• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /School Closed: ମାଡ଼ି ଆସୁଛି ବାତ୍ୟା 'ଅର୍ଣ୍ଣବ'! ଏହି ୯ ଜିଲ୍ଲାରେ ସ୍କୁଲ୍ ଛୁଟି

School Closed: ମାଡ଼ି ଆସୁଛି ବାତ୍ୟା 'ଅର୍ଣ୍ଣବ'! ଏହି ୯ ଜିଲ୍ଲାରେ ସ୍କୁଲ୍ ଛୁଟି

School Closed: ଲ୍ୟାଣ୍ତଫଲ୍ ପୂର୍ବରୁ ବାତ୍ୟା 'ଅର୍ଣ୍ଣବ'ର ପ୍ରଭାବ ଦେଖିବାକୁ ମିଳିଲାଣୀ। ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେଲାଣୀ।

Written ByNarmada BeheraEdited ByNarmada Behera
Published: Oct 27, 2026, 11:29 AM IST|Updated: Oct 27, 2026, 11:33 AM IST
joinshare
School Closed: ମାଡ଼ି ଆସୁଛି ବାତ୍ୟା 'ଅର୍ଣ୍ଣବ'! ଏହି ୯ ଜିଲ୍ଲାରେ ସ୍କୁଲ୍ ଛୁଟି
Image Credit: ଏହି ୯ ଜିଲ୍ଲାରେ ସ୍କୁଲ୍ ଛୁଟି

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    School Closed: ଲ୍ୟାଣ୍ତଫଲ୍ ପୂର୍ବରୁ ବାତ୍ୟା 'ଅର୍ଣ୍ଣବ'ର  ପ୍ରଭାବ ଦେଖିବାକୁ ମିଳିଲାଣୀ। ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେଲାଣୀ। ପ୍ରଭାବିତ ହେବାକୁ ଥିବା ଅଞ୍ଚଳ ଯେପରିକି, ଗଞ୍ଜାମ, ଗଜପତି ରେ ସକାଳୁ  ଝିପି ଝିପି ବର୍ଷା ହେଉଥିବା ଦେଖିବାକୁ ମିଳିଛି। ଏବଂ ରାୟଗଡ଼ା, ମାଲକାନଗିରି ଓ କୋରାପୁଟରେ ଆକାଶ ମେଘାଚ୍ଛନ୍ନ ରହିଛି। ଭୁବନେଶ୍ବରରେ ବର୍ଷା ଆରମ୍ଭ ହୋଇଥିବା ବେଳେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର କିଛି ଅଞ୍ଚଳରେ ମଧ୍ୟ ବର୍ଷା ଲାଗି ରହିଛି।

    ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ  ଖୋର୍ଦ୍ଧା ଜିଲ୍ଲାରେ ଥିବା ସମସ୍ତ ସ୍କୁଲ୍ କୁ ଛୁଟି ଘୋଷଣା କରିଛି। ଆଜି ଅପରାହ୍ନ ଗୋଟାଏରୁ  ଆସନ୍ତାକାଲି ଯାଏଁ ଜିଲ୍ଲାର ଶିଶୁ ବାଟିକା  ଠାରୁ ଦ୍ବାଦଶ ଶ୍ରେଣୀ ଯାଏଁ ସ୍କୁଲ୍ ଛୁଟି ରହିବ। ଏବଂ ସରକାରୀ ଅଧିକାରୀଙ୍କ ଛୁଟି ବି ୩୧ ଯାଏଁ ବାତିଲ୍ ହୋଇଥିବା ଜଣାପଡିଛି।ସେହିପରି ଜଗତସିଂହପୁର ଓ ନୟାଗଡ଼ରେ ବି ଆଜି ଓ ଆସନ୍ତାକାଲି ଯାଏଁ ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ହେଲେ ଶିକ୍ଷକମାନଙ୍କୁ ସ୍କୁଲ୍ ଆସିବାକୁ ନିର୍ଦ୍ଦେଶ ରହିଛି। ପୁରୀ ଜିଲ୍ଲାରେ ବି ଆଜି ଓ ଆସନ୍ତାକାଲି ସମସ୍ତ ଅଙ୍ଗନବାଡି , ଶୁଶୁବାଟିକା ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ରହିବ।ସେପଟେ,  ସାମ୍ଭାବ୍ୟ ବର୍ଷା ଆଶଙ୍କା ଥିବାରୁ ଅକ୍ଟୋବର ୨୮ ଓ ୨୯ ତାରିଖରେ କୋରାପୁଟ୍ , ମାଲକାନଗିରି, ଗଞ୍ଜାମ, ଗଜପତି ଓ ରାୟଗଡା ସମସ୍ତ  ସ୍କୁଲ୍ ଓ କଲେଜ ସହ ଅଙ୍ଗନବାଡି ବନ୍ଦ ରହିବ। ବାକି ଜିଲ୍ଲାର ପରିସ୍ଥିତି ଦେଖି, ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ନିସ୍ପତ୍ତି ନେବେ ବୋଲି ଜଣାପଡ଼ିଛି।

    ALSO READ: Cyclone Arnab:ଅତି ଭୀଷଣ ବାତ୍ୟା ରୂପ ନେଲା'ଅର୍ଣ୍ଣବ',ପ୍ରଭାବିତ ହେବ ଏହିସବୁ ଜିଲ୍ଲା!

    ସକାଳୁ ସକାଳୁ ପାରଦୀପ୍ ଅଞ୍ଚଳ ମେଘୁଆ ରହିଥିବା ବେଳେ ପାରାଦୀପ ବନ୍ଦରରେ ୨ ନମ୍ବର ସତର୍କ ସୂଚନା ଜାରି କରାଯାଇଛି। ବେଳାଭୂମି ଅଞ୍ଚଳରେ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଉଛି। ପଣ୍ୟ ଜାହାଜ, କୋଷ୍ଟଗାର୍ଡ ଜାହାଜ, ବୋର୍ଟ ଓ ଡୋଜରକୁ ପରାମର୍ଶ ଦିଆଯାଇଛି। ନିର୍ଦ୍ଦେଶ ମିଳିବା ମାତ୍ରେ ବନ୍ଦରାଞ୍ଚଳ ଛାଡିବେ ବୋଲି କୁହାଯାଇଛି।  ଅନ୍ୟପଟେ,ପୁରୀରେ ଜିଲ୍ଲାରେ ବି ଘଡ଼ଘଡ଼ି ସହ ବର୍ଷା  ଆରମ୍ଭ ହୋଉଛି। ସେପଟେ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି ଯେ, ଓଡି଼ଶା ଉପରେ କାଲି ଭୋରୁ ଏହାର ପ୍ରଭାବ ପଡିବ। ବିଶେଷକରି, ଏହି ସମୟରେ କଟକ,ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ,ଗଞ୍ଜାମ,ଗଜପତି ଓ ନୟାଗଡ଼ା ଆଦି ଜିଲ୍ଲାରେ ଘଣ୍ଟା ପ୍ରତି ପବନର ବେଗ ୭୫ରୁ ୧୦୦ କିମି ହୋଇପାରେ ବୋଲି ସେ ଆକଳନ କରୁଛନ୍ତି। 
     

    Add Zee News as a Preferred Source
    TAGS:
    Cyclone Update