Vigilance Raid:ଭିଜିଲାନ୍ସ ଜାଲରେ ଅଧିକ୍ଷଣ ଯନ୍ତ୍ରୀ, ମିଳିଲା ୨୧ ଲକ୍ଷରୁ ଅଧିକ ନଗଦ ଟଙ୍କା
Vigilance Raid: ଓଡ଼ିଶା ଭିଜିଲାନ୍ସ ଟିମ୍ କୁ ମିଳିଛି ବଡ଼ ସଫଳତା। ବିଳମ୍ବିତ ରାତିର ଅପରେସନ କରି ଜଣେ ଉଚ୍ଚ ଅଧିକାରୀଙ୍କୁ ଅଟକାଇବା ସହ ତାଙ୍କ ଠାରୁ ପ୍ରାୟ ନଗଦ ୨୧,୮୮,୬୨୦ ଟଙ୍କା ଜବତ କରିଛି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
(ମନୋଜ ମାଲ୍ୟା /ଭୁବନେଶ୍ବର) Vigilance Raid: ଓଡ଼ିଶା ଭିଜିଲାନ୍ସ ଟିମ୍ କୁ ମିଳିଛି ବଡ଼ ସଫଳତା। ବିଳମ୍ବିତ ରାତିର ଅପରେସନ କରି ଜଣେ ଉଚ୍ଚ ଅଧିକାରୀଙ୍କୁ ଅଟକାଇବା ସହ ତାଙ୍କ ଠାରୁ ପ୍ରାୟ ନଗଦ ୨୧,୮୮,୬୨୦ ଟଙ୍କା ଜବତ କରିଛି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ବିଭିନ୍ନ ଠିକାଦାରଙ୍କଠାରୁ ଲାଞ୍ଚ ଆଦାୟ କରୁଥିବା ନେଇ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗତକାଲି ବିଳମ୍ବିତ ରାତିରେ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। କଟକ ଜଗତପୁରସ୍ଥିତ ମହାନଦୀ ଉତ୍ତର ସ୍ଲୁଇସ୍ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ ଦାସଙ୍କୁ ଭୁବନେଶ୍ୱର ଏଜି ଛକ ନିକଟରେ ଭିଜିଲାନ୍ସ ଟିମ୍ ଅଟକାଇଥିଲା। ସେ ନିଜର ସରକାରୀ ଭାବେ ଭଡ଼ାରେ ନେଇଥିବା ବୋଲେରୋ ଗାଡ଼ିରେ ଯାତ୍ରା କରୁଥିବା ବେଳେ ତାଙ୍କ ପାଖରୁ ୭,୨୮,୬୨୦ ଟଙ୍କାର ଅହେତୁକ ତଥା ସନ୍ଦେହଜନକ ନଗଦ ଅର୍ଥ ଜବତ କରାଯାଇଥିଲା।
ALSO READ: LK Advani Health Update: ବର୍ଷିୟାନ୍ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ହସପିଟାଲ୍ ରେ ଭର୍ତ୍ତି
ALSO READ: Road Accident: ଭୟଙ୍କର ...ଛାତିଥର...ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ୧୦ ଜୀବନ
ତାଙ୍କୁ ଅଟକ ରଖାଯିବା ପରେ, ଆଜି ଭୋର ସମୟରେ ଭୁବନେଶ୍ୱରର ଘାଟିକିଆସ୍ଥିତ ''ଟ୍ରାଇଡେଣ୍ଟ ଗାଲାକ୍ସି'' ଆପାର୍ଟମେଣ୍ଟର ଫ୍ଲାଟ ନଂ D-401ରେ ଥିବା ତାଙ୍କ ଭଡ଼ା ଘର ଏବଂ ବଡ଼ଗଡ଼ସ୍ଥିତ ପୈତୃକ ବାସଭବନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଏହି ତଲାସି ସମୟରେ ତାଙ୍କ ଭଡ଼ା ଫ୍ଲାଟରୁ ଅଧିକ ୧୪,୬୦,୦୦୦ ଟଙ୍କା ନଗଦ ଜବତ କରାଯାଇଛି।
ଅଧୀକ୍ଷଣ ଯନ୍ତ୍ରୀ ଏହି ବିପୁଳ ପରିମାଣର ନଗଦ ଅର୍ଥ (ସର୍ବମୋଟ ୨୧,୮୮,୬୨୦ ଟଙ୍କା) ସମ୍ପର୍କରେ କୌଣସି ସନ୍ତୋଷଜନକ ହିସାବ ଦେଇ ନପାରିବାରୁ ଭିଜିଲାନ୍ସ ବିଭାଗ ପକ୍ଷରୁ ସମସ୍ତ ଟଙ୍କାକୁ ଜବତ କରାଯାଇଛି। ଏହି ଘଟଣାରେ ଅଧିକ ତଦନ୍ତ ପାଇଁ ତାଙ୍କୁ ଅଟକ ରଖାଯିବା ସହ ଅର୍ଥର ଉତ୍ସ ଜାଣିବା ପାଇଁ ପଚରାଉଚରା ଜାରି ରହିଛି।
ଏହି ସମ୍ପର୍କରେ ଭୁବନେଶ୍ୱର ଭିଜିଲାନ୍ସ ଥାନା କେସ୍ ନଂ ୨୪ (ତାରିଖ ୧୬.୧୦.୨୦୨୬), ଦୁର୍ନୀତି ନିବାରଣ ଆଇନ (PC Act), ୧୯୮୮ (ସଂଶୋଧିତ ଆଇନ ୨୦୧୮) ର ଧାରା ୧୩(୨) ସହ ୧୩(୧)(ବି) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଚାଲିଛି।