SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Top 10 News: ନୂଆଦିଲ୍ଲୀରେ ନେପାଳ ପ୍ରଧାନମନ୍ତ୍ରୀ, କାଲି ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଖବର

Top 10 News Today: ଦିନ ତମାମର ସବୁ ବଡ ଖବର ସଂକ୍ଷେପରେ ପଢନ୍ତୁ

Written By Soubhagya Ranjan Mishra Edited By Soubhagya Ranjan Mishra
Published: Nov 22, 2026, 22:00 IST | Updated: Nov 22, 2026, 22:00 IST
Image Credit: Representative - Social Media
Join

Top 10 News Today

Headlines 01- ନୂଆଦିଲ୍ଲୀରେ ପହଞ୍ଚିଲେ ନେପାଳ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ଶାହ । ଦୁଇ ଦିନିଆ ସରକାରୀ ଗସ୍ତରେ ଆସି ପହଞ୍ଚିଛନ୍ତି ବଲେନ୍ଦ୍ର ଶାହ । ୨୦୨୬ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମଥର ଭାରତ ଗସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଭାବେ ବଲେନ୍ଦ୍ରଙ୍କର ଏହା ପ୍ରଥମ ବିଦେଶ ଗସ୍ତ ।

Headlines 02- ବାତ୍ୟା କ୍ଷତି ଆକଳନ ପାଇଁ କାଲି ଗଞ୍ଜାମ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଗସ୍ତ ନେଇ ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ପୁରୁଷୋତ୍ତମପୁର ଓ ଛତ୍ରପୁର ଗସ୍ତ କରିବା ପରେ ସମୀକ୍ଷା କରିବେ ।

Headlines 03- ନଭେମ୍ୱର ୨୬ ଓ ୨୭ ତାରିଖରେ ପୁଣି ଭିତର ରତ୍ନଭଣ୍ଡାର ଗଣତିମଣତି ହେବ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । କାର୍ତ୍ତିକ ମାସ ପାଇଁ ବନ୍ଦ ରହିଛି ଭିତର ରତ୍ନଭଣ୍ଡାର ଗଣତିମଣତି । ଦୁଇଦିନ ଧରି ବାହାରକାଠ ନିକଟରୁ ଜାରି ରହିବ ସର୍ବସାଧାରଣଙ୍କ ଦର୍ଶନ ।

Headlines 04- ନୂଆ ଓ NSAP ବ୍ୟାଙ୍କ୍-ଲିଙ୍କ୍ ହିତାଧିକାରୀ ଆସନ୍ତା ୨୫ରେ ପାଇବେ ଭତ୍ତା । ଅକ୍ଟୋବର ଓ ନଭେମ୍ବର ମାସର ଓଡ଼ିଶା ସରକାରଙ୍କ ରାଜ୍ୟ ଅଂଶ ପାଇବେ । ନଗଦ ଆକାରରେ ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ୱାର୍ଡ ଅଫିସରେ ମିଳିବ । କେନ୍ଦ୍ର ଅଂଶ ପୂର୍ବ ଭଳି ସିଧା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ । ୧,୧୩,୯୪୯ ହିତାଧିକାରୀ ଆସନ୍ତା ୨୫ ତାରିଖରେ ଭତ୍ତା ପାଇବେ ।

Headlines 05- ବିଜେଡିର ସାମ୍ବାଦିକ ସମ୍ମିଳନୀକୁ କାଉଣ୍ଟର କରିଛି ବିଜେପି । ପ୍ରେସମିଟ୍‌ରେ କାଉଣ୍ଟର କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ବିରଞ୍ଚି ତ୍ରିପାଠୀ । ମୁଖ୍ୟମନ୍ତ୍ରୀ ହୁଅନ୍ତୁ କି ପୂର୍ବତନ ମୁଖ୍ୟମନ୍ତ୍ରୀ କେହି ଆଇନରୁ ଊର୍ଦ୍ଧ୍ବରେ ନୁହନ୍ତି ବୋଲି ସେ କହିଛନ୍ତି । ଏଥିସହ ଏକଥା ମଧ୍ୟ କହିଛନ୍ତି ଯେ, ବିଦେଶ ଗସ୍ତ ବେଳେ ସବୁ ଖର୍ଚ୍ଚର ହିସାବ ରହିବା କଥା । କେତେ ଖର୍ଚ୍ଚ ହୋଇଛି ସତ୍ୟ ସାମ୍ନାକୁ ଆସିବା କଥା । ହେଲେ ତଦନ୍ତ ନିର୍ଦ୍ଦେଶ ପରେ ବିଜେଡି ବିଚଳିତ ହୋଇ ଯାଇଛି । ଔଷଧ ବିକଳରେ ତାଟିଆ କାମୁଡୁଛି, ତଦନ୍ତକୁ ସାମ୍ନା କରିବାକୁ ସାହସ ରଖନ୍ତୁ ବୋଲି କହିଛନ୍ତି ।

