SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

ସାଇବର ସୁରକ୍ଷାକୁ ନେଇ ନୂଆ ବାର୍ତ୍ତା ଦେଲା ଦ ନେଷ୍ଟ ବ୍ରିଚ୍

ପୁସ୍ତକ ଉନ୍ମୋଚନ ସହ ଲେଖକଙ୍କ ଜନ୍ମଦିନ ଅବସରରେ ସାଇବର ସୁରକ୍ଷା ପ୍ୟାନେଲ୍ ଆଲୋଚନା ମଧ୍ୟ ଆୟୋଜିତ ହୋଇଥିଲା। ଏଥିରେ ସାଇବର ସୁରକ୍ଷା, ଡିଜିଟାଲ୍ ସ୍ଥିରତା, ଅନଲାଇନ୍ ଠକେଇ ରୋକିବା ଏବଂ ଆଧୁନିକ ସୁରକ୍ଷା ପ୍ରଣାଳୀ ସମ୍ପର୍କରେ ଆଲୋଚନା ହୋଇଥିଲା।

Written By Soubhagya Ranjan Mishra Edited By Soubhagya Ranjan Mishra
Published: Nov 12, 2026, 07:24 PM IST | Updated: Nov 12, 2026, 07:27 PM IST
Image Credit: cyber security
Join

ଚନ୍ଦ୍ରଶେଖରପୁର: ଦିନକୁ ଦିନ ବଢ଼ୁଥିବା ସାଇବର ଅପରାଧ, ଅନଲାଇନ୍ ଠକେଇ ଏବଂ ଡିଜିଟାଲ୍ ସୁରକ୍ଷା ପ୍ରତି ବିପଦ ମଧ୍ୟରେ ସାଧାରଣ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ସାଇବର ସୁରକ୍ଷା ବିଶେଷଜ୍ଞ ତଥା ଉଦ୍ୟୋଗୀ ଦୀପକ କୁମାର ନାଥଙ୍କ ଦ୍ୱାରା ରଚିତ ଦୁଇ ଖଣ୍ଡ ପୁସ୍ତକ ଦ ନେଷ୍ଟ ବ୍ରିଚ୍ଚ ଏବଂ ଜିରୋ ଦେ ଓଡିଶା ଆଜି ଉନ୍ମୋଚିତ ହୋଇଛି।

ପୁସ୍ତକ ଉନ୍ମୋଚନ ସହ ଲେଖକଙ୍କ ଜନ୍ମଦିନ ଅବସରରେ ସାଇବର ସୁରକ୍ଷା ପ୍ୟାନେଲ୍ ଆଲୋଚନା ମଧ୍ୟ ଆୟୋଜିତ ହୋଇଥିଲା। ଏଥିରେ ସାଇବର ସୁରକ୍ଷା, ଡିଜିଟାଲ୍ ସ୍ଥିରତା, ଅନଲାଇନ୍ ଠକେଇ ରୋକିବା ଏବଂ ଆଧୁନିକ ସୁରକ୍ଷା ପ୍ରଣାଳୀ ସମ୍ପର୍କରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ରବୀନ୍ଦ୍ର ନାଥ ବେହେରା, ବିଜେପି ନେତା ତଥା ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜେପି ନେତା ଗୋଲକ ମହାପାତ୍ର, ଆଇପିଏସ୍ ଅମିତାଭ ଠାକୁର, ସାଇବର ବିଶେଷଜ୍ଞ ନାନୁ ପାଣି ଏବଂ ପୁସ୍ତକର ଲେଖକ ଦୀପକ କୁମାର ନାଥ ପ୍ରମୁଖ ଅତିଥି ଓ ଆଲୋଚକ ଭାବେ ଯୋଗଦେଇଥିଲେ।

ସାଇବର ଅପରାଧୀମାନେ କିପରି ସୁରକ୍ଷା ବ୍ୟବସ୍ଥାକୁ ଭେଦ କରନ୍ତି, ସେ ସମ୍ପର୍କରେ ବିସ୍ତୃତ ତଥ୍ୟ ଏହି ପୁସ୍ତକରେ ରହିଛି। ବର୍ତ୍ତମାନର ଡିଜିଟାଲ୍ ଯୁଗରେ ସାଇବର ସୁରକ୍ଷା କେବଳ ଟେକ୍ନୋଲୋଜି ବିଶେଷଜ୍ଞ କିମ୍ବା ଛାତ୍ରଛାତ୍ରୀଙ୍କ ପାଇଁ ସୀମିତ ନୁହେଁ ବରଂ ପ୍ରତ୍ୟେକ ସଚେତନ ନାଗରିକଙ୍କ ପାଇଁ ଏହା ଏକ ଜରୁରୀ ଆବଶ୍ୟକତା। ଏହି ପୁସ୍ତକ ମାଧ୍ୟମରେ ସାଇବର ବିପଦକୁ ବୁଝିବା ସହ ତାହାର ମୁକାବିଲା ପାଇଁ ଲୋକଙ୍କୁ ଉପଯୁକ୍ତ ଜ୍ଞାନ ଓ ସଚେତନତା ପ୍ରଦାନ କରିବା ଲେଖକଙ୍କ ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି।

Also Read- ଡିସେମ୍ବର ୭ ତାରିଖରେ ଆନ୍ଦୋଳନକୁ ଓହ୍ଲାଇବାକୁ ଠିକା ଶ୍ରମିକଙ୍କ ଚେତାବନୀ

Add Zee News as a Preferred Source
TAGS:

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES