• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /ମଧ୍ୟାହ୍ନ ଭୋଜନରେ ଇଏ କ'ଣ ଖାଉଛନ୍ତି ପିଲା? କୁଆଡ଼େ ଗଲା ୧,୨୭୮ କୋଟି ବଜେଟ? ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା..

ମଧ୍ୟାହ୍ନ ଭୋଜନରେ ଇଏ କ'ଣ ଖାଉଛନ୍ତି ପିଲା? କୁଆଡ଼େ ଗଲା ୧,୨୭୮ କୋଟି ବଜେଟ? ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା..

ଏହି ଭିଡିଓଟି ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଜଣେ ୟୁଜର ଓଡ଼ିଶାର ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ପୋଷ୍ଟ ଅନୁସାରେ, ୨୦୨୬-୨୭ ଆର୍ଥିକ ବର୍ଷର ଓଡ଼ିଶା ବଜେଟ୍‌ରେ PM-POSHAN ଯୋଜନା ପାଇଁ ୧,୨୭୮ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏତେ ବଡ଼ ବଜେଟ୍ ଥିବା ସତ୍ତ୍ୱେ ପିଲାଙ୍କୁ ଦିଆଯାଉଥିବା ଖାଦ୍ୟର ମାନକୁ ନେଇ ସେ ସରକାରଙ୍କୁ ସମାଲୋଚନା କରିଛନ୍ତି।

Written ByPriyambada RanaEdited ByPriyambada Rana
Published: Nov 17, 2026, 16:20 IST|Updated: Nov 17, 2026, 17:03 IST
joinshare
ମଧ୍ୟାହ୍ନ ଭୋଜନରେ ଇଏ କ'ଣ ଖାଉଛନ୍ତି ପିଲା? କୁଆଡ଼େ ଗଲା ୧,୨୭୮ କୋଟି ବଜେଟ? ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା..
Image Credit: AI

About the Author

    Priyambada Rana

    Priyambada Rana

    I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    Cyclone Update: ଆନ୍ଧ୍ର ନୁହେଁ ଓଡ଼ିଶା ମୁହାଁ 'ବାତ୍ୟା'! ସ୍ପଷ୍ଟ କଲେ IMD ଡିଜି

    Cyclone Update: ଆନ୍ଧ୍ର ନୁହେଁ ଓଡ଼ିଶା ମୁହାଁ 'ବାତ୍ୟା'! ସ୍ପଷ୍ଟ କଲେ IMD ଡିଜି

    2

    Odisha Assembly: ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି

    3

    ଦୁର୍ଘଟଣାରେ ଜୀବନହାନି ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି

    4

    Top 10 News: ଆଜିଠାରୁ ବିଧାନସଭା ଶୀତକାଳୀନ ଅଧିବେଶନ, ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଓ ଅନ୍ୟ ଖବର

    5

    ବକେୟା ପାଉଣା ପାଇଁ ରାସ୍ତାରେ ହାଇଡ୍ରାମା, ଅପେରା ଗାଡ଼ି ଅଟକାଇଲେ କଳାକାର!

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Mid-Day Meal Row: ବିଦ୍ୟାଳୟରେ ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ସହ ପୁଷ୍ଟିହୀନତା ଦୂର କରିବା ଏବଂ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି କରିବା ଉଦ୍ଦେଶ୍ୟ ରଖି ତତ୍କାଳୀନ ଓଡ଼ିଶା ସରକାର ଓଡ଼ିଶାରେ ସେପ୍ଟେମ୍ବର ୨୦୦୪ରୁ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟରେ ରନ୍ଧା ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଲାଗୁ କରିଥିଲେ। ମାତ୍ର ଏଇ କିଛି ଦିନ ହେବ ରାଜ୍ୟର ଏକ ବିଦ୍ୟାଳୟରେ ପିଲାଙ୍କ ମଧ୍ୟାହ୍ନ ଭୋଜନ ବା Mid-Day Mealକୁ ନେଇ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚା ଜୋର ଧରିଛି। ସ୍କୁଲ ପିଲାଙ୍କୁ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ଓ ପୁଷ୍ଟିକର ମାନକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିବାରେ ଲାଗିଛି। ଏହି ପ୍ରସଙ୍ଗରେ ଏକ ଭିଡିଓ ସେୟାର କରି ବିଜେପି ସରକାରଙ୍କୁ ସମାଲୋଚନା କରିଛନ୍ତି ସାଧାରଣ ଜନତା।

