Vigilance Case: ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଯାଜପୁର ଜିଲ୍ଲା ଧର୍ମଶାଳାର ଏବିଇଓ (ABEO) ଜୟଦେବ ଜେନାଙ୍କ ନାମରେ ଆୟବହିର୍ଭୂତ ସମ୍ପତ୍ତି ଠାବ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରାଯାଇଛି। ତାଙ୍କର ଜ୍ଞାତ ସାର ଆୟର ଉତ୍ସଠାରୁ ଅଧିକ ସମ୍ପତ୍ତି ରଖିଥିବା ଅଭିଯୋଗରେ ବ୍ରହ୍ମପୁରର ମାନ୍ୟବର ସ୍ପେଶାଲ ଜଜ୍ (ଭିଜିଲାନ୍ସ)ଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସର ୩ ଜଣ ଆଡିସନାଲ ଏସପି, ୪ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହଯୋଗୀ କର୍ମଚାରୀଙ୍କ ନେତୃତ୍ୱରେ ଭୁବନେଶ୍ୱର, ଗଞ୍ଜାମ ଏବଂ ଯାଜପୁରର ନିମ୍ନଲିଖିତ ସ୍ଥାନଗୁଡ଼ିକରେ ଏହି ଚଢ଼ାଉ ଜାରି ରହିଛି ।
୧- ଭୁବନେଶ୍ୱରର ପାତ୍ରପଡ଼ାଠାରେ ଥିବା ଏକ ତିନି ମହଲା କୋଠା।
୨- ଗଞ୍ଜାମର ପି. ନୂଆଗାଁଠାରେ ଥିବା ଏକ ଦୁଇ ମହଲା କୋଠା।
୩- ଗଞ୍ଜାମର ପି. ନୂଆଗାଁଠାରେ ଥିବା ଆଉ ଏକ କୋଠା।
୪- ଗଞ୍ଜାମର ବୁରୁଝରିଠାରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘର।
୫- ଭୁବନେଶ୍ୱରର ଖଣ୍ଡଗିରି, ଜନନୀ ବିହାରଠାରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘର।
୬- ଯାଜପୁରର ଜାରକାଠାରେ ଥିବା ତାଙ୍କ ଭଡ଼ା ଘର।
୭- ଯାଜପୁରର ଜାରକାଠାରେ ଥିବା ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ।
ବର୍ତ୍ତମାନ ମଧ୍ୟ ଚଢ଼ାଉ ଜାରି ରହିଛି। ସବିଶେଷ ତଥ୍ୟ ପରେ ପ୍ରକାଶ କରାଯିବ।