• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Ganjam Flood: ଗଞ୍ଜାମ ବନ୍ୟା ପାଇଁ ୨୪ ବର୍ଷର ବିଫଳତା ଦାୟୀ: BJD ଉପରେ ବର୍ଷିଲେ ରାଜସ୍ୱ ମନ୍ତ୍ରୀ

Ganjam Flood: ଗଞ୍ଜାମ ବନ୍ୟା ପାଇଁ ୨୪ ବର୍ଷର ବିଫଳତା ଦାୟୀ: BJD ଉପରେ ବର୍ଷିଲେ ରାଜସ୍ୱ ମନ୍ତ୍ରୀ

ମନ୍ତ୍ରୀଙ୍କ ସୂଚନା ଅନୁସାରେ, ୨୮, ୨୯ ଓ ୩୦ ତାରିଖରେ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମରେ ବନ୍ୟା ସ୍ଥିତି ଉପୁଜିଥିଲା। ମାତ୍ର ୩ ଦିନ ମଧ୍ୟରେ ଜିଲ୍ଲାରେ ମୋଟ ୩୩୭.୬ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ସେହିପରି ପାତ୍ରପୁରରେ ଏହି ସମୟ ମଧ୍ୟରେ ୮୦୮.୪ ମିଲିମିଟର ବର୍ଷା ହୋଇଥିବା ବେଳେ ଗୋଟିଏ ଦିନରେ ୫୪୬ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା।

Written ByPriyambada RanaEdited ByPriyambada Rana
Published: Nov 12, 2026, 11:32 AM IST|Updated: Nov 12, 2026, 11:39 AM IST
joinshare
Ganjam Flood: ଗଞ୍ଜାମ ବନ୍ୟା ପାଇଁ ୨୪ ବର୍ଷର ବିଫଳତା ଦାୟୀ: BJD ଉପରେ ବର୍ଷିଲେ ରାଜସ୍ୱ ମନ୍ତ୍ରୀ
Image Credit: Ganjam Flood: ଗଞ୍ଜାମ ବନ୍ୟା ପାଇଁ ୨୪ ବର୍ଷର ବିଫଳତା ଦାୟୀ: BJD ଉପରେ ବର୍ଷିଲେ ରାଜସ୍ୱ ମନ୍ତ୍ରୀ

About the Author

    Priyambada Rana

    Priyambada Rana

    I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Ganjam Flood: ଗଞ୍ଜାମ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରେସମିଟ୍‌ କରି ବିସ୍ତୃତ ସୂଚନା ଦେଇଛନ୍ତି। ଗଞ୍ଜାମର ବନ୍ୟା ସ୍ଥିତି ପାଇଁ ପୂର୍ବର ୨୪ ବର୍ଷର ସରକାରଙ୍କ ବିଫଳତାକୁ ଦାୟୀ କରିଛନ୍ତି ମନ୍ତ୍ରୀ। ଜିଲ୍ଲାର ବିଭିନ୍ନ ନଦୀ ଓ ଡ୍ୟାମ୍‌ରେ ଜଳ ପରିଚାଳନା ବ୍ୟବସ୍ଥାକୁ ନେଇ ମଧ୍ୟ ସେ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

    ମନ୍ତ୍ରୀଙ୍କ କହିବା ଅନୁଯାୟୀ, ବିଭିନ୍ନ ନଦୀରେ ଜଳ ନିଷ୍କାସନ ବ୍ୟବସ୍ଥାକୁ ଅଟୋମେଟିକ୍‌ ରଖାଯାଇଥିଲା। ଫଳରେ ଅତ୍ୟଧିକ ବର୍ଷା ଯୋଗୁଁ ଅଚାନକ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା। ଭାରତୀୟ ପାଣିପାଗ ବିଭାଗ (IMD)ର ପୂର୍ବାନୁମାନ ଅନୁଯାୟୀ ସରକାରଙ୍କ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଥିଲା। କିନ୍ତୁ ଆକଳନଠାରୁ ଅଧିକ ବର୍ଷା ହେବାରୁ ପରିସ୍ଥିତି ଜଟିଳ ହୋଇଥିଲା ବୋଲି ସେ କହିଛନ୍ତି।

