• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /ଟଙ୍କା ଆତ୍ମସାତ କରି ପୂର୍ବତନ ବରିଷ୍ଠ ରାଜସ୍ୱ ସହକାରୀ ଭିଜିଲାନ୍ସ ଦ୍ୱାରା ଗିରଫ

ଟଙ୍କା ଆତ୍ମସାତ କରି ପୂର୍ବତନ ବରିଷ୍ଠ ରାଜସ୍ୱ ସହକାରୀ ଭିଜିଲାନ୍ସ ଦ୍ୱାରା ଗିରଫ

ଓଡ଼ିଶା ଭିଜିଲାନ୍ସ ଦ୍ଵାରା ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ ରାଜସ୍ୱ ସହକାରୀ ଗିରଫ ହୋଇଛନ୍ତି। ସରକାରୀ ରେଡକ୍ରସ ପାଣ୍ଠିରୁ ୮.୬୩ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।

Written BySoubhagya Ranjan MishraEdited BySoubhagya Ranjan Mishra
Published: Nov 01, 2026, 09:23 AM IST|Updated: Nov 01, 2026, 09:30 AM IST
joinshare
ଟଙ୍କା ଆତ୍ମସାତ କରି ପୂର୍ବତନ ବରିଷ୍ଠ ରାଜସ୍ୱ ସହକାରୀ ଭିଜିଲାନ୍ସ ଦ୍ୱାରା ଗିରଫ
Image Credit: Vigilance Case

About the Author

Soubhagya Ranjan Mishra

Soubhagya Ranjan Mishra

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

2

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

3

ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

4

Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

5

ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.

Vigilance Case: ଦୁର୍ନୀତି ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଓଡ଼ିଶା ଭିଜିଲାନ୍ସ ଆଜି ଛତ୍ରପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ ରାଜସ୍ୱ ସହକାରୀ (SRA) ସଦାଶିବ ପ୍ରଧାନଙ୍କୁ ପ୍ରାୟ ୮,୬୩,୨୦୦ ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଗିରଫ କରିଛି। ସେ ବର୍ତ୍ତମାନ ଗଞ୍ଜାମ ଜିଲ୍ଲାର ସୋରଡ଼ା ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଛନ୍ତି।

ଡିସେମ୍ବର ୨୦୨୩ ରୁ ଅଗଷ୍ଟ ୨୦୨୫ ମଧ୍ୟରେ ଛତ୍ରପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନିଜାରତ ଶାଖାରେ ସଂଗୃହିତ ସରକାରୀ ଅର୍ଥ ଜମା କରାଯାଇ ନଥିବା ନେଇ ଆର୍ଥିକ ଅନିୟମିତତାର ଅଭିଯୋଗ ଆସିଥିଲା। ଏହା ପରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକ ବିସ୍ତୃତ ତଦନ୍ତ ଓ ତଥ୍ୟ ଯାଞ୍ଚ କରାଯାଇଥିଲା। ଶ୍ରୀ ପ୍ରଧାନଙ୍କୁ ଛତ୍ରପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନିଜାରତ ଶାଖା ପରିଚାଳନା ଦାୟିତ୍ୱ ଦିଆଯାଇଥିଲା, ଯେଉଁଥିରେ ସରକାରୀ ପାଣ୍ଠି ଏବଂ ରେଡକ୍ରସ ପାଣ୍ଠିର ରକ୍ଷଣାବେକ୍ଷଣ ସାମିଲ ଥିଲା। ଭିଜିଲାନ୍ସର ବ୍ୟାପକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ସମୟ ମଧ୍ୟରେ ସେ ସରକାରୀ ରସିଦ ବହି ପ୍ରଦାନ କରି ରେଡକ୍ରସ ପାଣ୍ଠି ପାଇଁ ୮,୬୩,୨୦୦ ଟଙ୍କା ସଂଗ୍ରହ କରିଥିଲେ। କିନ୍ତୁ ସଂଗୃହିତ ଅର୍ଥକୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ର ଛତ୍ରପୁର ଶାଖାର ନିର୍ଦ୍ଧାରିତ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବା ପରିବର୍ତ୍ତେ, ଶ୍ରୀ ପ୍ରଧାନ ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ସମସ୍ତ ଅର୍ଥକୁ ଆତ୍ମସାତ କରିଥିଲେ। ଅଭିଯୁକ୍ତ ଶ୍ରୀ ପ୍ରଧାନଙ୍କୁ ବ୍ରହ୍ମପୁରର ସ୍ପେଶାଲ ଜଜ୍ (ଭିଜିଲାନ୍ସ) କୋର୍ଟକୁ ଚାଲାଣ କରାଯାଉଛି।

ଏହି ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ବ୍ରହ୍ମପୁର ଭିଜିଲାନ୍ସ ଥାନା କେସ୍ ନଂ ୧୩ (ତାରିଖ ୩୧.୧୦.୨୦୨୬), ଦୁର୍ନୀତି ନିବାରଣ (ସଂଶୋଧନ) ଅଧିନିୟମ, ୨୦୧୮ ର ଧାରା 13(2) r/w 13(1)(a) ଏବଂ ଭାରତୀୟ ନ୍ୟାୟ ସଂହିତା (BNS), ୨୦୨୩ ର ଧାରା 316(5) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ବର୍ତ୍ତମାନ ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି।

Add Zee News as a Preferred Source
TAGS:
Odia News