• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Top 10 News: ବନ୍ୟା ପରିଚାଳନା ନେଇ ସରକାରଙ୍କୁ ବିରୋଧୀଙ୍କ ପ୍ରଶ୍ନ, UPMP ପୋର୍ଟାଲ ଉନ୍ମୋଚନ ଓ ଅନ୍ୟ ଖବର

Top 10 News: ବନ୍ୟା ପରିଚାଳନା ନେଇ ସରକାରଙ୍କୁ ବିରୋଧୀଙ୍କ ପ୍ରଶ୍ନ, UPMP ପୋର୍ଟାଲ ଉନ୍ମୋଚନ ଓ ଅନ୍ୟ ଖବର

Top 10 News Today: ଦିନ ତମାମର ୧୦ଟି ବଡ ଖବର ଏଠାରେ ପଢନ୍ତୁ

Written BySoubhagya Ranjan MishraEdited BySoubhagya Ranjan Mishra
Published: Nov 10, 2026, 10:00 PM IST|Updated: Nov 10, 2026, 10:00 PM IST
joinshare
Top 10 News: ବନ୍ୟା ପରିଚାଳନା ନେଇ ସରକାରଙ୍କୁ ବିରୋଧୀଙ୍କ ପ୍ରଶ୍ନ,  UPMP ପୋର୍ଟାଲ ଉନ୍ମୋଚନ ଓ ଅନ୍ୟ ଖବର
Image Credit: Representative - Social Media

About the Author

Soubhagya Ranjan Mishra

Soubhagya Ranjan Mishra

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

2

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

3

ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

4

Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

5

ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.

Top 10 News Today

Headlines 01- ଜାନୁଆରୀ ୨୧ ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା ଏବଂ ନଭେମ୍ବର ୩୦ରେ ପ୍ରକାଶ ପାଇବ ଚିଠା ଭୋଟର ତାଲିକା । ଦାବି ଓ ଆପତ୍ତିଗୁଡ଼ିକର ଫଇସଲା ଜାନୁଆରୀ ୧୬ ସୁଦ୍ଧା କରାଯିବ । ଫର୍ମ-୬ରେ ଆବେଦନ କରି ଯୋଗ୍ୟ ଭୋଟର ନିଜ ନାଁ ତାଲିକାରେ ସାମିଲ କରିପାରିବେ । ଫର୍ମ-୬ଏ ରେ ବିଦେଶରେ ରହୁଥିବା ଭାରତୀୟ ନାଁ ପଞ୍ଜୀକରଣ କରିପାରିବେ । ୮ ନଭେମ୍ବର ୨୦୨୬ ସୁଦ୍ଧା ଓଡ଼ିଶା ଭୋଟରଙ୍କ ସଂଖ୍ୟା ୩,୧୯,୧୨,୬୨୩ ରହିଛି । ୧,୬୨,୫୧,୪୪୩ ପୁରୁଷ ଓ ୧,୫୬,୫୮,୪୦୫ ମହିଳା ଭୋଟର ଏବଂ ତୃତୀୟ ଲିଙ୍ଗର ଭୋଟରଙ୍କ ସଂଖ୍ୟା ୨,୭୭୫ ରହିଛି ।

Headlines 02- ଗଞ୍ଜାମରେ ବନ୍ୟା ପରିଚାଳନା ନେଇ ସର୍ବୋଚ୍ଚ ଯନ୍ତ୍ରୀ ସ୍ପଷ୍ଟୀକରଣ ରଖିଛନ୍ତି । ସେ କହିଛନ୍ତି ଯେ, ପରିଚାଳନା ନେଇ ଜଳସମ୍ପଦ ବିଭାଗ ଯାହା କରିବା କଥା କରିଛି । ବିଭାଗର କର୍ମଚାରୀ କର୍ତ୍ତବ୍ୟରେ ଅବହେଳା କରି ନାହାନ୍ତି । ଅତ୍ୟଧିକ ବର୍ଷା ଯୋଗୁଁ ଋଷିକୁଲ୍ୟାରେ ବଡ଼ ବନ୍ୟା ଆସିଲା ଏବଂ ବନ୍ୟା ପରିଚାଳନା ପାଇଁ ଆମେ ଶ୍ରେଷ୍ଠ ଚେଷ୍ଟା କରିଛୁ । ଏବେ କିପରି ତୁରନ୍ତ ମରାମତି ହୋଇପାରିବ ଚେଷ୍ଟା କରୁଛୁ ।

Headlines 03- ଆଜି ଠାରୁ ମଧୁବାବୁ ପେନସନ ପାଇବା ପାଇଁ ଯୋଗ୍ୟ ବ୍ୟକ୍ତିଙ୍କୁ ଆଉ ଅପେକ୍ଷା କରିବାକୁ ପଡିବ ନାହିଁ। ଅପେକ୍ଷାର ଯୁଗ ଶେଷ ହେଲା; ଆରମ୍ଭ ହେଲା ଆପଣମାନଙ୍କ ଅଧିକାରକୁ ସମ୍ମାନ ଦେବାର ଯୁଗ।" ଆଜି ବାଲେଶ୍ୱର ସ୍ଥିତ ରିଜର୍ଭ ପୋଲିସ ଲାଇନ ପଡ଼ିଆଠାରେ ଆୟୋଜିତ ମଧୁବାବୁ ପେନସନ ଯୋଜନାରେ ସାମାଜିକ ସୁରକ୍ଷା ଭତ୍ତା ସମ୍ପୂର୍ଣ୍ଣତାର ଶୁଭାରମ୍ଭ ତଥା UPMP ପୋର୍ଟାଲ ଉନ୍ମୋଚନ ଅବସରରେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି ।

Headlines 04- ବନ୍ୟା ପରିଚାଳନାକୁ ନେଇ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଭିଡିଓକୁ ନେଇ ପ୍ରଶ୍ନ କରିଛନ୍ତି  ପିସିସି ମୁଖ୍ୟ ଭକ୍ତ ଦାସ । ବିଫଳତା ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଭକ୍ତ । ବନ୍ୟାକୁ ଜାତୀୟ ବିପର୍ଯ୍ୟୟ ଘୋଷଣା ସହ ୫୦୦୦ କୋଟିର ସହାୟତା ଦାବି କରିଛନ୍ତି । ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଭିଡିଓକୁ ସମାଲୋଚନା କରିଛନ୍ତି । ଜଳସମ୍ପଦ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଭୂମିକାକୁ ମଧ୍ୟ ସମାଲୋଚନା କରିଛନ୍ତି । IMDର ବର୍ଷା ସତର୍କ ସୂଚନା ସତ୍ତ୍ୱେ କାହିଁକି ଆଗୁଆ ପ୍ରସ୍ତୁତି ନଥିଲା ବୋଲି ଭକ୍ତ ପ୍ରଶ୍ନ କରିଛନ୍ତି ।

Headlines 05- ଗଞ୍ଜାମ ବନ୍ୟା ଦୁର୍ଦ୍ଦଶା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତୁରନ୍ତ ରିଲିଫ୍ ଓ ପୁନର୍ବାସ ପଦକ୍ଷେପ ପାଇଁ ସେ ଚିଠିରେ ଉଲ୍ଲେଖ କରିଛନ୍ତି । କେଉଁମାନଙ୍କ ତ୍ରୁଟିରୁ ଏପରି ମନୁଷ୍ୟକୃତ ଦୁର୍ଦ୍ଦଶା ସୃଷ୍ଟି ହେଲା ନିର୍ଦ୍ଧାରଣ ଦାବି କରିଛନ୍ତି ।

Headlines 06- ପର୍ଯ୍ୟଟକଙ୍କ କାର୍‌ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି । ନନ୍ଦପୁର ପେଟ୍ରୋଲ ପମ୍ପ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି । ବିଲରେ ଚାଷ କାମ ସାରି ଫେରିବା ସମୟରେ ଦମ୍ପତିଙ୍କୁ ଧକ୍କା ଦେଇଥିଲା ଏକ କାର୍‌ । ଦୁର୍ଘଟଣା ଘଟାଇ ଫେରାର ହେଉଥିବା କାର୍‌କୁ ବାଙ୍ଗୁରୁପଡ଼ାରୁ ଧରିବାରେ ସଫଳ ହୋଇଛି ପୋଲିସ । ୩ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।

Headlines 07- ପୂର୍ବତନ ଜେଲ୍ ଡିଜି ସୁଶାନ୍ତ ନାଥଙ୍କ ନାଁରେ ଆଉ ଏକ ଏତଲା ଦିଆଯାଇଛି । କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି ପୂର୍ବତନ ବାଲେଶ୍ୱର ଜେଲର ପ୍ରଦୀପ୍ତ କୁମାର ମହାଳିକ । ଜେଲ୍‌ରେ କଏଦୀଙ୍କୁ ଡ୍ରଗ୍ସ ମାମଲାରେ ଫସାଇବା ପାଇଁ ଚାପ ପକାଉଥିବା ଅଭିଯୋଗ କରିଛନ୍ତି । ନିର୍ଦ୍ଦେଶ ନ ମାନିବାରୁ ଚାକିରିରୁ ନିଲମ୍ବିତ କରିଥିବା ନେଇ ଅଭିଯୋଗ କରିଛନ୍ତି ।

Headlines 08- ଜଗତସିଂହପୁରରେ କିଛି ମେଡିସିନ୍ ଷ୍ଟୋର ଗୁଡିକରେ ଉଭୟ ଜିଲ୍ଲାପାଳ ଓ ଏସ୍‌ପି ମିଳିତ ଚଢ଼ାଉ କରିଛନ୍ତି। ସଦର ମହକୁମାର ନାମୀଦାମୀ ସନ୍ ମେଡିସିନ୍ ଷ୍ଟୋର ସମେତ ବିଭିନ୍ନ ଔଷଧ ଦୋକାନରେ ହୋଇଛି ଯାଞ୍ଚ। ଫାର୍ମାସି ଲାଇସେନ୍ସର ବୈଧତାଠାରୁ ଆରମ୍ଭ କରି ଗର୍ଭ ନିରାପତ୍ତା ବଟିକା ଓ ଗର୍ଭ ପରୀକ୍ଷା କିଟ୍‌ର ବିକ୍ରି ଉପରେ କରାଯାଇଛି ତନଖି। ଅନ୍ୟପଟେ ଦୋକାନରେ ଫାର୍ମାସିଷ୍ଟ ଅନୁପସ୍ଥିତ ରହି ଅନ୍ୟ ବ୍ୟକ୍ତି ଔଷଧ ବିକ୍ରି କରୁଥିବା ଘଟଣାକୁ ନେଇ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

Headlines 09- ଲାଞ୍ଚ କାରବାର ଅଭିଯୋଗରେ ଗିରଫ ହେବା ପରେ ଏବେ ଚାକିରି ହରାଇଛନ୍ତି ବାଲେଶ୍ୱର ବାଲିଆପାଳର ସବ୍-ରେଜିଷ୍ଟ୍ରାର୍ ମିସ୍ ମନୀଷା ମିଶ୍ର (ଓ.ଆର.ଏସ୍.) । ସେ ଜଣେ କ୍ରେତାଙ୍କ ଠାରୁ 'ବାଜ୍ୟାପ୍ତି ସ୍ଥିତିବାନ୍' ଭାବରେ ରେକର୍ଡ ହୋଇଥିବା ୦.୧୪ ଡେସିମିଲ୍ ଜମିର ବିକ୍ରି ଦଲିଲ୍ ପଞ୍ଜୀକରଣ କରିବା ପାଇଁ ୭ ହଜାର ଟଙ୍କା ଲାଞ୍ଚ ଦାବି କରିବା ସହ ନେଉଥିବା ବେଳେ ଧରାପଡ଼ିଥିଲେ।

Headlines 10- ୨୦୨୭ ବର୍ଷ ପାଇଁ ପରୀକ୍ଷା ତାରିଖ ଘୋଷଣା କରିଛି CISCE । ICSE ଦଶମ ଓ ISC ଦ୍ବାଦଶ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି । ଆସନ୍ତା ବର୍ଷ ଫେବ୍ରୁଆରୀ ୧୫ ତାରିଖରୁ ICSE ପରୀକ୍ଷା ହେବ । ମାର୍ଚ୍ଚ ମାସ ୩୧ ତାରିଖରେ ପରୀକ୍ଷା ଶେଷ ହେବ ।

Add Zee News as a Preferred Source
TAGS:
Top 10 News Today