ,ସଂସ୍କୃତି, ପରମ୍ପରା, ଓ ଏତକାକୁ ଜାତୀୟ ସ୍ତରରେ  ପରିଚିତ କରାଇବା  ହେଉଛି ଉକ୍ତ କାର୍ଯ୍ୟକ୍ରମର ମୂଳ ଲକ୍ଷ।  ବୁଧବାର ଏହାର ଶୁଭାରମ୍ଭ ହୋଇଥିବା ବେଳେ  (ଶୁକ୍ରବାର) ଆଜି ଅନୁଷ୍ଠିତ ହେବାକୁ ଥିବା  ଉଦଯାପନୀ ଦିବସରେ ଜାତୀୟ ସ୍ତରୀୟ  ବାନ୍ଦନା ପର୍ବରେ  ମୁଖ୍ୟ ଅତିଥି ଭାବରେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବେ।

    Cyclone Update: ବଙ୍ଗୋପସାଗରରେ ଆସିପାରେ ଆଉ ଏକ ବାତ୍ୟା। ବିଭିନ୍ନ ପାଣିପାଗ ମଡେଲ୍ ସାମ୍ଭାବ୍ୟ ବାତ୍ୟା ନେଇ ସଙ୍କେତ ଦେଖାଇଛନ୍ତି।  ଆସନ୍ତା ୧ କିମ୍ବା ୨୦ ତାରିଖ ବେଳକୁ ସ୍ଥଳଭାଗ ପାଖାପାଖି ହୋଇପାରେ। ହେଲେ, ଏହାର ଗତିପଥ ଓ ପ୍ରଭାବ ନେଇ ଭିନ୍ନ ଭିନ୍ନ ଆକଳନ ପ୍ରକାଶ ପାଇଛି।  ଇଉରୋପୀୟ ମଡେଲ୍  କହୁଛି, ଆନ୍ଧ୍ର-ଓଡ଼ିଶା ଉପକୂଳ ଆଡେ ମୁହାଁଇପାରେ। ଆଉ ୨ଟି ମଡେଲ୍ ଦର୍ଶାଉଛି ବାଙ୍ଗଲାଦେଶ କିମ୍ବା ମିଆଁମାର ଦିଗକୁ  ମୋଡିଯାଇପାରେ ବାତ୍ୟା।

    Road Accident: ଭୟଙ୍କର ସଡ଼କ ଦୁର୍ଘଟଣା!ସୌଭାଗ୍ୟ ବସତଃ କୌଣସି  ଜୀବନ ହାନୀ ଘଟନି। ଯାଜପୁର ଜିଲ୍ଲାରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ବଡ଼ଚଣାରେ ଦୁର୍ଘଟଣା ଘଟିଛି। ଏକ ଟ୍ରକକୁ ପଛରୁ ପିଟିଛି ଟୁରିଷ୍ଟ ବସ୍।  ଏଥିରେ ୧୬ ଜଣ ଆହତ ହୋଇଛନ୍ତି।  ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତୀ କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭିଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି।

    Bhadrak Road Accident : ଭଦ୍ରକ ବାସୁଦେବପୁର ବିରସ ଠାରେ ପୋଲିସ ଭେନ ଓ ଲୁହା ଏଙ୍ଗଲ ବୋଝେଇ ଟ୍ରଲର ମୁହାଁମୁହିଁ ଧକ୍କା। ଦୁଇଜଣ ମୃତ ୨ଜଣ ଜଣ ଗୁରୁତର। ସମସ୍ତେ ପୁରୀ ଜିଲ୍ଲାର ପୋଲିସ ବୋଲି ଜଣାପଡ଼ିଛି। ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମୋବାଇଲ ଚୋରି ମାମଲାରେରେ ତଦନ୍ତ ସାରି ଧାମରା ଆଡୁ ଆସୁଥିବା ସମୟରେ ବିପରୀତ ଦିଗରୁ ଧାମରା ଆଡକୁ ଯାଉଥିବା ଟ୍ରଲର ସହ ଧକା ହେଇଥିଲା। ପୁରୀ ପୋଲିସ୍ ମୋବାଇଲ୍ ଚୋରି ରାକେଟ୍ ଧରିବାକୁ ଭଦ୍ରକ ଯାଇ ଦୁର୍ଘଟଣାର ଶିକାର ହେଲା ଭ୍ୟାନ୍। ଭ୍ୟାନରେ ରହିଥିଲେ ଜଣେ ଏସଆଇ,ହୋମଗାର୍ଡ(ଡ୍ରାଇଭର) ସହ ୨ଜଣ କନେଷ୍ଟବଳ। ଦୁର୍ଘଟଣାରେ ଦୁଇ କନଷ୍ଟେବଳ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇ କଟକ ଏସସିବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

    Odisha News: ଏବିଭିପିର ପରାମର୍ଶରେ ଚାଲିଛି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନା ଏବିଭିପିର ମୁଖ୍ୟମନ୍ତ୍ରୀ? ଏଭଳି ପ୍ରଶ୍ନ ଉଠାଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଇପ୍ସିତା ସାହୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଘେରିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ପଦବୀ ଏକ ସାମ୍ବିଧାନିକ ଓ ସମ୍ମାନଜନକ ପଦବୀ।

    Pradhan Mantri Awas Yojana: ଆସନ୍ତାକାଲି ୧୪ ତାରିଖରେ ରାଜ୍ୟର ବିଭିନ୍ନ  ଜିଲ୍ଲା, ବ୍ଲକ୍, ଓ ପଞ୍ଚାୟତ ସ୍ତରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା  ଅଧିନରେ ପକ୍କା ଘର ବଣ୍ଟନ ହେବାର କାର୍ଯ୍ୟକ୍ରମ ରହିଛି।  ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତରାଜମନ୍ତ୍ରୀ  ରବି ନାରାୟଣ ନାୟକ।  ବଲାଙ୍ଗୀର ଜିଲ୍ଲା ମୁଖ୍ୟାଳୟରେ  ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମରେ  କେନ୍ଦ୍ର କୃଷି ଓ ଗ୍ରାମୀଣ ଉନ୍ନୟନ ମନ୍ତ୍ରୀ  ଶିବରାଜ ସିଂ ଚୌହାନ୍  ନିଜେ ହିତାଧିକାରୀଙ୍କୁ  ଘର ବାଣ୍ଟିବେ।  ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ।  

    Crime News: ବଲାଙ୍ଗୀର ସହର ଉପକଣ୍ଠ ଜଙ୍ଗଲରୁ  ୪ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧର ହୋଇଛି।  ସମସ୍ତ ଛାତ୍ରଙ୍କ ଘର ଲଳିତ ନଗର ଅଞ୍ଚଳରେ ହୋଇଥିବା ଜଣାପଡିଛି।  ଏନେଇ ପରିବାର ପକ୍ଷରୁ ଗତକାଲି ଛାତ୍ର ମାନେ ଘରକୁ ନ ଫେରିବାରୁ ଟାଉନ୍ ଥାନାରେ ଏତଲା ଦିଆଯାଇ ଥିଲା।

    Motor Vehicle Act: ରାଜ୍ୟରେ ଖୁବଶିଘ୍ର ବନ୍ଦ ହେବାକୁ ଯାଉଛି  ରାପିଡୋ ଓ ଉବେର ବାଇକ୍।  ବିଶେଷକରି, ଏହି ୨ ଚକିଆ ଯାନ ଗୁଡିକରେ ବ୍ୟବହୃହ ହେଉଥିବା  ପ୍ରାଇଭେଟ୍ ନମ୍ବର  ଗାଡି ଗୁଡିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନଇ ନୋଡ଼ାଲ୍ ଅଧିକାରୀଙ୍କୁ ଚିଠି କରାଯାଇଛି।

    Amitabh Bachchan: ବଲିଉଡ଼ ବିଗ୍-ବି ଅମିତାଭ ବଚ୍ଚନଙ୍କ ବଙ୍ଗଳାକୁ ବୋମାରେ ଉଡାଇ ଦେବାକୁ ପୁଣି ଧମକ ଆସିଛି। ଗୁରୁବାର ସକାଳେ ଏକ ଇ-ମେଲ୍ ମାଧ୍ୟମରେ  ଏହି ଧମକ ଆସିଛି।  ଅପରାହ୍ନ ୧ଟା ୧୧ରେ ପଞ୍ଜାବ ନ୍ୟାସନାଲ୍  ବ୍ୟାଙ୍କ୍ ( ପିଏନବି) ର ମୁମ୍ବାଇ ବ୍ରାଂଚରୁ  ବିସ୍ପୋରଣ ହେବ ବୋଲି  ମଧ୍ୟ ଇମେଲ୍ ରେ କୁହାଯାଇଥିଲା।  ଇ-ମେଲ୍ ରେ  ନଭେମ୍ବର ୧୭ ଏବଂ  ଡିସେମ୍ବର ୩୧ ର ସମେତ ଅନେକ  ତାରିଖ ରହିଛି।  

    IND vs NZ: ଭାରତ-ନ୍ୟୁଜିଲାଣ୍ତ ଚତୁର୍ଥ ଦିନିକିଆ ମ୍ୟାଚ୍ ଖେଳାଯାଉଛି। ଟସ୍ ଜିତି ଭାରତ ବୋଲିଂ କରୁଛି। ଶ୍ରେୟସ୍ ଆୟରଙ୍କ ନେତୃତ୍ବରେ ଟିମ୍ ଇଣ୍ତଆ ମଇଦାନକୁ ଓହ୍ଲାଇଛି। ୨୪ ଓଭର ପରେ ନ୍ୟୁଜିଲାଣ୍ତ ୩ ଓ୍ବିକେଟ୍ ହରାଇ ୧୫୮ ରନ୍ କରିଛି। ଓ୍ବିଲ୍ ୟଙ୍ଗ୍ ୨୪ ରନ୍ କରି ଥିବା ବେଳେ ଫିନ୍ ଆଲେନ୍ ୧୯ ରନ୍ କରିଛନ୍ତି।

     

    Add Zee News as a Preferred Source
    TAGS:
    Top 10 News Today