Vigilance Case: ନବରଙ୍ଗପୁର କୋଷାଗୁମୁଡ଼ା BEO କାର୍ଯ୍ୟାଳୟର ପୂର୍ବତନ ଜୁନିୟର କ୍ଲର୍କ (ବର୍ତ୍ତମାନ ଡାବୁଗାଁ ନୂଆ ପଞ୍ଚାୟତ ହାଇସ୍କୁଲର ଜୁନିୟର କ୍ଲର୍କ) ତପନ କୁମାର ଖୋସଲା ଏବଂ କୋଷାଗୁମୁଡ଼ା ମିର୍ଗାନପଡ଼ା ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ବିଜୟ କୁମାର ସାହୁଙ୍କୁ ଜୟପୁରର ମାନ୍ୟବର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ଦୋଷୀ ସାବ୍ୟସ୍ତ କରିଛନ୍ତି। ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ବିଧବା ପତ୍ନୀଙ୍କୁ ଫ୍ୟାମିଲି ପେନସନ ମଞ୍ଜୁର କରାଇଦେବା ପାଇଁ ଲାଞ୍ଚ ମାଗିବା ଓ ନେବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । PC Act, 1988 ର ଧାରା 7/13(2) r/w 13(1)(d) ଏବଂ IPC ର ଧାରା 34 ଅନୁଯାୟୀ ଚାର୍ଜସିଟ୍ ଦାଖଲ କରିଥିଲା ଭିଜିଲାନ୍ସ ଟିମ୍। ମାନ୍ୟବର ଅଦାଲତ ପ୍ରତ୍ୟେକ ଦୋଷୀଙ୍କୁ ୪ ବର୍ଷର ସଶ୍ରମ କାରାଦଣ୍ଡ ସହ ଜରିମାନା ଆଦେଶ ଶୁଣାଇଛନ୍ତି।
ଏହା ସହିତ, ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ଜୁନିୟର କ୍ଲର୍କ ତପନ କୁମାର ଖୋସଲା ଏବଂ ଅବସରପ୍ରାପ୍ତ ଶିକ୍ଷକ ବିଜୟ କୁମାର ସାହୁଙ୍କୁ ସେମାନଙ୍କ ସଜା କାଟିବା ପାଇଁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଉଭୟେ ଦୋଷୀ ସାବ୍ୟସ୍ତ ହେବା ପରେ, ଓଡ଼ିଶା ଭିଜିଲାନ୍ସ ଏବେ ତପନ କୁମାର ଖୋସଲାଙ୍କୁ ଚାକିରିରୁ ବରଖାସ୍ତ କରିବାକୁ ଏବଂ ଅବସରପ୍ରାପ୍ତ ଶିକ୍ଷକ ବିଜୟ କୁମାର ସାହୁଙ୍କ ପେନସନ ବନ୍ଦ କରିବକୁ ସମ୍ବନ୍ଧିତ ସକ୍ଷମ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିବ। ବିସ୍ତୃତ ରିପୋର୍ଟ ପରବର୍ତ୍ତୀ ସମୟରେ ଆସିବ।