Headlines 06- ମହାପ୍ରଭୁଙ୍କ ଭୂସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ ପାଇଁ ରାଜସ୍ୱ ବିଭାଗକୁ ସଫଳତା ମିଳିଛି। ୧୯୯୭ ମସିହାରୁ ବିଚାରାଧୀନ ଥିବା ଆବେଟମେଣ୍ଟ ମାମଲାର ଫଇସଲା ହୋଇଛି । ଏହି ପ୍ରକ୍ରିୟାରେ ମୋଟ ୧୯ଟି ଖାତା ଅନ୍ତର୍ଗତ ୨୯ଟି ପ୍ଲଟ୍‌ର ରେକର୍ଡ ସଂଶୋଧନ କରାଯାଇଛି । ବଡ଼ଦେଉଳ ସାହି ମୌଜାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ସଂଶୋଧନ ହୋଇଛି । ୦.୧୧୫ ଏକର ଜମିର ମାଲିକାନା ବ୍ୟକ୍ତିବିଶେଷଙ୍କ ନାଁରୁ ମହାପ୍ରଭୁଙ୍କ ନାମକୁ ସଂଶୋଧିତ ହୋଇଛି । ଜମିର ଅବୈଧ ଜବରଦଖଲ ହଟାଇବା ସହ ରେକର୍ଡ ମହାପ୍ରଭୁଙ୍କ ନାଁକୁ ଫେରିଛି ।

Headlines 07- ଡିସେମ୍ବର ୧ ଓ ୨ରେ ‘କୋଟିଆ ପରବ’ ପାଳନ ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । କୋଟିଆରେ ପାଳନ ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି । ବିଧାୟକ ତାରା ବାହିନୀପତି, ଏସ୍‌ପି ଓ ପ୍ରମୁଖ ଅଧିକାରୀଙ୍କ ଉପସ୍ଥିତିରେ ନିଷ୍ପତ୍ତି ହୋଇଛି । ଡିସେମ୍ବର ୨ ତାରିଖରେ କୋଟିଆରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରିବାକୁ ଯାଉଛି ବୋଲି କୁହାଯାଇଛି ।

Headlines 08- ଐତିହାସିକ କଟକ ବାଲିଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୭୦ ପ୍ଲାଟୁନ ପୋଲିସ ଫୋର୍ସ୍ ଓ ୪୦୦ ଅଫିସର ମୁତୟନ ହେବେ । ପଡ଼ିଆରେ ୩୮ଟି ୱାଚ୍‌ ଟାୱାର, ୧୨ ସିସିଟିଭି, ୧୦୦ AI କ୍ୟାମେରା ରହିବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ । ରାଷ୍ଟ୍ରପତି ଆସୁଥିବା ରୁଟ୍‌ରେ ସାଦା ପୋଷାକରେ ପୋଲିସ ମୁତୟନ ରହିବେ ।

Headlines 09- ମହୁମାଛି ଆକ୍ରମଣରେ ଜଣେ ମୃତ, ଜଣେ ଆହତ । ପାଲଲହଡ଼ା କଣିହାଁ ଥାନା ପଥରମୁଣ୍ଡା ଗାଁ ପାଖରେ ଅକ୍ରମଣ କରିଛି ମହୁମାଛି । ମୃତକ ଟାକୁଆ ଗାଁର ହୋଇଥିବା ସୂଚନା, ଆହତ ବ୍ୟକ୍ତି ଜଣଙ୍କ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି ।

Headlines 10- ଟେଲି ଅଭିନେତ୍ରୀ ସୋମାଲିନ ପରିଡା ଏକ ଗୁରୁତର ଅଭିଯୋଗ ଆଣିଛନ୍ତି । ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରି ନିଜ ପ୍ରତି ହୋଇଥିବା ଅସଦାଚରଣ ସମ୍ପର୍କରେ ସୂଚନା ଦେଇଛନ୍ତି । ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ଏକ ବାର୍ ଓ ରେଷ୍ଟୁରାଣ୍ଟରେ ଅସଦାଚରଣ ହୋଇଥିବା ସେ ଅଭିଯୋଗ କରିଛନ୍ତି । କିଛି ଅସାମାଜିକ ଯୁବକ ଦୁର୍ବ୍ୟବହାର ସହ ଅଶ୍ଳୀଳ ଇଙ୍ଗିତ କରିଥିବା ଅଭିଯୋଗରେ ଉଲ୍ଲେଖ ରହିଛି । କାଲି ରାତିରେ ନିଜ ବନ୍ଧୁଙ୍କ ସହ ଯାଇଥିବା ବେଳେ ଅସଦାଚରଣର ଶିକାର ହୋଇଥିବା କହିଛନ୍ତି । ଚନ୍ଦ୍ରଶେଖରପୁର ଥାନାରେ ସୋମାଲିନ୍ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Also Read- ଟ୍ରକ୍ କ୍ଲିନରରୁ ଇଣ୍ଟରନେଟ୍ ସେନସେସନ୍ ପାଲଟିଲେ ଅରୁଣ: ଭାବବିହ୍ୟୁଳ କରିବ ସଂଘର୍ଷର କାହାଣୀ

Add Zee News as a Preferred Source
TAGS:

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES