• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Modi Government: ଦାରିଦ୍ର୍ୟ ଦୂରୀକରଣରେ ଭାରତର ବଡ଼ ସଫଳତା! ରାହୁଲଙ୍କୁ ଟାର୍ଗେଟ କଲେ ସୁଧାଂଶୁ ତ୍ରିବେଦୀ

Modi Government: ଦାରିଦ୍ର୍ୟ ଦୂରୀକରଣରେ ଭାରତର ବଡ଼ ସଫଳତା! ରାହୁଲଙ୍କୁ ଟାର୍ଗେଟ କଲେ ସୁଧାଂଶୁ ତ୍ରିବେଦୀ

ତ୍ରିବେଦୀଙ୍କ କହିବା ଅନୁଯାୟୀ, ୨୦୧୧-୧୨ ମସିହାରେ ଭାରତର ଦାରିଦ୍ର୍ୟ ହାର ୨୭ ପ୍ରତିଶତ ଥିବାବେଳେ ୨୦୨୫ରେ ଏହା ହ୍ରାସ ପାଇ ୨.୫ ପ୍ରତିଶତରେ ପହଞ୍ଚିଛି। ଏହା ଦେଶର ଅର୍ଥନୈତିକ ପ୍ରଗତି ଏବଂ ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନାର ସଫଳତାକୁ ପ୍ରତିଫଳିତ କରୁଛି ବୋଲି ସେ ଦାବି କରିଛନ୍ତି।

Reported ByManoj Kumar Mallia Edited ByPriyambada Rana
Published: Nov 02, 2026, 03:36 PM IST|Updated: Nov 02, 2026, 03:40 PM IST
joinshare
Modi Government: ଦାରିଦ୍ର୍ୟ ଦୂରୀକରଣରେ ଭାରତର ବଡ଼ ସଫଳତା! ରାହୁଲଙ୍କୁ ଟାର୍ଗେଟ କଲେ ସୁଧାଂଶୁ ତ୍ରିବେଦୀ
Image Credit: Modi Government: ଦାରିଦ୍ର୍ୟ ଦୂରୀକରଣରେ ଭାରତର ବଡ଼ ସଫଳତା! ରାହୁଲଙ୍କୁ ଟାର୍ଗେଟ କଲେ ସୁଧାଂଶୁ ତ୍ରିବେଦୀ

About the Author

    Manoj Kumar Mallia

    Manoj Kumar Mallia

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Modi Government: ଭାରତର ଅର୍ଥନୈତିକ ଅଭିବୃଦ୍ଧି ଓ ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଦେଶର ସଫଳତାକୁ ନେଇ ବିଜେପି ସାଂସଦ ତଥା ଜାତୀୟ ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ମତ ରଖିଛନ୍ତି। ବିଶ୍ୱବ୍ୟାଙ୍କ ପକ୍ଷରୁ ପ୍ରକାଶିତ ୨୦୨୫ ମସିହାର ରିପୋର୍ଟକୁ ଆଧାର କରି ସେ କହିଛନ୍ତି ଯେ, ଭାରତ ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି।

    ତ୍ରିବେଦୀଙ୍କ କହିବା ଅନୁଯାୟୀ, ୨୦୧୧-୧୨ ମସିହାରେ ଭାରତର ଦାରିଦ୍ର୍ୟ ହାର ୨୭ ପ୍ରତିଶତ ଥିବାବେଳେ ୨୦୨୫ରେ ଏହା ହ୍ରାସ ପାଇ ୨.୫ ପ୍ରତିଶତରେ ପହଞ୍ଚିଛି। ଏହା ଦେଶର ଅର୍ଥନୈତିକ ପ୍ରଗତି ଏବଂ ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନାର ସଫଳତାକୁ ପ୍ରତିଫଳିତ କରୁଛି ବୋଲି ସେ ଦାବି କରିଛନ୍ତି।

     

    କେବଳ ଦାରିଦ୍ର୍ୟ ଦୂରୀକରଣ ନୁହେଁ, ଟେକ୍ନୋଲୋଜି ଏବଂ ଜାତୀୟ ସୁରକ୍ଷା କ୍ଷେତ୍ରରେ ମଧ୍ୟ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଭାରତର ଏହି ଅଗ୍ରଗତି କିଛି ଶକ୍ତିଙ୍କୁ ପସନ୍ଦ ଆସୁନାହିଁ। ଏପରିକି ବିରୋଧୀ ଦଳଗୁଡ଼ିକ ସେହି ଶକ୍ତିଙ୍କ ଇସାରାରେ ଦେଶରେ ବିଭ୍ରାନ୍ତି ସୃଷ୍ଟି କରିବା ସହ ମିଥ୍ୟା ଅପପ୍ରଚାର କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

    ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ସୁଧାଂଶୁ ତ୍ରିବେଦୀ। ସେ କହିଛନ୍ତି, ରାହୁଲ ଗାନ୍ଧୀ ରାଜନୀତିକୁ ଆସିବା ପରଠାରୁ ବିଗତ ୨୫ ବର୍ଷ ମଧ୍ୟରେ ଦେଶର ଅନେକ ରାଜ୍ୟରେ କଂଗ୍ରେସ କ୍ଷମତା ହରାଇଛି। ତେଣୁ ଦେଶର ବାସ୍ତବିକ ଅଗ୍ରଗତି ଓ ରାଜନୈତିକ ସ୍ଥିତିକୁ ବୁଝିବା ଆବଶ୍ୟକ ବୋଲି ସେ କଟାକ୍ଷ କରିଛନ୍ତି।

    ତ୍ରିବେଦୀ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ସରକାର ପ୍ରତ୍ୟେକ ନାଗରିକଙ୍କ ଜୀବନଧାରଣର ମାନରେ ସୁଧାର ଆଣିବା ସହ ଦାରିଦ୍ର୍ୟ ଦୂରୀକରଣ ଦିଗରେ ନିରନ୍ତର କାର୍ଯ୍ୟ କରୁଛନ୍ତି। ବିଶ୍ୱବ୍ୟାଙ୍କର ରିପୋର୍ଟରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଥିବା ସେ ଦାବି କରିଛନ୍ତି।

    Add Zee News as a Preferred Source
    TAGS:
    Trending News