    ମନ୍ତ୍ରୀଙ୍କ ସୂଚନା ଅନୁସାରେ, ୨୮, ୨୯ ଓ ୩୦ ତାରିଖରେ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମରେ ବନ୍ୟା ସ୍ଥିତି ଉପୁଜିଥିଲା। ମାତ୍ର ୩ ଦିନ ମଧ୍ୟରେ ଜିଲ୍ଲାରେ ମୋଟ ୩୩୭.୬ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ସେହିପରି ପାତ୍ରପୁରରେ ଏହି ସମୟ ମଧ୍ୟରେ ୮୦୮.୪ ମିଲିମିଟର ବର୍ଷା ହୋଇଥିବା ବେଳେ ଗୋଟିଏ ଦିନରେ ୫୪୬ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା।

    ବନ୍ୟା ସ୍ଥିତିର ମୁକାବିଲା ଓ ଉଦ୍ଧାର କାର୍ଯ୍ୟକୁ ସୁଚାରୁ ଭାବେ ପରିଚାଳନା ପାଇଁ ୮ ଜଣ ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଆଗାମୀ ଦିନରେ ଏଭଳି ବନ୍ୟା ସ୍ଥିତିର ସଠିକ୍‌ ମୁକାବିଲା ପାଇଁ ବିଭିନ୍ନ IIT ସହ ଆଲୋଚନା କରାଯିବ। ଜଳ ପରିଚାଳନା ଓ ବନ୍ୟା ନିୟନ୍ତ୍ରଣ ବ୍ୟବସ୍ଥାକୁ ଅଧିକ ବୈଜ୍ଞାନିକ ଓ ଉନ୍ନତ କରିବା ଉପରେ ସରକାର ଗୁରୁତ୍ୱ ଦେବେ ବୋଲି ସେ ସୂଚନା ଦେଇଛନ୍ତି।

    ଏହା ସହିତ ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ସୁରେଶ ପୂଜାରୀ କହିଛନ୍ତି ଯେ, ପୂର୍ବର ୨୪ ବର୍ଷର ସରକାର ନିଜ ବିଫଳତା ଲୁଚାଇବା ପାଇଁ ବର୍ତ୍ତମାନର ସରକାରଙ୍କୁ ଦୋଷ ଦେଉଛନ୍ତି। ଆସନ୍ତା ବିଧାନସଭା ଅଧିବେଶନରେ ବିରୋଧୀ ତଥ୍ୟ ଓ ପ୍ରମାଣ ସହ ଏହି ପ୍ରସଙ୍ଗରେ ଉତ୍ତର ରଖନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି।

    ପୂର୍ବର ବାତ୍ୟା ଓ ବିପର୍ଯ୍ୟୟ ସମୟରେ ହୋଇଥିବା ଜୀବନହାନିର ଉଦାହରଣ ଦେଇ ମନ୍ତ୍ରୀ କହିଛନ୍ତି ଯେ, ତିତ୍‌ଲି ବାତ୍ୟା ସମୟରେ ୭୨ ଜଣ ଏବଂ ଫନି ବାତ୍ୟା ସମୟରେ ୬୫ ଜଣଙ୍କ ମୃତ୍ୟୁ ହୋଇଥିଲା। ବର୍ତ୍ତମାନର ସରକାର ଶୂନ୍ୟ ମୃତ୍ୟୁ ବା ‘ଜିରୋ କାଜୁଆଲିଟି’କୁ ପ୍ରାଥମିକତା ଦେଉଛନ୍ତି। ତେବେ ପାହାଡ଼ରୁ ହଠାତ୍‌ ପଥର ଖସିବା ଭଳି ଘଟଣାର ପୂର୍ବାନୁମାନ କରିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।

    ବନ୍ୟା ପରିଚାଳନାକୁ ନେଇ ରାଜ୍ୟରେ ରାଜନୈତିକ ବୟାନବାଜି ଜାରି ରହିଥିବା ବେଳେ ଆଗାମୀ ଦିନରେ ଜଳ ପରିଚାଳନା ବ୍ୟବସ୍ଥାରେ କି ପ୍ରକାର ପରିବର୍ତ୍ତନ ଆସୁଛି, ତାହା ଉପରେ ନଜର ରହିବ।

    Add Zee News as a Preferred Source
    TAGS:
    Odia News