Top 10 News Today
Headlines 01- ଭାରତୀୟ ମହାକାଶ ଗବେଷଣା ସଂଗଠନ ଅର୍ଥାତ୍ ISRO ଗତକାଲି ରାତି ୧୧:୫୧ ରେ ଏକ ଗୁରୁତ୍ୱପୂର୍ଣ୍ଣ ମିଶନ ଲଞ୍ଚ କରିଛି। ଶ୍ରୀହରିକୋଟାର ସତୀଶ ଧୱନ ମହାକାଶ କେନ୍ଦ୍ରରୁ ରାତି ୧୧:୫୧ ରେ NVS-03 ସାଟେଲାଇଟ୍କୁ ଲଞ୍ଚ କରାଯାଇଛି। ଏହାକୁ GSLV-F18 ରକେଟ୍ ସାହାଯ୍ୟରେ ପୃଥିବୀର କକ୍ଷପଥରେ ସ୍ଥାପିତ କରିବାର ଯୋଜନା ସଫଳ ହୋଇଛି।
Headlines 02- ଆଜି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀ । ଏହି ଅବସରରେ ନୂଆଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
Headlines 03- ଜାନୁଆରୀ ୨୫ରୁ ଆରମ୍ଭ ହେବ ଜାତୀୟ ଜନଗଣନା ୨୦୨୭ । ଜାନୁଆରୀ ୨୫ରୁ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ଜନଗଣନା ହେବ । ମାର୍ଚ୍ଚ ୧ରୁ ୫ ଯାଏ ପୁନର୍ବାର ଗଣନା କରାଯିବ । ନିର୍ବାଚନ ହେବାକୁ ଥିବା ରାଜ୍ୟ ଓ ବରଫ ପଡୁଥିବା ରାଜ୍ୟରେ ଜନଗଣନା ହେବନି । ଗୋଆ, ଉତ୍ତର ପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ ଓ ଲଦାଖରେ ହେବନି ଜନଗଣନା । ବରଫ ପଡିଥିବାରୁ ଜମ୍ମୁ କଶ୍ମୀର ଓ ହିମାଚଳ ପ୍ରଦେଶରେ ବି ଜନଗଣନା ହେବନାହିଁ ।
Headlines 04- ବାୟୁସେନାର ନୂତନ ଉପମୁଖ୍ୟ ନିଯୁକ୍ତ ହୋଇଛନ୍ତି ଇନ୍ଦରପାଲ ସିଂ ୱାଲିଆ । ରବିବାର ବାୟୁସେନା ଉପମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବେ । ବର୍ତ୍ତମାନ ସେ ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ ଚିଫ୍ ଅଛନ୍ତି । ୪୦ ବର୍ଷରୁ ଅଧିକ ସମୟ ଧରି ବାୟୁସେନାରେ କାର୍ଯ୍ୟ କରୁଛନ୍ତି ଇନ୍ଦରପାଲ । ମିଗ୍, ଜାଗୁଆର ଓ SU-୩୦ MKI ଉଡ଼ାଇବାର ଅଭିଜ୍ଞତା ରହିଛି ।
Headlines 05- ମନୀଷା ଭନୱାଲାଙ୍କୁ ବିଶ୍ବ କୁସ୍ତି ଚାମ୍ପିୟନସିପ ସ୍ବର୍ଣ୍ଣ ପଦକ ମିଳିଛି । ୫୯ କେଜି ଓଜନ ବର୍ଗରେ ସ୍ବର୍ଣ୍ଣ ଜିତିଛନ୍ତି ମନୀଷା । ଫାଇନାଲରେ ଆମେରିକାର ଆବିଗେଲ ଏଲିଜାବେଥଙ୍କୁ ୮-୬ରେ ହରାଇବାରେ ସକ୍ଷମ ହୋଇଛନ୍ତି । ୩୯ ବର୍ଷ ପରେ ମହିଳା ବର୍ଗରେ ସ୍ବର୍ଣ୍ଣ ଜିତିଛନ୍ତି ମନୀଷା । ୧୬ ବର୍ଷ ପରେ ଭାରତ ସ୍ବର୍ଣ୍ଣ ପଦକ ଜିତିଛି । ପୂର୍ବରୁ ଶେଷ ଥର ପାଇଁ ୨୦୧୦ରେ ସ୍ବର୍ଣ୍ଣ ଜିତିଥିଲେ ସୁଶୀଲ କୁମାର ।
Headlines 06- ବ୍ରହ୍ମପୁର ନିକଟ ରାମଗୁଡ଼ା ପାହାଡରେ ଭୂସ୍ଖଳନ ହୋଇଛି । ଲଗାଣ ବର୍ଷାରୁ ରାମଗୁଡ଼ାରୁ ଆଲୁଗୁଡା ଯିବା ରାସ୍ତାରେ ଭୂସ୍ଖଳନ ହୋଇଥିବା ସୂଚନା ମିଳିଛି । ଫଳରେ ରାମଗୁଡ଼ା ସମେତ ନିକଟସ୍ଥ ୫ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।
Headlines 07- ଦକ୍ଷିଣ ଆଣ୍ଡାମାନ ସାଗରରେ ଘନୀଭୂତ ହେଉଛି ଏକ ଲଘୁଚାପ । ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଲଘୁଚାପ କ୍ଷେତ୍ର ସହ ବାଦଲ ଆଚ୍ଛାଦିତ ହୋଇଛି । ଗତକାଲି ତୁଳନାରେ ଜଡିତ ବାଦଲ ଆଚ୍ଛାଦନ ବୃଦ୍ଧି ପାଇଛି । ଲଘୁଚାପ ଘନୀଭୂତ ପ୍ରକ୍ରିୟା ଅଧିକ ହେଉଥିବା ସୂଚନା ମିଳିଛି ।
Headlines 08- ବିଲରେ ବିଦ୍ୟୁତ ଆଘାତ ଲାଗି ବାପା-ପୁଅଙ୍କର ମୃତ୍ୟୁ ହୋଇଛି । ବାଲୁଗାଁ ନାଚୁଣି ଥାନା ହରିପୁର ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି । ଫସଲ ସୁରକ୍ଷା ପାଇଁ ଲାଗିଥିବା ତାରବାଡରେ ଲାଗି ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
Headlines 09- ଆଜି ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ ଆଖ ପାଖ ଅଞ୍ଚଳରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । ଚଳିତ ବର୍ଷର ପ୍ରଥମ କୁହୁଡ଼ି ଦେଖାଦେଇଛି । ଘନ କୁହୁଡ଼ି ଯୋଗୁ ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ବାତ୍ୟା ‘ଅର୍ଣ୍ଣବ’ ଗଲା ପରେ କୁହୁଡ଼ି ଦୃଶ୍ୟମାନ ହୋଇଛି । ରାତି ତାପମାତ୍ରା ହ୍ରାସ ପାଇଥିବା ସମୟରେ ସାମାନ୍ୟ ଶୀତ ଅନୁଭୂତ ହୋଇଛି ।
Headlines 10- ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କିଛି ଜିଲ୍ଲାକୁ ବଜ୍ରପାତ ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜିଠାରୁ ଆସନ୍ତା କାଲି ସକାଳ ୮ଟା ୩୦ ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ ଜିଲ୍ଲାକୁ ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।