SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Top 10 News: ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପିଏମ ମୋଦୀ, ପୁଣି ‘ଆମ ବସ୍‌’ ଦୁର୍ଘଟଣା ଓ ଅନ୍ୟ ଖବର

Top 10 News Today: ଦିନ ତମାମର ୧୦ଟି ବଡ ଖବର ଏଠାରେ ପଢନ୍ତୁ

Written By Soubhagya Ranjan Mishra Edited By Soubhagya Ranjan Mishra
Published: Nov 09, 2026, 10:00 PM IST | Updated: Nov 09, 2026, 10:00 PM IST
Image Credit: Representative - AI
Join

Top 10 News Today

Headlines 01- ୟୁକ୍ରେନ ରାଷ୍ଟ୍ରପତି ବୋଲ୍ଡିମିର ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରୁଷ-ୟୁକ୍ରେନ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଗୁରୁତ୍ବାରୋପ ଦେଇଛନ୍ତି । ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତର ସମର୍ଥନ ଦୋହରାଇଛନ୍ତି ମୋଦୀ ।

Headlines 02- ଗ୍ରୀସର କ୍ରେଟ୍ ଦ୍ୱୀପର ଦକ୍ଷିଣରେ ୟୁରୋପୀୟ ୟୁନିଅନରେ ପହଞ୍ଚିବାକୁ ଚେଷ୍ଟା କରୁଥିବା ଦୁଇଟି ଡଙ୍ଗାରେ ଅତିକମରେ ୨୦ ଜଣ ପ୍ରବାସୀଙ୍କ ମୃତ୍ୟୁ ଘଟିଛି। ଗ୍ରୀକ୍ କୋଷ୍ଟ ଗାର୍ଡ (ତଟରକ୍ଷୀ ବାହିନୀ) କହିଛି ଯେ ଅନ୍ୟ ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି। ମୃତ୍ୟୁର କାରଣ ଏବଂ ମୃତକମାନଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Headlines 03- ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ଅବଢା ବିକ୍ରି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି ଯେ, ଶ୍ରୀମନ୍ଦିର ପରମ୍ପରାକୁ ଭଙ୍ଗ କରିବାକୁ ଦିଆଯିବନାହିଁ । ସୁଆର ମହାସୁଆର ନିଯୋଗ ସହ ଜିଲ୍ଲାପାଳଙ୍କୁ ଆଲୋଚନା ପାଇଁ କହିଛନ୍ତି ମୁଖ୍ୟ ପ୍ରଶାସକ । ଏହାକୁ ଗୁରୁତର ସହ ନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଜିଲ୍ଲାପାଳ କହିଛନ୍ତି ଯେ, ଘଟଣାର ତଦନ୍ତ ଆରମ୍ଭ ହୋଇଛି, ଯିଏ ବିକିଥିବେ ଆକ୍ସନ ହେବ । ବିନା ଅନୁମତିରେ ଆନନ୍ଦବଜାର ବାହାରେ ମହାପ୍ରସାଦ ବିକ୍ରି ମନା ବୋଲି ଜିଲ୍ଲାପାଳ କହିଛନ୍ତି ।

Headlines 04- ବିଭିନ୍ନ କ୍ଷେତ୍ରରେ ଗବେଷଣା ଓ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବୈଜ୍ଞାନିକଙ୍କୁ ସମ୍ମାନିତ କରାଯାଇଛି। ଭୁବନେଶ୍ୱର ଜୟଦେବ ଭବନରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ଆୟୋଜିତ 'ବୈଜ୍ଞାନିକ ସମ୍ମାନନା ଓ ପୁରସ୍କାର ପ୍ରଦାନ ଉତ୍ସବ-୨୦୨୪'ରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବୈଜ୍ଞାନିକମାନଙ୍କୁ ପୁରସ୍କୃତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ବୈଜ୍ଞାନିକମାନଙ୍କୁ ସମ୍ମାନିତ କରିଥିଲେ।

Headlines 05- କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋମବାର ଦିନ ଅହମ୍ମଦାବାଦରେ 'ଇସ୍କନ୍-ସାନନ୍ଦ ଏଲିଭେଟେଡ୍ କରିଡୋର'ର ଉଦଘାଟନ କରିଛନ୍ତି। ଏହି ରାସ୍ତାର ଲମ୍ୱ ୪.୦୩ କିଲୋମିଟର । ଏହି ଅବସରରେ ଗୁଜରାଟକୁ ନିଶା ମୁକ୍ତ କରିବା ପାଇଁ ଏକ ସମୟ ସୀମା ଘୋଷଣା କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅହମ୍ମଦାବାଦର ବଡାଜ ଅଞ୍ଚଳରେ ୭ଶହରୁ ଅଧିକ ନବନିର୍ମିତ ଆବାସର ଉଦଘାଟନ କରିଛନ୍ତି । ଏଥିସହ ୧,୦୨୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଅହମ୍ମଦାବାଦର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି।

Headlines 06- ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓଙ୍କୁ ଜେଲ୍ ଯିବାକୁ ପଡିଛି । SDJM କୋର୍ଟ ଜାମିନ ନାମଞ୍ଜୁର କରିବାରୁ ଏନ୍. ଭାସ୍କର ଜେଲ୍‌ ଯାଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ SDJM କୋର୍ଟରେ ଆତ୍ମସମର୍ପଣ କରିଥିଲେ ବର୍ତ୍ତମାନ ତାଙ୍କୁ ଜେଲ୍‌ ହୋଇଛି ।

Headlines 07- ଝାଡ଼ଖଣ୍ଡର ହଜାରୀବାଗ ଜିଲ୍ଲା ଜି.ଟି. ରୋଡ୍‌ରେ ଥିବା ଚୌପାରନ ଥାନା ଅନ୍ତର୍ଗତ ଦନୁଆ ଘାଟିରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଫଳରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୧ ଜଣ ଆହତ ହୋଇଛନ୍ତି। ହଥିଆ ବାବାଙ୍କ ପାଖ ମହାନେଟାଣ୍ଡ କଟ୍ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ଗାଡ଼ି ଏବଂ ଟ୍ରଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଆହତମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଆଠ ଜଣ ଆହତଙ୍କୁ ଉନ୍ନତ ଚିକିତ୍ସା ପାଇଁ ହଜାରୀବାଗ ରେଫର କରାଯାଇଛି।

Headlines 08- ସନ୍ଦେହଜନକ ଅବସ୍ଥାରେ ଦନ୍ତା ହାତୀର ମୃତଦେହ ଠାବ ହୋଇଛି । ବାରିପଦା ବନଖଣ୍ଡର ଡୁକୁରା ରେଞ୍ଜ୍‌ର ବେଲଡୁଙ୍ଗୁରିରେ ହାତୀର ମୃତଦେହ ଦେଖିବାକୁ ମିଳିଛି । ହାତୀର ବୟସ ପ୍ରାୟ ୧୦ ବର୍ଷ ମଧ୍ୟରେ ହେବ ଅନୁମାନ କରାଯାଉଛି । ହାତୀ ମରିଥିବା ସ୍ଥାନରୁ କିଛି ଦୂରରେ ବିଦ୍ୟୁତ ତାର ପଡ଼ିଥିବା ଦେଖିବାକୁ ମିଳିଛି । ହାତୀଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା କାରଣରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

Headlines 09- ସ୍କୁଟରକୁ ପଛରୁ ଧକ୍କା ଦେଇ ଚଢ଼ିଗଲା ‘ଆମ ବସ୍‌’ । ଦୁର୍ଘଟଣାରେ ୩ଜଣ ଗୁରୁତର ଆହତ ହୋଇଛନ୍ତି । ଟାଉନ ଥାନା ଆଟପୁର ନିକଟରେ ଦୁର୍ଘଟଣା ଘଟିଛି । ସମସ୍ତ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ବସ୍‌ ସହ ଡ୍ରାଇଭରକୁ ଅଟକ ରଖିଛି ପୋଲିସ ।

Headlines 10- ଏଗ୍ରିଷ୍ଟାକ୍‌ ନ ଥିଲେ ବି ଚାଷୀଙ୍କ ଧାନ ଉଠିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଯେଉଁମାନେ କରି ନାହାନ୍ତି କୌଣସି ଅସୁବିଧାର ସମ୍ମୁଖୀନ ହେବେନି । ଏଗ୍ରିଷ୍ଟାକ୍‌ ନ ଥାଇ ବି ଚାଷୀ ନାମ ପଞ୍ଜୀକରଣ କରିପାରିଛନ୍ତି । ଆମେ ସମ୍ପୂର୍ଣ୍ଣ ଧାନ କିଣିବୁ, ଏଗ୍ରିଷ୍ଟାକ୍‌ ସହ କୌଣସି ସମ୍ପର୍କ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ଏଥିସହ ମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି ଯେ, କିନ୍ତୁ ଏଗ୍ରିଷ୍ଟାକ୍‌ କରାଇ ନିଅନ୍ତୁ, କଲେ ଅନ୍ୟାନ୍ୟ ସୁବିଧା ମିଳିବ । ସାର, ବିହନ ଆଦି ମିଳିବ, କୃଷି ଋଣ ମଧ୍ୟ ମିଳିପାରିବ । ତେଣୁ ଜଲଦି ଏଗ୍ରିଷ୍ଟାକ୍‌ କରାଇ ନେବାକୁ ଅନୁରୋଧ କରୁଛି ବୋଲି କହିଛନ୍ତି ।

Also Read- Budh Margi 2026: ବୁଧଙ୍କ ପ୍ରଭାବରୁ ୪ ରାଶିକୁ ମିଳିବ ଲାଭ

Add Zee News as a Preferred Source
TAGS:

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES