• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Top 10 News: ବାଲିଯାତ୍ରା ଉଦ୍‌ଘାଟନ କଲେ ରାଷ୍ଟ୍ରପତି, ବାଂଲାଦେଶ ଫେରିବେ ପୂର୍ବତନ ପ୍ରଧାନମନ୍ତ୍ରୀ ହସିନା ଓ ଅନ୍ୟ ଖବର

Top 10 News: ବାଲିଯାତ୍ରା ଉଦ୍‌ଘାଟନ କଲେ ରାଷ୍ଟ୍ରପତି, ବାଂଲାଦେଶ ଫେରିବେ ପୂର୍ବତନ ପ୍ରଧାନମନ୍ତ୍ରୀ ହସିନା ଓ ଅନ୍ୟ ଖବର

Top 10 News Today: ଦିନ ତମାମର ସବୁ ବଡ ଖବର ସଂକ୍ଷେପରେ ପଢନ୍ତୁ

Written BySoubhagya Ranjan MishraEdited BySoubhagya Ranjan Mishra
Published: Nov 24, 2026, 22:00 IST|Updated: Nov 24, 2026, 22:00 IST
joinshare
Top 10 News: ବାଲିଯାତ୍ରା ଉଦ୍‌ଘାଟନ କଲେ ରାଷ୍ଟ୍ରପତି, ବାଂଲାଦେଶ ଫେରିବେ ପୂର୍ବତନ ପ୍ରଧାନମନ୍ତ୍ରୀ ହସିନା ଓ ଅନ୍ୟ ଖବର
Image Credit: Representative - Social Media

About the Author

Soubhagya Ranjan Mishra

Soubhagya Ranjan Mishra

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
Top 10 News: ବାଲିଯାତ୍ରା ଉଦ୍‌ଘାଟନ କଲେ ରାଷ୍ଟ୍ରପତି, ବାଂଲାଦେଶ ଫେରିବେ ପୂର୍ବତନ ପ୍ରଧାନମନ୍ତ୍ରୀ ହସିନା ଓ ଅନ୍ୟ ଖବର

Top 10 News: ବାଲିଯାତ୍ରା ଉଦ୍‌ଘାଟନ କଲେ ରାଷ୍ଟ୍ରପତି, ବାଂଲାଦେଶ ଫେରିବେ ପୂର୍ବତନ ପ୍ରଧାନମନ୍ତ୍ରୀ ହସିନା ଓ ଅନ୍ୟ ଖବର

2

Vaibhav Suryavanshi: ୫୨ ବଲ୍‌ରେ ୨୦୪ ରନ୍ ସଂଗ୍ରହ କରି ନୂଆ ରେକର୍ଡ କଲେ ବୈଭବ ସୂର୍ଯ୍ୟବଂଶୀ

3

ବାଲିଯାତ୍ରାରେ ପହଞ୍ଚି ମହାନଦୀରେ ଡଙ୍ଗା ଭସାଇ ଓରମାସ ଷ୍ଟଲ୍ ଉଦଘାଟନ କଲେ ରାଷ୍ଟ୍ରପତି

4

କେନିଆ ଯୁବକଙ୍କ ନାଁରେ ସଙ୍ଗୀନ ଅଭିଯୋଗ, ଅପହରଣ ଓ ଦୁଷ୍କର୍ମ ମାମଲାରେ ଗିରଫ

5

ମାଣବସା ଗୁରୁବାରରେ ଦେଖନ୍ତୁ ‘ଲକ୍ଷ୍ମୀ ପୁରାଣ’, ଜୀ ସାର୍ଥକର ଆଧ୍ୟାତ୍ମିକ ଭେଟି

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.

Top 10 News Today

Headlines 01- ଐତିହାସିକ କଟକ ବାଲିଯାତ୍ରା ଉତ୍ସବରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏକ ସୁସଜିତ ବୋଟ୍‌ରେ ଯାତ୍ରା କରି ବାଲିଯାତ୍ରାରେ ପହଞ୍ଚିଥିଲେ ରାଷ୍ଟ୍ରପତି । ବାଲିଯାତ୍ରା ଉତ୍ସବରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ମହାନଦୀର ଗଡ଼ଗଡ଼ିଆ ଘାାଟରେ ନିଜେ ବୋଇତ ଭସାଇଛନ୍ତି ରାଷ୍ଟ୍ରପତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଡଙ୍ଗା ଭସାଇଛନ୍ତି । ବ୍ୟାଟେରୀ ଗାଡ଼ିରେ ବସି ବର୍ଣ୍ଣାଢ଼୍ୟ ଆୟୋଜନ ବୁଲି ଦେଖିଛନ୍ତି ରାଷ୍ଟ୍ରପତିଙ୍କ ସମେତ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସ୍ଥାନୀୟ ସାଂସଦ ।

Headlines 02- ଐତିହାସିକ କଟକ ବାଲିଯାତ୍ରା ଉଦ୍‌ଘାଟନ କରି ରାଷ୍ଟ୍ରପତି ସମ୍ବୋଧନ ଦେଇ କହିଛନ୍ତି ଯେ, ସାଧବ ପୁଅଙ୍କ ଦକ୍ଷତାରୁ ଅନେକ କିଛି ଶିକ୍ଷା କରିବାର ରହିଛି । ଏକଦା ନୌବାଣିଜ୍ୟରେ ସାରା ଦେଶରେ ଓଡ଼ିଶା ପ୍ରଥମ ଥିଲା । ୨୦୩୬ରେ ଓଡ଼ିଶା ଶହେ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି । ଓଡ଼ିଶା ଆଗାମୀ ଦିନରେ ଦେଶର ଶିଳ୍ପ ହବ୍‌ ହେବାକୁ ଯାଉଛି ।

Headlines 03- ଭୁବନେଶ୍ୱର ଶିଖରଚଣ୍ଡୀ ପାହାଡ଼ରେ ୨ଟି ଦନ୍ତା ହାତୀ ଠାବ ହୋଇଛନ୍ତି । ଭରତପୁର ଜଙ୍ଗଲରୁ ଭୋର ଭୋରୁ ଦୁଇଟି ଦନ୍ତା ଆସିଥିବା ସୂଚନା ମିଳିଛି । ହାତୀକୁ ଘଉଡ଼ାଇବା ପାଇଁ ଚନ୍ଦକା ବନଖଣ୍ଡ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଛି ।

Headlines 04- ୬ ବର୍ଷ ପରେ ପୁଣି NDAକୁ ଫେରିଛି ଶିରୋମଣି ଅକାଳୀ ଦଳ । ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ବିଜେପି-ଅକାଳୀ ମେଣ୍ଟ ଘୋଷଣା ହୋଇଛି । ନୂଆଦିଲ୍ଲୀରେ ଘୋଷଣା କରିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ୨୦୨୦ରେ ବିବାଦୀୟ କୃଷି ଆଇନ୍‌କୁ ବିରୋଧ କରି NDAରୁ ଓହରିଥିଲା ଅକାଳୀ । ମେଣ୍ଟ ହିନ୍ଦୁ-ଶିଖ୍ ଭାଇଚାରାର ପ୍ରତୀକ କହିଛନ୍ତି ଅମିତ ଶାହ ।

Headlines 05- ସମ୍ବଲପୁରର ମୂଳ ବାସିନ୍ଦା ୧୦ ବର୍ଷୀୟା ତ୍ୱିଷା ପାଣିଗ୍ରାହୀ ଓଡ଼ିଶାର ସର୍ବକନିଷ୍ଠ ସ୍କୁବା ଡାଇଭର୍ ହୋଇଛନ୍ତି । ଦଶମ ଜନ୍ମଦିନର ଦୁଇ ଦିନ ପରେ ପ୍ରମାଣପତ୍ର ହାସଲ କରି ବଡ଼ ଭଉଣୀ ତିଷ୍ୟାଙ୍କ ପୂର୍ବ କୃତିତ୍ୱକୁ ଅତିକ୍ରମ କଲେ ତ୍ୱିଷା । ଦୁବାଇରେ ରହୁଥିବା ଓଡ଼ିଆ ଝିଅ ତ୍ୱିଷା ପାଣିଗ୍ରାହୀ ଉପଲବ୍ଧ ସୂଚନା ଅନୁଯାୟୀ ଓଡ଼ିଶାର ସର୍ବକନିଷ୍ଠ ସ୍କୁବା ଡାଇଭର୍ ହୋଇଛନ୍ତି। ଦଶମ ଜନ୍ମଦିନର ମାତ୍ର ଦୁଇ ଦିନ ପରେ, ୧୭ ନଭେମ୍ବର ୨୦୨୬ରେ, ସେ ପାଡି (PADI) ଜୁନିଅର ଓପନ୍ ୱାଟର୍ ଡାଇଭର୍ ଲାଇସେନ୍ସ ହାସଲ କରିଛନ୍ତି।

Headlines 06- ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ଆଜି ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ୱେଟ ବେସିନ ନିକଟରେ ପାଳିତ ହୋଇଯାଇଛି। ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ଅୟୋଜିତ ଏହି ଏୈତିହ ସମ୍ପନ୍ନ ଉତ୍ସବ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ଧର୍ମପତ୍ନୀ ଯୋଗ ଦେଇଥିଲେ ।

Headlines 07- କୋରାପୁଟ ଦଶମନ୍ତପୁର ମୂର୍କାର ପଞ୍ଚାୟତର ଆଉଟ୍ ଦୋରା ଗାଁ ନିକଟରେ ପ୍ରାୟ ୨୦ ଏକର ଜମିରେ ହୋଇଥିବା ପ୍ରାୟ ୩୦ ହଜାର ଗଞ୍ଜେଇ ଗଛକୁ ନଷ୍ଟ କଲେ ପୋଲିସ ଟିମ୍। ଏଥିରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରା ଯାଇଛି।

Headlines 08- ଅନଲାଇନ୍ କ୍ୟାରମ୍ ଗେମ୍‌ରୁ ବନ୍ଧୁତା ଏବଂ ପରେ ପ୍ରେମ ସମ୍ପର୍କ ସ୍ଥାପନ କରି ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ କରିବା ଅଭିଯୋଗରେ ପୁରୀ ଟାଉନ ଥାନା ପୋଲିସ ଜଣେ କେନିଆ ନାଗରିକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ କେନିଆର କିସୁମୁ ଅଞ୍ଚଳର ମହମ୍ମଦ ଫୈଜ୍ ମହମ୍ମଦ (୩୪)।

Headlines 09- ବୈଭବ ସୂର୍ଯ୍ୟବଂଶୀ UAE ବିପକ୍ଷରେ ମାତ୍ର ୫୨ ବଲ୍‌ରେ ୨୦୪ ରନ୍‌ର ବିସ୍ଫୋରକ ଇନିଂସ ଖେଳି ଲିଷ୍ଟ-ଏ ଦିନିକିଆ କ୍ରିକେଟ୍‌ର ସବୁଠାରୁ ଦ୍ରୁତ ଶତକ (ଦ୍ୱିଶତକ) ହାସଲ କରିଛନ୍ତି। ତାଙ୍କର ଏହି ବ୍ୟାଟିଂ ବୋଲରମାନଙ୍କୁ ସମ୍ପୂର୍ଣ୍ଣ ଭାବେ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲା।

Headlines 10- ଆସନ୍ତା ୧୬ରେ ବାଂଲାଦେଶ ଫେରିବେ ପୂର୍ବତନ ପ୍ରଧାନମନ୍ତ୍ରୀ ହସିନା । ସ୍ବଦେଶ ପ୍ରତ୍ୟାବର୍ତ୍ତନ ନେଇ ତାରିଖ ଘୋଷଣା କରିଛନ୍ତି ହସିନାଙ୍କ ମୁଖପାତ୍ର । ୧୯୭୧ ବିଜୟ ଦିବସ ୫୫ ବର୍ଷ ପୂର୍ତ୍ତି ଅବସରରେ ନିଜ ଦେଶ ଫେରିବେ । ଏଥିପାଇଁ ସ୍ବତନ୍ତ୍ର ବିମାନ ବ୍ୟବସ୍ଥା କରିବାକୁ ବାଂଲାଦେଶ ସରକାରଙ୍କୁ ଅପିଲ୍ କରିଛନ୍ତି । ଗତ ୨ ବର୍ଷରୁ ଅଧିକ ହେଲା ଭାରତରେ ଅଛନ୍ତି ଶେଖ୍ ହସିନା ।

Also Read- Rahu Ketu Gochar 2026: ରାହୁ-କେତୁଙ୍କ ବଡ ପ୍ରଭାବ, ୫ ରାଶିକୁ ମିଳିବ ଲାଭ

Add Zee News as a Preferred Source
TAGS:
Top 10 News Today