SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

PM Modi Odisha Visit: ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କ'ଣ ରହିଛି କାର୍ଯ୍ୟକ୍ରମ?

ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କ'ଣ ରହିଛି କାର୍ଯ୍ୟକ୍ରମ?

Written By Narmada Behera Edited By Narmada Behera
Published: Oct 17, 2026, 11:00 AM IST | Updated: Oct 17, 2026, 11:03 AM IST
Image Credit: PM Modi Odisha Visit: ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କ'ଣ ରହିଛି କାର୍ଯ୍ୟକ୍ରମ?
Join

PM Modi Odisha Visit: ଦୁଇ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏନେଇ  ପ୍ରସ୍ତୁତି ଆରମ୍ଭ ହୋଇଛି। ଖୁବ୍ କମ୍ ଦିନ ବ୍ୟବଧାନ ମଧ୍ୟରେ ୨ ଜଣଙ୍କ ଗସ୍ତ ନେଇ ରାଜ୍ୟ ସରକାର ବଡ଼ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏନେଇ ଉଭୟଙ୍କ ଗସ୍ତକୁ ନେଇ ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ଏହି ବୈଠକରେ ବିଭିନ୍ନ ବରିଷ୍ଠ ଅଧିକାରୀ ଯୋଗ ଦେବେ। ଏହି ବୈଠକରେ ଗସ୍ତ ସମ୍ପର୍କିତ ବିଭିନ୍ନ ବ୍ୟବସ୍ଥାର ସମୀକ୍ଷା କରାଯିବ।  ତେବେ,ଉଭୟଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା, ଯାତାୟତ କିପରି ସୁବ୍ୟବସ୍ଥିତ କରାଯାଇପାରିବ ସେନେଇ ବୈଠକରେ ଆଲୋଚନା ହେବାର ଆଶା କରାଯାଉଛି।

ALSO READ: Rain Alert: ଆସୁଛି ଲଘୁଚାପ!ଏହି ସବୁ ଜିଲ୍ଲାରେ ଭୀଷଣ ବର୍ଷା ନେଇ ଆଲର୍ଟ

ALSO READ: Dhanu Yatra 2027: ଜାନୁଆରୀରେ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ଜାଣନ୍ତୁ ତାରିଖ

ଆସନ୍ତା ୨୮ ଓ ୨୯ ତାରିଖରେ ସେ ରାଇରଙ୍ଗପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେ ଏହି ଗସ୍ତ ସମୟରେ ମାଆ କିଚକେଶ୍ବରୀଙ୍କ ଠାରେ ପୂଜାର୍ଚ୍ଚନା କରିବେ। ସେପଟେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆସନ୍ତା ୨୫ ତାରିଖରେ ସେ ଆସି ଭୁବନେଶ୍ବର ଓ ଖୋର୍ଦ୍ଧାର କିଛି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ଓଡ଼ିଶାରେ ଯେବେଠୁ ବିଜେପି ସରକାର ଗଠନ ହୋଇଛି, ସେବେଠାରୁ ମୋଦୀ ୮ ଥର ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହା ତାଙ୍କର ନବମ ଗସ୍ତ ହେବ।

 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES