Diwali Wish: ଆସନ୍ତାକାଲି ଆଲୋକର ପର୍ବ ଦୀପାବଳୀ। ପବିତ୍ର ଦୀପାବଳି ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୋହନ ରାଜ୍ୟବାସୀଙ୍କୁ ଭିଡ଼ିଓ ମାଧ୍ୟମରେ ଜଣାଇଲେ ଶୁଭେଚ୍ଛାର ବାର୍ତ୍ତା
CM mohan majhi: ଆଜି ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଜିଲ୍ଲା ଗସ୍ତର ତୃତୀୟ ଦିନ। ୩ଟି ମେଗା ଉଠା ଜଳସେଚନ ପ୍ରକଳ୍ପର ଭୂମି ପୂଜନ କରି ଥିଲେ। ଏହାପରେ ରାଇକଳାରେ State Bank of India ନୂତନ ଶାଖାର ଉଦଘାଟନ କରି ଥିଲେ ।ଏହା ପରେ ରାଇକଳାରେ ୩ଟି ମେଗା ଉଠା ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଯେଉଁଠି ୪୬ଟି ଗାଁର ୨୮ହଜାର ଚାଷୀ ଉପକୃତ ହେବେ । ଏହି ସଭାରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
Odisha Police: ଅଭାବନୀୟ ଘଟଣା। ଅମ୍ବାଦୋଳା ଥାନା ଏସଆଇଙ୍କ ଅଶୋକ ପ୍ରଧାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଥାନା ପରିସର ଭିତରେ ଥିବା ସରକାରୀ କ୍ବାର୍ଟସ୍ ରୁ ମୃତଦେହ ମିଳିଥିବା ଜଣାପଡିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
Madhu Babu Pension Yojana: ମଧୁବାବୁ ପେନସନ ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ୍। ଦୀପାବଳି ପୂର୍ବରୁ ସରକାର ଦେଲେ ଏହି ବଡ଼ ଖବର। ରାଜ୍ୟରେ ୫ ଲକ୍ଷ ୫୮୧୭ ଜଣଙ୍କୁ ବର୍ଦ୍ଧକ୍ୟ ଓ ଅନ୍ୟାନ୍ୟ ଭତ୍ତା ମିଳିବ। ଏ-ହି ଚଳିତ ବର୍ଷ ଅକ୍ଟୋବରରୁ ମିଳିବ ବୋଲି ଜଣାପଡିଛି। ରାଜ୍ୟ ସରକାରଙ୍କ ଏହି ନିସ୍ପତ୍ତି ଦ୍ବାରା ଲକ୍ଷ ଲକ୍ଷ ଉପକୃତ ହେବେ।
Odisha News: ବନ୍ୟା ବିପନ୍ନ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାବାସୀଙ୍କ ଦୁଃଖରେ ସାମିଲ ହୋଇ ଚଳିତ ବର୍ଷ ଦୀପାବଳି ଉତ୍ସବ ପାଳନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ। ଏନେଇ ନବୀନ କହିଛନ୍ତି ଯେ, ବାତ୍ୟା ଅର୍ଣ୍ଣବ ଜନିତ ବନ୍ୟା ଯୋଗୁଁ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି।
Vigilance Raid: ବଲାଙ୍ଗୀର ସରକାରୀ କଲେଜ ଅଧ୍ୟକ୍ଷ ସୁରେଶ ଦଳ ବେହେରା ଗିରଫ ହୋଇଛନ୍ତି। ଲାଞ୍ଚ ନେବା ଘଟଣାରେ ତାଙ୍କୁ ଓଡ଼ିଶା ଭିଜିଲାନ୍ସ ଟିମ୍ ଗିରଫ କରିଛି। ସୂଚନା ଅନୁସାରେ, ଅଧ୍ୟକ୍ଷ ସୁରେଶ ଦଳ ବେହେରା ସରକାରୀ କଲେଜ୍ ରେ କାର୍ଯ୍ୟରତ ଗେଷ୍ଟ ଇନଷ୍ଟ୍ରକ୍ଟରମାନଙ୍କ ପୁନଃ ନିଯୁକ୍ତି ଓ ଦରମା କରାଇବା ପାଇଁ ନେଉଥିଲେ ଲାଗି ଲକ୍ଷେ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ
Dhanteras Gold Sale 2026: ମହଙ୍ଗା ଦରକୁ ଖାତିର ନାହିଁ। ଚଢାଦରରେ ବି ଧନତେରାସ ବଜାର ଚଳଚଞ୍ଚଳ। ଶୁକ୍ରବାର ସନ୍ଧ୍ୟାରେ ଷ୍ଟୋରରେ ଅସମ୍ଭାଳ ଗ୍ରାହକଙ୍କ ସମାଗମ ହୋଇଥିଲା। ଶୁକ୍ରବାର ସକାଳ ୮ଟା ପରେ ସୋ ରୁମ୍ ଗୁଡିକ ଖୋଲି ଯାଇଥିଲା। ଦର ପାଖାପାଖି ୨୫୦୦ ଟଙ୍କା ଖସିଥିଲା। ୨୨ କ୍ୟାରେଟ୍ ସୁନା ଦପ ୧,୩୧,୫୦୦ ଟଙ୍କା ଥିବା ବେଳେ ସେହିଭଳି କିଲୋ ପିଛା ରୂପା୫,୦୦୦ ଟଙ୍କା ଖସି ୨,୦୫,୦୦୦ ଟଙ୍କା ରହିଥିଲା। ପ୍ରତିବର୍ଷ ପରି ଏବର୍ଷ ଧନତେରସ୍ ରେ ସୁନା -ରୂପା କଏନ୍ ବି ପ୍ରବଳ ବିକ୍ରି ହୋଇଛି। ଶୁକ୍ରବାର ଦିନ ରାଜ୍ୟରେ ବିକ୍ରି ହୋଇଛି ପାଖାପାଖି ୩୦୦ କୋଟିର ସୁନା ଓ ରୂପା ଗହଣା।
Deepotsav 2026: ଅଯୋଧ୍ୟାରେ ଦୀପୋତ୍ସବ ପାଳିତ ହୋଇଛି। ରାମ କୀ ପୈଣ୍ତିରେ ୩୦ ଲକ୍ଷରୁ ଅଧିକ ଦୀପ ଜଳାଯାଇଛି। ଏହି କାର୍ଯ୍ୟକ୍ରମରେ ୟୁପି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ।
IPL 2027: କ୍ରିକେଟ୍ ପ୍ରେମୀଙ୍କ ପାଇଁ ବଡ଼ ଖବର। ଆଇପିଏଲ୍ ନିଲାମୀ ହେବା ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକି କିଛି ଏମଆଇ(mumbai-indians) ଫ୍ୟାନ୍ସକୁ ଝଟକା ଲାଗିପାରେ। ଷ୍ଟାର ଅଲରାଉଣ୍ତର ହାର୍ଦ୍ଦିକ୍ ପାଣ୍ତ୍ୟା ମୁମ୍ବାଇ ଇଣ୍ତିଆନ୍ସକୁ ଛାଡି ପଞ୍ଜାବ କିଙ୍ଗ୍ସକୁ ଯିବାକୁ ଥିବା ବେଳେ ଦ୍ରୃତ ବୋଲର ଅର୍ଶଦୀପ୍ ସିଂହ ମୁମ୍ବାଇ ଇଣ୍ତଆନ୍ସରେ ଯୋଗ ଦେବେ। ଏନେଇ ଚର୍ଚ୍ଚା ବେଶ୍ ଯୋର ଧରିଛି। ଆଇପିଏଲ୍ ନିଲାମୀ ପୂର୍ବରୁ ୨ ଫ୍ରାଞ୍ଚାଇଜ୍ ଖେଳାଳି ଅଦଳବଦଳ ପାଇଁ ରାଜି ହୋଇଛନ୍ତି।
NBCC: ଚର୍ଚ୍ଚାରେ ଦିଲ୍ଲୀର ସରୋଜିନୀ ନଗରରେ ନିର୍ମିତ (NBCC) ଏନବିସିସି ଆଭେନ୍ୟୁ ଟାୱାର୍ସ ପ୍ରୋଜେକ୍ଟ। ଏହି ପ୍ରୋଜେକ୍ଟର ୪୯ଟି ବିଳାସପୂର୍ଣ୍ଣ ଫ୍ଲାଟର ବିଡ୍ ବାତିଲକୁ ନେଇ ବିବାଦ ଏବେ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛି । ଆଭେନ୍ୟୁ ଟାୱାର୍ସରେ ଫ୍ଲାଟର ନିଲାମରେ ହେରଫେର ଅଭିଯୋଗ ସମ୍ମୁଖୀନ ହେଉଛି ନ୍ୟାସନାଲ୍ ବିଲ୍ଡିଂସ୍ କନଷ୍ଟ୍ରକ୍ସନ୍ କର୍ପୋରେସନ୍ (NBCC)। କ୍ରେତାମାନେ ଏପରି ଅଭିଯୋଗ କରିଛନ୍ତି ଯେ, ସର୍ବାଧିକ ବିଡ୍ ଦେଇଥିବା ସଫଳ କ୍ରେତାଙ୍କ ବିଡ୍ ଚୟନ କରି ବାତିଲ କରାଯାଇଥିଲା।