Top 10 News Today
Headlines 01- ନୂଆଦିଲ୍ଲୀରେ ପହଞ୍ଚିଲେ ନେପାଳ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ଶାହ । ଦୁଇ ଦିନିଆ ସରକାରୀ ଗସ୍ତରେ ଆସି ପହଞ୍ଚିଛନ୍ତି ବଲେନ୍ଦ୍ର ଶାହ । ୨୦୨୬ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମଥର ଭାରତ ଗସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଭାବେ ବଲେନ୍ଦ୍ରଙ୍କର ଏହା ପ୍ରଥମ ବିଦେଶ ଗସ୍ତ ।
Headlines 02- ବାତ୍ୟା କ୍ଷତି ଆକଳନ ପାଇଁ କାଲି ଗଞ୍ଜାମ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଗସ୍ତ ନେଇ ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ପୁରୁଷୋତ୍ତମପୁର ଓ ଛତ୍ରପୁର ଗସ୍ତ କରିବା ପରେ ସମୀକ୍ଷା କରିବେ ।
Headlines 03- ନଭେମ୍ୱର ୨୬ ଓ ୨୭ ତାରିଖରେ ପୁଣି ଭିତର ରତ୍ନଭଣ୍ଡାର ଗଣତିମଣତି ହେବ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । କାର୍ତ୍ତିକ ମାସ ପାଇଁ ବନ୍ଦ ରହିଛି ଭିତର ରତ୍ନଭଣ୍ଡାର ଗଣତିମଣତି । ଦୁଇଦିନ ଧରି ବାହାରକାଠ ନିକଟରୁ ଜାରି ରହିବ ସର୍ବସାଧାରଣଙ୍କ ଦର୍ଶନ ।
Headlines 04- ନୂଆ ଓ NSAP ବ୍ୟାଙ୍କ୍-ଲିଙ୍କ୍ ହିତାଧିକାରୀ ଆସନ୍ତା ୨୫ରେ ପାଇବେ ଭତ୍ତା । ଅକ୍ଟୋବର ଓ ନଭେମ୍ବର ମାସର ଓଡ଼ିଶା ସରକାରଙ୍କ ରାଜ୍ୟ ଅଂଶ ପାଇବେ । ନଗଦ ଆକାରରେ ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ୱାର୍ଡ ଅଫିସରେ ମିଳିବ । କେନ୍ଦ୍ର ଅଂଶ ପୂର୍ବ ଭଳି ସିଧା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ । ୧,୧୩,୯୪୯ ହିତାଧିକାରୀ ଆସନ୍ତା ୨୫ ତାରିଖରେ ଭତ୍ତା ପାଇବେ ।
Headlines 05- ବିଜେଡିର ସାମ୍ବାଦିକ ସମ୍ମିଳନୀକୁ କାଉଣ୍ଟର କରିଛି ବିଜେପି । ପ୍ରେସମିଟ୍ରେ କାଉଣ୍ଟର କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ବିରଞ୍ଚି ତ୍ରିପାଠୀ । ମୁଖ୍ୟମନ୍ତ୍ରୀ ହୁଅନ୍ତୁ କି ପୂର୍ବତନ ମୁଖ୍ୟମନ୍ତ୍ରୀ କେହି ଆଇନରୁ ଊର୍ଦ୍ଧ୍ବରେ ନୁହନ୍ତି ବୋଲି ସେ କହିଛନ୍ତି । ଏଥିସହ ଏକଥା ମଧ୍ୟ କହିଛନ୍ତି ଯେ, ବିଦେଶ ଗସ୍ତ ବେଳେ ସବୁ ଖର୍ଚ୍ଚର ହିସାବ ରହିବା କଥା । କେତେ ଖର୍ଚ୍ଚ ହୋଇଛି ସତ୍ୟ ସାମ୍ନାକୁ ଆସିବା କଥା । ହେଲେ ତଦନ୍ତ ନିର୍ଦ୍ଦେଶ ପରେ ବିଜେଡି ବିଚଳିତ ହୋଇ ଯାଇଛି । ଔଷଧ ବିକଳରେ ତାଟିଆ କାମୁଡୁଛି, ତଦନ୍ତକୁ ସାମ୍ନା କରିବାକୁ ସାହସ ରଖନ୍ତୁ ବୋଲି କହିଛନ୍ତି ।