    ତେବେ ସେ ଭିଡିଓରେ ଛୋଟ ଛୋଟ ସ୍କୁଲ ପିଲାମାନଙ୍କୁ ଥାଳିରେ ଭାତ, ଅଣ୍ଡା ଓ ତରକାରୀ ପରିବେଷଣ କରାଯାଉଥିବା ଦେଖାଯାଉଛି। ଢଙ୍କ ସରସର ହଳଦି ପାଣି ସାଙ୍କୁ ସିଝା ଆଳୁ ଓ ସିଝା ଅଣ୍ଡା ଭାତ ସହ ଖାଇବାକୁ ଦିଆଯାଉଥିବା ଦେଖିବାକୁ ମିଳିଛି। ଭିଡିଓରୁ ସ୍ପଷ୍ଟ ଭାବେ ସେ ଖାଦ୍ୟର ପୁଷ୍ଟିକର ମାନ ଦେଖାଯାଉଛି।

    Mid day meals in Odisha under BJP Govt For Odisha's 2026–27 Budget, the allocation for the PM-POSHAN (Mid-Day Meal) scheme is ₹1,278 crore This is not done! BJP MUST GO!! https://t.co/WbWoUWWAO8

    — Dr. SP (@sphavisha) November 17, 2026

    ଏହି ଭିଡିଓଟି ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଜଣେ ୟୁଜର ଓଡ଼ିଶାର ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ପୋଷ୍ଟ ଅନୁସାରେ, ୨୦୨୬-୨୭ ଆର୍ଥିକ ବର୍ଷର ଓଡ଼ିଶା ବଜେଟ୍‌ରେ PM-POSHAN ଯୋଜନା ପାଇଁ ୧,୨୭୮ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏତେ ବଡ଼ ବଜେଟ୍ ଥିବା ସତ୍ତ୍ୱେ ପିଲାଙ୍କୁ ଦିଆଯାଉଥିବା ଖାଦ୍ୟର ମାନକୁ ନେଇ ସେ ସରକାରଙ୍କୁ ସମାଲୋଚନା କରିଛନ୍ତି।

    ସେହିପରି ଆଉ ଜଣେ ସୋସିଆଲ ମିଡିଆ ୟୁଜର ଏକ ଭିଡିଓ ସେୟାର କରି ଏହା କେଉଁ ରାଜ୍ୟର ଦୃଶ୍ୟ ବୋଲି ପ୍ରଶ୍ନ କରିଥିଲେ। ମୋହନ ସରକାରଙ୍କ ଅଧନରେ ଏପରି ଅବ୍ୟବସ୍ଥା ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

    ଓଡ଼ିଶା ସରକାରଙ୍କ ୨୦୨୬-୨୭ ପୁଷ୍ଟି ବଜେଟ୍ ଅନୁସାରେ PM-POSHAN ଯୋଜନା ପାଇଁ ୧,୨୭୭.୯୪ କୋଟି ଟଙ୍କା ଆବଣ୍ଟନ ହୋଇଛି। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସରକାରୀ ଓ ସରକାରୀ ସହାୟତାପ୍ରାପ୍ତ ସ୍କୁଲର ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ସହ ସେମାନଙ୍କ ପାଠପଢ଼ା ଓ ଉପସ୍ଥାନକୁ ଉତ୍ସାହିତ କରିବା।

    ଏବେ ଏହି ପ୍ରସଙ୍ଗରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ମଧ୍ୟାହ୍ନ ଭୋଜନ ପାଇଁ ଆବଣ୍ଟିତ ଅର୍ଥ ଅନୁସାରେ ପିଲାମାନେ ନିୟମିତ ଭାବେ ଉପଯୁକ୍ତ ମାନର ଖାଦ୍ୟ ପାଉଛନ୍ତି କି? ଖାଦ୍ୟର ଗୁଣବତ୍ତା, ପରିମାଣ ଓ ପୁଷ୍ଟିକର ମାନ ଠିକ୍ ରହୁଛି କି ନାହିଁ, ତାହାର ନିୟମିତ ଯାଞ୍ଚ ହେଉଛି କି? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ପାଇଁ ସରକାରୀ ତଦନ୍ତ ଓ ତଥ୍ୟ ସାମ୍ନାକୁ ଆସିବା ଆବଶ୍ୟକ।

    ସ୍କୁଲ ପିଲାଙ୍କ ପୁଷ୍ଟି ଓ ସ୍ୱାସ୍ଥ୍ୟ ସହ ଜଡ଼ିତ ଏହି ଯୋଜନାରେ କେବଳ ବଜେଟ୍ ଆବଣ୍ଟନ ନୁହେଁ, ବରଂ ପ୍ରତ୍ୟେକ ପିଲାଙ୍କ ପାଖରେ ଗୁଣାତ୍ମକ ଖାଦ୍ୟ ପହଞ୍ଚିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।

    Add Zee News as a Preferred Source
    TAGS:
    Odia News