ଭୁବନେଶ୍ୱର: ଘଣ୍ଟାକୁ ୨୦ କିମି ବେଗରେ ଆଗକୁ ବଡୁଛି ବାତ୍ୟା 'ଅର୍ଣ୍ଣବ' । ବର୍ତ୍ତମାନ ବିଶାଖାପାଟନମ୍ରୁ ୧୭୦ କିମି ଦୂରରେ କେନ୍ଦ୍ରୀଭୁତ ହୋଇଛି । କାକିନାଡ଼ାଠାରୁ ୧୮୦ କିମି ଏବଂ ଗୋପାଳପୁରରୁ ୩୭୦ କିମି ଦୂରରେ ରହିଛି । ସ୍ଥଳଭାଗ ଛୁଇଁବା ବେଳେ ପବନ ବେଗ ୧୨୫ରୁ ୧୩୫ କିମି ରହିବା ନେଇ ଆକଳନ କରାଯାଉଛି । ସେହି ସମୟରେ ଝଟ୍କା ପବନର ବେଗ ୧୫୦ କିମି ହେବାର ସମ୍ଭାବନା ରହିଛି । ବାତ୍ୟା ପ୍ରଭାବ ନେଇ ସତର୍କ କରାଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । କାଲି ପୂର୍ବାହ୍ନରେ ଆନ୍ଧ୍ର ଉପକୂଳରେ ଏହା ଲ୍ୟାଣ୍ଡଫଲ୍ କରିବ । ବାପଟଲା ଓ ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରାଯାଉଛି । ପବନରେ ବଡ଼ କ୍ଷତି ଘଟିବାର ସମ୍ଭାବନା ରହିଛି଼ । ରେଳ, ବିମାନ, ସଡ଼କ ପଥରେ ଯାତାୟାତ ପ୍ରଭାବିତ ହେବ । ବଡ଼ ଗଛ ଭାଙ୍ଗିବା ସହ ଧାନ ଓ ଅନ୍ୟାନ୍ୟ ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାରେ ୬୦ରୁ ୮୦ କିମି ପର୍ଯ୍ୟନ୍ତ ପବନ ବହିବ । ଉତ୍ତର ଓଡ଼ିଶାରେ ୪୦ରୁ ୫୦ କିମି ବେଗରେ ପବନ ବହିବ ।
ପାଣିପାଗର ବର୍ତ୍ତମାନ ସ୍ଥିତି #Odisha #lowpressure https://t.co/QUsZDerLme
— Meteorological Centre, Bhubaneswar (@mcbbsr) October 27, 2026
ବାତ୍ୟା ‘ଅର୍ଣ୍ଣବ’କୁ ନେଇ ରାଜ୍ୟରେ ବଢ଼ିଛି ଚିନ୍ତା। ବାତ୍ୟା ମୁକାବିଲା ପାଇଁ ସଜାଗ ରହିଛି ରାଜ୍ୟ ପ୍ରଶାସନ। ଏହି ପରିପ୍ରେକ୍ଷୀରେ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ରାଜେଶ ପ୍ରଭାକର ପାଟିଲ ସ୍ଥିତି ସମୀକ୍ଷା କରିବା ସହ ଲୋକଙ୍କୁ ଆତଙ୍କିତ ନହେବାକୁ ଅପିଲ୍ କରିଛନ୍ତି।
Fishermen Warning #fishermen #warning https://t.co/46QI3TOjcC
— Meteorological Centre, Bhubaneswar (@mcbbsr) October 27, 2026
ବାତ୍ୟାର ମୁକାବିଲା ପାଇଁ ପ୍ରାୟ ୪୮ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବାର ଯୋଜନା ରହିଛି। ବିଶେଷ କରି ମାଲକାନଗିରି ଜିଲ୍ଲା ବାତ୍ୟା ଓ ଏହାର ପ୍ରଭାବରେ ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଛି। ତଳିଆ ଓ ବିପଦପୂର୍ଣ୍ଣ ଅଞ୍ଚଳର ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି।
Warning for Odisha. Day-4 & Day-5: No Warning. Day-6 & Day-7: Heavy Rainfall. Day-1 & Day-2: Isolated Extremely Heavy Rainfall,Thunderstorm with Lightning and Gusty Wind. Day-3: Isolated Very Heavy Rainfall,Thunderstorm with Lightning and Gusty Wind. #odisha #weather #warning https://t.co/YHpzi2F1PI
— Meteorological Centre, Bhubaneswar (@mcbbsr) October 27, 2026
ବାତ୍ୟା ମୁକାବିଲା ପାଇଁ ପ୍ରଭାବିତ ଜିଲ୍ଲା ଗୁଡିକୁ SDRF ତରଫରୁ ୧୯ କୋଟି ଟଙ୍କା ଦିଆଯାଇଛି, ଏଥିରେ ଗଞ୍ଜାମ ଜିଲ୍ଲାକୁ ସର୍ବାଧିକ ୫ କୋଟି ଓ ଅନ୍ୟ ଜିଲ୍ଲା ଗୁଡିକୁ ୨ କୋଟି ଲେଖାଏଁ ପ୍ରଦାନ କରାଯାଇଛି। ଏହାଶହ ୮ ମେଟ୍ରିକ ଟନ୍ ଗୋ ଖାଦ୍ୟ ମହଜୁଦ ରଖାଯାଇଛି। ରିଲିଫ ସେଣ୍ଟର ଗୁଡିକ ପ୍ରସ୍ତୁତ ରହିଛି।
Rainfall Forecast for the State. Day-1 to Day-7: Light to Moderate Rainfall. #Odisha #odishaweather #WeatherUpdate https://t.co/NQOx3GM7d6
— Meteorological Centre, Bhubaneswar (@mcbbsr) October 27, 2026
ବାତ୍ୟା 'ଅର୍ଣ୍ଣବ' ପାଇଁ ଗଞ୍ଜାମରେ ୮୬୬ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ସେଥିମଧ୍ୟରେ ୧୮୮ ଜଣ ଗର୍ଭବତୀ ଅଛନ୍ତି । ଆନ୍ଧ୍ରର ୩୦ ଟ୍ରଲର ଗୋପାଳପୁର ବନ୍ଦରରେ ଆଶ୍ରୟ ନେଇଛନ୍ତି । ଲୋକଙ୍କ ପାଇଁ ୧୦୨୯ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଛି । ୯୨୨ ବିପଦପୂର୍ଣ୍ଣ ଗାଁ ଉପରେ ନଜର ରଖିଛି ପ୍ରଶାସନ । ୩ ଓଡ୍ରାଫ ,୨ NDRF ଟିମ୍ ମୁତୟନ ହୋଇଛନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି ।