SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

PM Modi: ଆଜି ଓଡ଼ିଶା ଆସୁଛନ୍ତି ମୋଦୀ, ଭାରତୀୟ ରିସର୍ଭ ବ୍ୟାଙ୍କ ଡାଟା ସେଣ୍ଟର କରିବେ ଉଦଘାଟନ

Pm Modi Odisha Visit: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡି଼ଶା ଗସ୍ତରେ ଆସୁଛନ୍ତି। ସେ ଅପରାହ୍ନ ପ୍ରାୟ ୪ଟା ୪୫ ମିନିଟ୍ ସମୟରେ ଭୁବନେଶ୍ବର ଭାରତୀୟ ରିସର୍ଭ ବ୍ୟାଙ୍କର ଡାଟା ସେଣ୍ଟର ଓ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ଉଦଘାଟନ କରିବେ।

Written By Narmada Behera Edited By Narmada Behera
Published: Oct 25, 2026, 08:08 AM IST | Updated: Oct 25, 2026, 08:11 AM IST
Image Credit: ଆଜି ଓଡ଼ିଶା ଆସୁଛନ୍ତି ମୋଦୀ
Join

Pm Modi Odisha Visit: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡି଼ଶା ଗସ୍ତରେ ଆସୁଛନ୍ତି।  ସେ ଅପରାହ୍ନ ପ୍ରାୟ ୪ଟା ୪୫ ମିନିଟ୍ ସମୟରେ ଭୁବନେଶ୍ବର ଭାରତୀୟ ରିସର୍ଭ ବ୍ୟାଙ୍କର ଡାଟା ସେଣ୍ଟର ଓ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ଉଦଘାଟନ କରିବେ।  ଏହି ଅବସରରେ ସେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।  ପ୍ରଧାନମନ୍ତ୍ରୀ ୨ଟା ୪୫ରେ ବାରଣାସୀରୁ ସ୍ବତନ୍ତ୍ର ବିମାନ ଯୋଗ ବାରଣାସୀରୁ ଆସି ଅପରାହ୍ନ ୪ଟା ୧୦ ରେ  ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ।  

ALSO READ: Cyclone Update: ସ୍ଥଳଭାଗ ପ୍ରବେଶ ପରେ ଓଡ଼ିଶା ମୁହାଁ ହେବ ବାତ୍ୟା!ହାଇ ଆଲର୍ଟରେ ଏହିସବୁ ଜିଲ୍ଲା

ସେଠାରୁ ସ୍ବତନ୍ତ୍ର ହେଲିକପ୍ଟରରେ  ଇନଫୋଭ୍ୟାଲି -୨ କୁ ଯିବେ।  ସେଠାରେ ଭାରତୀୟ ରିସର୍ଭ ବ୍ୟାଙ୍କର ନୂତନ ଡାଟା ସେଣ୍ଟର  ଏବଂ ସାଇବର ସୁରକ୍ଷା  ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ। ସାଇବର ସୁରକ୍ଷା ତାଲିମ୍ ପ୍ରତିଷ୍ଠାନ ସାଇବର ସୁରକ୍ଷା ଏବଂ ଉଦ୍ୟୋଗ- ପ୍ରଯୁକ୍ତି ବିଦ୍ୟା ତାଲିମ୍  ସହିତ ଗବେଷଣା  ଏବଂ କ୍ଷେତ୍ରସ୍ତରୀୟ ଦକ୍ଷତା ବିକାଶ ପାଇଁ  ଉତ୍ସଗୀକୃତ  ସଂସ୍ଥାଗତ ପ୍ଲାଟଫର୍ମ ପ୍ରଦାନ କରିବ।  ଏହି ପ୍ରତିଷ୍ଠାନ କ୍ବାଣ୍ଟମ୍ କମ୍ପ୍ୟୁଟିଂ  କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଆଗଧାଡିର  ପ୍ରଯୁକ୍ତି ବିତ୍ୟା ସମେତ କ୍ଷେତ୍ର ସହୁତ ପ୍ରାସଙ୍ଗିକ ଅତ୍ୟାଧୁନିକ  ପ୍ରଯୁକ୍ତି ଉପରେ ଧ୍ୟାନ ଦେବେ। କାର୍ଯ୍ୟକ୍ରମ ସରିବା ପରେ  ସଂନ୍ଧ୍ୟା ୫ଟା ୫୦ ରେ କାର୍ଯ୍ୟକ୍ରମ ସ୍ଥଳରୁ ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ବାହାରିବ। ୬ଟା ୩୦ରେ ବିମାନ ବନ୍ଦରରେ ପହଞ୍ଚିବେ। ୬ଟା ୩୬ରେ ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ବିମାନ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବ।  ଇନଫୋଭ୍ୟାଲି-୨ ଅଞ୍ଚଳରେ ପ୍ରାୟ ୧୮ ଏକର ଜମିରେ ନିର୍ମିତ ଏହି ଡାଟା ସେଣ୍ଟର ଶିଳାନ୍ୟାସ ୨୦୨୩ରେ  କରାଯାଇଥିଲା ।  

 

ଦେଶର ଗୁରୁତ୍ବପୂର୍ଣ୍ଣ ଆର୍ଥିକ ତଥ୍ୟ ଓ ଡିଜିଟାଲ୍ ଭିର୍ତ୍ତିଭୂମି ର ସୁରକ୍ଷା ଦୃଷ୍ଟିରୁ  ଏହି ପ୍ରକଳ୍ପ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି।  ଭୌଗଳିକ ଅବସ୍ଥିତିକୁ ବିଚାରକୁ ନେଇ ଏଠାରେ ଡାଟା ସେଣ୍ଟର ନିର୍ମାଣ କରାଯାଇଛି।  ଏଥିପାଇଁ ଡାଟା ସେଣ୍ଟର ପରିସରରେ ତିନୋଟି ଅସ୍ଥାୟୀ ହେଲିପ୍ୟାଡ଼ ନିର୍ମାଣ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି଼ କରାଯାଇଛି। ୭୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ସହ ୩ ଶହ ଅଧିକାରୀ ମୃତୟନ ରହିବେ।

 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES