PM Awas Yojana: ବଲାଙ୍ଗୀରରେ ପିଏମ୍ ଆବାସ ଯୋଜନାର ଶୁଭାରମ୍ଭ ହୋଇଛି। ରାଜ୍ୟସ୍ତରୀୟ ମେଗା କାର୍ଯ୍ୟକ୍ରମରେ ଶୁଭାରମ୍ଭ ହୋଉଛି। ଏନେଇ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ସମ୍ବୋଧନ କରିଛନ୍ତି। ଏବଂ ବିଜେଡି଼ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ, ପୂର୍ବ ବିଜେଡି ସରକାର ଆପଣମାନଙ୍କ ସହ ଅନ୍ୟାୟ କରିଛନ୍ତି। ପିଏମ୍ ଆବାସ ଯୋଜନାରେ ବଡ଼ ଘୋଟାଲା କରିଥିଲା ବିଜେଡି। ଯେଉଁ କାରଣରୁ ଯୋଗ୍ୟ ହିତାଧିକାରୀ ବାଦ୍ ପଡିଥିଲେ। ପ୍ରଧାନମନ୍ତ୍ରୀ ଯାହା ଦେଉଥିଲେ। ଏହାର ଲାଭ ପାଉ ନଥିଲେ ହିତାଧିକାରୀ। ହେଲେ, ବର୍ତ୍ତମାନର ସରକାର ହେଉଛି ଗରିବଙ୍କ ସରକାର। କୌଣସି ଯୋଗ୍ୟ ହିତାଧିକାରୀ ଯେପରି ହକ୍ ରୁ ବଞ୍ଚିତ ନ ହୁଅନ୍ତି ସେନେଇ କାର୍ଯ୍ୟ କରୁଛି ଦଳ। ସମସ୍ତଙ୍କ ପକ୍କା ଘର ବାବଦରେ ଆବଶ୍ୟକ ପରିମାଣର ଅର୍ଥ ଯୋଗାଇ ଦିଆଯିବ। ସମୃଦ୍ଧ ଓଡି଼ଶା ଗଠନ ଦିଗରେ ସରକାର କାର୍ଯ୍ୟ କରୁଛନ୍ତି। ଓଡ଼ିଶାର ଚାଷୀଙ୍କୁ ଆହୁରି ସମୃଦ୍ଧି କରାଯିବ।
ସେହିପରି କେନ୍ଦ୍ରୀୟ ଯୋଜନା ଉପରେ ଆଲୋକପାତ କରି କହିଥିଲେ ଯେ, ଏଠାରେ ଲୋକଙ୍କ ଘର ଉପରେ ସୋଲାର ପ୍ୟାନେଲ୍ ଲାଗିଛି। ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ଓଡ଼ିଶା ଆଲୋକିତ ହେବ। ଏବଂ ଓଡ଼ିଶାରେ ୨୯ ଲକ୍ଷ ଭଉଣୀ ଲକ୍ଷପତି ହୋଇପାରିଛନ୍ତି। ଲକ୍ଷପତି ଦିଦି ଯୋଜନାରେ ୫ ବର୍ଷରେ ୧୦ କୋଟି ଦିଆଯିବ। ଯାହା ଫଳରେ ଭଉଣାମାନେ ସଶକ୍ତ ହେଲେ ଦେଶ ଆଗେଇବା ସହ ବିକଶିତ ହେବ। ବିଭି ଜି ଜି ରାମ୍ ଜି ଯୋଜନାରେ ଲାଭାନ୍ବିତ ହେଉଛନ୍ତି ଚାଷୀ। ଏହି ଯୋଜନା ଅଧିନରେ ଚାଷୀଙ୍କ ଖେତକୁ ଜଳ ଯିବା ସହ ଜଳ ସଂରକ୍ଷଣ ଉପରେ କାର୍ଯ୍ୟ ହେବ ବୋଲି ସେ କହିଛନ୍ତି। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହଙ୍କ ବ୍ୟତିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ମନ୍ତ୍ରୀ ରବି ନାଏକ, ମୁକେଶ ମହାଲିଙ୍ଗ ଉପସ୍ଥିତ ଥିଲେ।