Headlines 06- ମହାପ୍ରଭୁଙ୍କ ଭୂସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ ପାଇଁ ରାଜସ୍ୱ ବିଭାଗକୁ ସଫଳତା ମିଳିଛି। ୧୯୯୭ ମସିହାରୁ ବିଚାରାଧୀନ ଥିବା ଆବେଟମେଣ୍ଟ ମାମଲାର ଫଇସଲା ହୋଇଛି । ଏହି ପ୍ରକ୍ରିୟାରେ ମୋଟ ୧୯ଟି ଖାତା ଅନ୍ତର୍ଗତ ୨୯ଟି ପ୍ଲଟ୍ର ରେକର୍ଡ ସଂଶୋଧନ କରାଯାଇଛି । ବଡ଼ଦେଉଳ ସାହି ମୌଜାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ସଂଶୋଧନ ହୋଇଛି । ୦.୧୧୫ ଏକର ଜମିର ମାଲିକାନା ବ୍ୟକ୍ତିବିଶେଷଙ୍କ ନାଁରୁ ମହାପ୍ରଭୁଙ୍କ ନାମକୁ ସଂଶୋଧିତ ହୋଇଛି । ଜମିର ଅବୈଧ ଜବରଦଖଲ ହଟାଇବା ସହ ରେକର୍ଡ ମହାପ୍ରଭୁଙ୍କ ନାଁକୁ ଫେରିଛି ।
Headlines 07- ଡିସେମ୍ବର ୧ ଓ ୨ରେ ‘କୋଟିଆ ପରବ’ ପାଳନ ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । କୋଟିଆରେ ପାଳନ ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି । ବିଧାୟକ ତାରା ବାହିନୀପତି, ଏସ୍ପି ଓ ପ୍ରମୁଖ ଅଧିକାରୀଙ୍କ ଉପସ୍ଥିତିରେ ନିଷ୍ପତ୍ତି ହୋଇଛି । ଡିସେମ୍ବର ୨ ତାରିଖରେ କୋଟିଆରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରିବାକୁ ଯାଉଛି ବୋଲି କୁହାଯାଇଛି ।
Headlines 08- ଐତିହାସିକ କଟକ ବାଲିଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୭୦ ପ୍ଲାଟୁନ ପୋଲିସ ଫୋର୍ସ୍ ଓ ୪୦୦ ଅଫିସର ମୁତୟନ ହେବେ । ପଡ଼ିଆରେ ୩୮ଟି ୱାଚ୍ ଟାୱାର, ୧୨ ସିସିଟିଭି, ୧୦୦ AI କ୍ୟାମେରା ରହିବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ । ରାଷ୍ଟ୍ରପତି ଆସୁଥିବା ରୁଟ୍ରେ ସାଦା ପୋଷାକରେ ପୋଲିସ ମୁତୟନ ରହିବେ ।
Headlines 09- ମହୁମାଛି ଆକ୍ରମଣରେ ଜଣେ ମୃତ, ଜଣେ ଆହତ । ପାଲଲହଡ଼ା କଣିହାଁ ଥାନା ପଥରମୁଣ୍ଡା ଗାଁ ପାଖରେ ଅକ୍ରମଣ କରିଛି ମହୁମାଛି । ମୃତକ ଟାକୁଆ ଗାଁର ହୋଇଥିବା ସୂଚନା, ଆହତ ବ୍ୟକ୍ତି ଜଣଙ୍କ ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି ।
Headlines 10- ଟେଲି ଅଭିନେତ୍ରୀ ସୋମାଲିନ ପରିଡା ଏକ ଗୁରୁତର ଅଭିଯୋଗ ଆଣିଛନ୍ତି । ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରି ନିଜ ପ୍ରତି ହୋଇଥିବା ଅସଦାଚରଣ ସମ୍ପର୍କରେ ସୂଚନା ଦେଇଛନ୍ତି । ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ଏକ ବାର୍ ଓ ରେଷ୍ଟୁରାଣ୍ଟରେ ଅସଦାଚରଣ ହୋଇଥିବା ସେ ଅଭିଯୋଗ କରିଛନ୍ତି । କିଛି ଅସାମାଜିକ ଯୁବକ ଦୁର୍ବ୍ୟବହାର ସହ ଅଶ୍ଳୀଳ ଇଙ୍ଗିତ କରିଥିବା ଅଭିଯୋଗରେ ଉଲ୍ଲେଖ ରହିଛି । କାଲି ରାତିରେ ନିଜ ବନ୍ଧୁଙ୍କ ସହ ଯାଇଥିବା ବେଳେ ଅସଦାଚରଣର ଶିକାର ହୋଇଥିବା କହିଛନ୍ତି । ଚନ୍ଦ୍ରଶେଖରପୁର ଥାନାରେ ସୋମାଲିନ୍ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।