• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ପୁରୀ
  • /କେନିଆ ଯୁବକଙ୍କ ନାଁରେ ସଙ୍ଗୀନ ଅଭିଯୋଗ, ଅପହରଣ ଓ ଦୁଷ୍କର୍ମ ମାମଲାରେ ଗିରଫ

କେନିଆ ଯୁବକଙ୍କ ନାଁରେ ସଙ୍ଗୀନ ଅଭିଯୋଗ, ଅପହରଣ ଓ ଦୁଷ୍କର୍ମ ମାମଲାରେ ଗିରଫ

ଅନଲାଇନ୍ ଗେମ୍‌ରୁ ପ୍ରେମ, ବିଦେଶରୁ ଆସି ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ। କେନିଆର ଯୁବକ ଗିରଫ

Written BySoubhagya Ranjan MishraEdited BySoubhagya Ranjan Mishra
Published: Nov 24, 2026, 18:13 IST|Updated: Nov 24, 2026, 18:25 IST
joinshare
କେନିଆ ଯୁବକଙ୍କ ନାଁରେ ସଙ୍ଗୀନ ଅଭିଯୋଗ, ଅପହରଣ ଓ ଦୁଷ୍କର୍ମ ମାମଲାରେ ଗିରଫ
Image Credit: ZEE Odisha News

About the Author

Soubhagya Ranjan Mishra

Soubhagya Ranjan Mishra

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
କେନିଆ ଯୁବକଙ୍କ ନାଁରେ ସଙ୍ଗୀନ ଅଭିଯୋଗ, ଅପହରଣ ଓ ଦୁଷ୍କର୍ମ ମାମଲାରେ ଗିରଫ

କେନିଆ ଯୁବକଙ୍କ ନାଁରେ ସଙ୍ଗୀନ ଅଭିଯୋଗ, ଅପହରଣ ଓ ଦୁଷ୍କର୍ମ ମାମଲାରେ ଗିରଫ

2

ମାଣବସା ଗୁରୁବାରରେ ଦେଖନ୍ତୁ ‘ଲକ୍ଷ୍ମୀ ପୁରାଣ’, ଜୀ ସାର୍ଥକର ଆଧ୍ୟାତ୍ମିକ ଭେଟି

3

ଓଡ଼ିଶାର ସର୍ବକନିଷ୍ଠ ସ୍କୁବା ଡାଇଭର୍ ସମ୍ବଲପୁରର ତ୍ୱିଷା ପାଣିଗ୍ରାହୀ

4

ପାରାଦୀପରେ ଅତୀତ ଉତ୍କଳର ଗୌରବ ଗାଥା ମନେ ପକାଇଲେ ମୁଖ୍ୟମନ୍ତ୍ରୀ

5

Rahul Gandhi: ବାପା ରାଜୀବଙ୍କୁ ମନେ ପକାଇ ଭାବପ୍ରବଣ ହେଲେ ରାହୁଲ ଗାନ୍ଧୀ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.

ପୁରୀ: (ସଞ୍ଜୟ କୁମାର ମହାପାତ୍ର) ଅନଲାଇନ୍ କ୍ୟାରମ୍ ଗେମ୍‌ରୁ ବନ୍ଧୁତା ଏବଂ ପରେ ପ୍ରେମ ସମ୍ପର୍କ ସ୍ଥାପନ କରି ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ କରିବା ଅଭିଯୋଗରେ ପୁରୀ ଟାଉନ ଥାନା ପୋଲିସ ଜଣେ କେନିଆ ନାଗରିକଙ୍କୁ ଗିରଫ କରିଛି। 

ଗିରଫ ଅଭିଯୁକ୍ତ ଜଣକ କେନିଆର କିସୁମୁ ଅଞ୍ଚଳର ମହମ୍ମଦ ଫୈଜ୍ ମହମ୍ମଦ (୩୪)। ପୋଲିସ ସୂଚନା ଅନୁଯାୟୀ, ୨୦୨୫ ମସିହା ସେପ୍ଟେମ୍ବର ମାସରେ ପୀଡ଼ିତା ଜଣେ ଯୁକ୍ତ ଦୁଇ ଛାତ୍ରୀ, ନିଜ ମୋବାଇଲ୍‌ରେ 'କ୍ୟାରମ୍ କିଙ୍ଗ୍' ଆପ୍‌ରେ ଅନଲାଇନ୍ ଗେମ୍ ଖେଳୁଥିବା ବେଳେ ଅଭିଯୁକ୍ତ ମହମ୍ମଦ ଫୈଜ୍‌ଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ଚାଟିଂ ଓ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ନାବାଳିକାଙ୍କ ସରଳତାର ସୁଯୋଗ ନେଇ ଅଭିଯୁକ୍ତ ତାଙ୍କୁ ଧର୍ମ ପରିବର୍ତ୍ତନ କରିବା ପାଇଁ ପ୍ରବର୍ତ୍ତାଇବା ସହ ବିବାହର ପ୍ରସ୍ତାବ ଦେଇଥିଲେ। ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଜଣକ ନାବାଳିକାଙ୍କଠାରୁ କିଛି ଅଶ୍ଳୀଳ ଫଟୋ ମଧ୍ୟ ମଗାଇ ନେଇଥିଲେ। ଏହାପରେ ନାବାଳିକାଙ୍କୁ ଦେଖା କରିବା ପାଇଁ ଅଭିଯୁକ୍ତ ଗତ ୧୦ ନଭେମ୍ବରରେ ଭାରତ ଆସିଥିଲେ ଏବଂ ୧୮ନଭେମ୍ବରରେ ପୁରୀରେ ପହଞ୍ଚିଥିଲେ। ପୁରୀର ଏସ୍‌ସିଏସ୍ କଲେଜ ନିକଟରେ ଉଭୟଙ୍କ ଭେଟ ହେବା ପରେ ସେମାନେ ଫେରାର ହେବାକୁ ଯୋଜନା କରିଥିଲେ। ପୂର୍ବ ଯୋଜନା ମୁତାବକ, ଗତକାଲି ସକାଳେ ପୀଡ଼ିତା ଭୁବନେଶ୍ୱର ଯାଇଥିବା ବେଳେ ଅଭିଯୁକ୍ତ ଏକ କାର୍ ଭଡ଼ା କରି ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟରୁ ତାଙ୍କୁ ଭୁବନେଶ୍ୱର ଜାଗମରା ସ୍ଥିତ 'ଗୋଲ୍ଡେନ୍ ଷ୍ଟାର୍ ଗେଷ୍ଟ ହାଉସ୍'କୁ ନେଇଯାଇଥିଲେ। ସେଠାରେ ଏକ କୋଠରୀରେ ନାବାଳିକାଙ୍କୁ ବନ୍ଦୀ କରି ରଖିବା ସହ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଥିଲେ। ଏଥିସହ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ୧ ଲକ୍ଷ ଟଙ୍କା ଦାବି କରିଥିଲେ। କୌଣସି ଉପାୟ ନପାଇ ପୀଡ଼ିତାଙ୍କ ପରିବାର ଲୋକେ ପୁରୀ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ମାତ୍ରେ ଟାଉନ ଥାନା ପୋଲିସ ତ୍ୱରିତ ପଦକ୍ଷେପ ଗ୍ରହଣ କରିଥିଲା । ଭୁବନେଶ୍ୱର ଜାଗମରା ସ୍ଥିତ ସମ୍ପୃକ୍ତ ଗେଷ୍ଟ ହାଉସ୍‌ରେ ଚଢ଼ାଉ କରି ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଏହି ଘଟଣାରେ ଟାଉନ ଥାନାରେ କେସ୍ ନଂ-୧୩୭/୨୦୨୬ରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୪୦(୨)/୧୪୩(୪)/୬୪ ଏବଂ ପୋକ୍ସୋ, ଆଇନର ଧାରା ୬ ଅନୁଯାୟୀ ମାମଲା ରୁଜୁ ହୋଇଛି। ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ପୁରୀ ଏସପି।

Also Read- ମାଣବସା ଗୁରୁବାରରେ ଦେଖନ୍ତୁ ‘ଲକ୍ଷ୍ମୀ ପୁରାଣ’, ଜୀ ସାର୍ଥକର ଆଧ୍ୟାତ୍ମିକ ଭେଟି

Also Read- ଓଡ଼ିଶାର ସର୍ବକନିଷ୍ଠ ସ୍କୁବା ଡାଇଭର୍ ସମ୍ବଲପୁରର ତ୍ୱିଷା ପାଣିଗ୍ରାହୀ

Add Zee News as a Preferred Source
TAGS:
Odia News