Puri fire News: ପୁରୀରେ ବଡ଼ ଅଘଟଣ ଘଟିଛି। ଦୀପ ନିଆଁରୁ ଲାଗି ସିଲିଣ୍ଡର ବିସ୍ଫୋରଣ ହୋଇଛି। ଫଳରେ ୧୦ ରୁ ଅଧିକ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ମେଡିକାଲ୍ ରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାର ଛାନଭିନ୍ ଜାରି କରୁଛି।
Diwali 2026: ଆଜି ଆଲୋକର ପର୍ବ ଦୀପାବଳି। ଏ-ନେଇ ସାରା ଦେଶରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି। ସବୁଠି ସେଲିବ୍ରେସନ୍ ର ମାହୋଲ୍ ବି ଲାଗି ରହିଛି। ଏ-ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଭବନକୁ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ସହ ପରସ୍ପରକୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି।
Road Accident: ଦୀପାବଳିରେ ଘଟିଲା ବଡ଼ ଅଘଟଣ। ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ ହୋଇଛି। କର୍ଣ୍ଣାଟକରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି।
Pm Narendra Modi: ଆଜି ଆଲୋକର ପର୍ବ ଦୀପାବଳି। ଏ-ନେଇ ଦେଶବ୍ୟାପୀ ଉତ୍ସାବର ମାହୋଲ୍ ଦେଖିବାକୁ ମିଳିଛି। ଏନେଇ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମୋଦୀ ଦେଶର ଯବାନ ମାନଙ୍କ ସହ ଦୀପାବଳି ପାଳନ କରିବାର ପରମ୍ପରା ବଜାୟୀ ରଖିଛନ୍ତି। ୨୦୧୪ ରେ ଏହି ପରମ୍ପରା ମୋଦୀ ଆରମ୍ଭ କରିଥିଲେ।
Nayagarh News: ଏମିତିବି ଆସେ ମୃତ୍ୟୁ। କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଯାଏ ସବୁ କିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଯାଏ ସବୁ ସ୍ବପ୍ନ। ଭୟଙ୍କର ସଡ଼କ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଭାରସ୍ୟାମ ହରାଇ ଡିଭାଇଡ଼ର ରେ ଆମ୍ବଲାନ୍ସ ପିଟି ହେବାରୁ ତିନି ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳି ନାହିଁ।
Puri News: ଆଜି ଆଲୋକର ପର୍ବ ଦୀପାବଳି ।କାର୍ତ୍ତିକ କୃଷ୍ଣ ଅମାବାସ୍ୟା ତିଥିରେ ପୟା ଶ୍ରାଦ୍ଧ ଦେବାକୁ ଶ୍ରୀକ୍ଷେତ୍ରରେ ଜମିଛି ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ। କାଉଁରିଆ ଜାଳି ଓ ଦୀପଦାନ କରି ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଉଛନ୍ତି ଶ୍ରଦ୍ଧାଳୁ ।ବଡ ବଡୁଆ ହୋ ଅନ୍ଧାରେ ଆସି ଆଲୋକ ଯାଅ..ଗଙ୍ଗା ଯାଅ,ଗୟା ଯାଅ,ବାଇଶି ପାହାଚେ ଗଡୁଥାଅ।ଏଭଳି କହି ପିତୃପୁରୁଷଙ୍କୁ ଆଲୋକ ବର୍ତ୍ତିକା ବା କାଉଁରିଆ ଦେଖାଇବାର ପରମ୍ପରା ରହିଛି ।
Kali Puja: ଭୁବନେଶ୍ୱର ଓଲ୍ଡ ଟାଉନରେ ଧୁମଧାମରେ ପାଳିତ ହୋଇଛି ମା' ଦେବୀ ମହାକାଳୀଙ୍କ ପୂଜା। ମା'ଙ୍କ ଆରାଧନା ପାଇଁ ପୂରା ଅଞ୍ଚଳରେ ସୃଷ୍ଟି ହୋଇଥିଲା ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ। ଏହି ଅବସରରେ ଆକର୍ଷଣୀୟ ଭାବେ ସଜ୍ଜିତ ହୋଇଥିଲା ପୂଜାମଣ୍ଡପ। ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସୁଥିଲା ପୂଜାସ୍ଥଳ। ମା'ଙ୍କ ଦର୍ଶନ ଓ ଆଶୀର୍ବାଦ ପାଇବା ପାଇଁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।
Odisha News: ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ସର୍କିଟ୍ ହାଉସରେ ଶତାଧିକ ଲୋକଙ୍କର ଅଭିଯୋଗ ଶୁଣାଣୀ କରିଛନ୍ତି । ଜିଲ୍ଲାର କୋଣ ଅନୁକୋଣରୁ ବିଭିନ୍ନ ସମସ୍ୟା ନେଇ ଆସିଥିବା ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ସମସ୍ୟାର ସମାଧାନ ହେବା ନେଇ ଆଶା ବାନ୍ଧିଛନ୍ତି । କେନ୍ଦୁଝରର ମୁଖ୍ୟ ପର୍ବ ଦୀପାବଳି ପାଳନ ନକରି ମୁଖ୍ୟମନ୍ତ୍ରୀ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ନେଇ ଲୋକେ ଖୁସିବ୍ୟକ୍ତ କରିଛନ୍ତି ।
230 Turtle Rescued: ପିପିଲି ପୋଲିସକୁ ମିଳିଛି ବଡ଼ ସଫଳତା। ୨୩୦ଟି ଜୀବନ୍ତ କଇଁଛ ଚାଲାଣ ସମୟରେ ଉଦ୍ଧାର କରିବା ସହିତ ୨ ଚାଲାଣକାରୀଙ୍କୁ ଧରିଲା ପୁଲିସ । ତେବେ ଗତ ୬ ତାରିଖ ବିଳମ୍ବିତ ରାତିରେ କାର୍ ରେ ବେଆଇନ ଭାବେ କଇଁଛ ଚାଲାଣ ହେବା ନେଇ ପିପିଲି ପୋଲିସକୁ ମିଳିଥିଲା ସୂଚନା। ପିପିଲି ପୋଲିସ ଏହି ସୂଚନା ଆଧାରରେ ତୁରନ୍ତ ଚଢ଼ାଉ କରି ପିପିଲି ଟୋଲ୍ ଗେଟ୍ ନିକଟରେ WB31 AA8531 ନମ୍ବର ବିଶିଷ୍ଟ କାର୍ଟିକୁ ଅଟକାଇ ଯାଞ୍ଚ କରିଥିଲା।ଯାଞ୍ଚ ସମୟରେ ଏହି କାର୍ରୁ ୨୩୦ଟି ଜୀବନ୍ତ କଇଁଛ ଉଦ୍ଧାର କରାଯିବା ସହ ଏହି ବେଆଇନ ଚାଲାଣରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଇଛି।
Fire Breaks Out In Garment Factory: ଦୀପାବଳିରେ ଭୟଙ୍କର ଅଗ୍ନିକାଣ୍ତ ଘଟିଛି। ନଜଫଗଡ଼ରେ ଥିବା ଏକ ପୋଷାକ କାରଖାନାକେ ଏହି ଅଗ୍ନିକାଣ୍ତ ଘଟିଥିବା ଜଣାପଡିଛି। ନିଆଁଲିଭା କାର୍ଯ୍ୟରେ ୨୫ ରୁ ଅଧିକ ଦମକଳ ଗାଡି଼ ନିୟୋଜିତ ହୋଇଛି। ଅଗ୍ନିକାଣ୍ତର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।