• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Major Amrit Panda: ସମ୍ବଲପୁର ପାଇଁ ଗୌରବ ଆଣିଲେ ମେଜର ଅମ୍ରିତ ପଣ୍ଡା, ୧୫୪ କିମି ବାଇକ୍ ଚଳାଇ ଗିନିଜ୍ ବିଶ୍ୱ ରେକର୍ଡ

Major Amrit Panda: ସମ୍ବଲପୁର ପାଇଁ ଗୌରବ ଆଣିଲେ ମେଜର ଅମ୍ରିତ ପଣ୍ଡା, ୧୫୪ କିମି ବାଇକ୍ ଚଳାଇ ଗିନିଜ୍ ବିଶ୍ୱ ରେକର୍ଡ

ସୂଚନା ଅନୁଯାୟୀ, ନଭେମ୍ବର ୫ ତାରିଖରେ ମେଜର ଅମ୍ରିତ ପଣ୍ଡା ଏହି ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ। ସେ ମୋଟ ୧୫୪ କିଲୋମିଟର ବା ୯୫.୬୯ ମାଇଲ୍ ରାସ୍ତା ମୋଟର ସାଇକେଲ ଉପରେ ଠିଆ ହୋଇ ଏବଂ ହ୍ୟାଣ୍ଡଲ୍ ନଧରି ଅତିକ୍ରମ କରିଥିଲେ। ତାଙ୍କର ଏହି ସଫଳତା ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ୍‌ରେ ପଞ୍ଜୀକୃତ ହୋଇଛି।

Reported ByAjaya Kumar NathEdited ByPriyambada Rana
Published: Nov 08, 2026, 11:28 AM IST|Updated: Nov 08, 2026, 11:32 AM IST
joinshare
Major Amrit Panda: ସମ୍ବଲପୁର ପାଇଁ ଗୌରବ ଆଣିଲେ ମେଜର ଅମ୍ରିତ ପଣ୍ଡା, ୧୫୪ କିମି ବାଇକ୍ ଚଳାଇ ଗିନିଜ୍ ବିଶ୍ୱ ରେକର୍ଡ
Image Credit: Major Amrit Panda: ସମ୍ବଲପୁର ପାଇଁ ଗୌରବ ଆଣିଲେ ମେଜର ଅମ୍ରିତ ପଣ୍ଡା, ୧୫୪ କିମି ବାଇକ୍ ଚଳାଇ ଗିନିଜ୍ ବିଶ୍ୱ ରେକର୍ଡ

About the Author

    Ajaya Kumar Nath

    Ajaya Kumar Nath

    Ajaya Kumar Nath
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Sambalpur News: ସମ୍ବଲପୁର ମାଟିର ସନ୍ତାନ ତଥା ଭାରତୀୟ ସେନାର ଅଧିକାରୀ ମେଜର ଅମ୍ରିତ ପଣ୍ଡା ନିଜର ଅସାଧାରଣ ସାହସ ଓ ଦକ୍ଷତା ବଳରେ ଦେଶ ପାଇଁ ଆଣିଛନ୍ତି ଗୌରବ। ମୋଟର ସାଇକେଲ ଉପରେ ଠିଆ ହୋଇ, ହ୍ୟାଣ୍ଡଲ୍ ନଧରି ୧୫୪ କିଲୋମିଟର ଯାତ୍ରା କରି ସେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ୍‌ରେ ନିଜ ନାମ ସ୍ଥାନିତ କରିଛନ୍ତି। ତାଙ୍କର ଏହି ଅସାଧାରଣ ସଫଳତା ପାଇଁ ସମଗ୍ର ଓଡ଼ିଶା ସମେତ ସମ୍ବଲପୁରବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

    ସୂଚନା ଅନୁଯାୟୀ, ନଭେମ୍ବର ୫ ତାରିଖରେ ମେଜର ଅମ୍ରିତ ପଣ୍ଡା ଏହି ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ। ସେ ମୋଟ ୧୫୪ କିଲୋମିଟର ବା ୯୫.୬୯ ମାଇଲ୍ ରାସ୍ତା ମୋଟର ସାଇକେଲ ଉପରେ ଠିଆ ହୋଇ ଏବଂ ହ୍ୟାଣ୍ଡଲ୍ ନଧରି ଅତିକ୍ରମ କରିଥିଲେ। ତାଙ୍କର ଏହି ସଫଳତା ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ୍‌ରେ ପଞ୍ଜୀକୃତ ହୋଇଛି।

    ବର୍ତ୍ତମାନ ମେଜର ପଣ୍ଡା ବେଙ୍ଗାଲୁରୁସ୍ଥିତ ଆର୍ମି ସର୍ଭିସ୍ କର୍ପସ୍ (ସାଉଥ୍)ରେ କାର୍ଯ୍ୟରତ ଅଛନ୍ତି। ସେ ଏଏସ୍‌ସି ଟର୍ଣ୍ଣାଡୋ ଦଳର ମୁଖ୍ୟ ଭାବରେ ଦାୟିତ୍ୱ ତୁଲାଉଛନ୍ତି। ଏହି ଦଳ ଭାରତୀୟ ସେନାର ଦୁଃସାହସିକ ମୋଟର ସାଇକେଲ ପ୍ରଦର୍ଶନ ପାଇଁ ପରିଚିତ। ଦଳର ନେତୃତ୍ୱ ନେଇ ଦେଶର ବିଭିନ୍ନ ସ୍ଥାନରେ ଅନେକ ସାହସିକ ପ୍ରଦର୍ଶନ କରିବାର ଅଭିଜ୍ଞତା ମଧ୍ୟ ତାଙ୍କର ରହିଛି।

    ଉଲ୍ଲେଖଯୋଗ୍ୟ, ଏହି ବିଶ୍ୱ ରେକର୍ଡ ପୂର୍ବରୁ ଭାରତୀୟ ସେନାର ବେଙ୍ଗାଲୁରୁସ୍ଥିତ ଆର୍ମି ସର୍ଭିସ୍ କର୍ପସ୍‌ର ଏଏସ୍‌ସି ଟର୍ଣ୍ଣାଡୋ ଦଳର ସଦସ୍ୟ ଅଭିଜିତ ସିଂହ ଗ୍ରେୱାଲଙ୍କ ନାମରେ ରହିଥିଲା। ସେ ୨୦୨୨ ଡିସେମ୍ବର ୪ ତାରିଖରେ ମୋଟର ସାଇକେଲ ଉପରେ ଠିଆ ହୋଇ ୧୦୭.୯୨ କିଲୋମିଟର ଯାତ୍ରା କରି ଏହି ରେକର୍ଡ ସ୍ଥାପନ କରିଥିଲେ। ଏବେ ମେଜର ଅମ୍ରିତ ପଣ୍ଡା ୧୫୪ କିଲୋମିଟର ଯାତ୍ରା କରି ପୂର୍ବ ରେକର୍ଡକୁ ଅତିକ୍ରମ କରିଛନ୍ତି।

    ମେଜର ଅମ୍ରିତ ପଣ୍ଡାଙ୍କ ଘର ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ମାର୍ଗସ୍ଥିତ ଧୁଚୁରାପଡ଼ାରେ। ସେ ବିଜୟ ପଣ୍ଡା ଓ ପୁଷ୍ପାରାଣୀ ପଣ୍ଡାଙ୍କ ସୁପୁତ୍ର। ବରିଷ୍ଠ ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡାଙ୍କ ନାତି ଏବଂ ଐତିହାସିକ ଦୀପକ କୁମାର ପଣ୍ଡାଙ୍କ ପୁତୁରା ହେଉଛନ୍ତି ମେଜର ଅମ୍ରିତ।

    ନିଜର ଅସାଧାରଣ ସାହସ, ଏକାଗ୍ରତା ଓ କଠିନ ପରିଶ୍ରମ ବଳରେ ମେଜର ଅମ୍ରିତ ପଣ୍ଡା ଯେଉଁ ସଫଳତା ହାସଲ କରିଛନ୍ତି, ତାହା କେବଳ ତାଙ୍କ ପରିବାର ନୁହେଁ, ସମଗ୍ର ଓଡ଼ିଶା ଓ ଦେଶ ପାଇଁ ଗର୍ବର ବିଷୟ ପାଲଟିଛି।

    Add Zee News as a Preferred Source
    TAGS:
    Odia News