ପାରାଦୀପ: (ନାରାୟଣ ବେହେରା) ଶ୍ରମିକମାନଙ୍କ ସ୍ୱାର୍ଥ ହାସଲ ନିମନ୍ତେ ପାରାଦୀପରେ ମିଶିଛନ୍ତି ୧୩ ଗୋଟି ଟ୍ରେଡ଼ ୟୁନିୟନ। ପାରାଦୀପ ବନ୍ଦରରେ କାର୍ଯ୍ୟ କରୁଥିବା 'ବନ୍ଦର କର୍ମଚାରୀ'ମାନେ ଅବସର ନେବା ପରେ ଏବେ ଡ଼ିଏଲାର ଶ୍ରମିକ ଓ କର୍ମଚାରୀମାନଙ୍କ ଦ୍ୱାରା ବନ୍ଦରର କାର୍ଯ୍ୟ ଚାଲୁଛି। ହେଲେ ଏହି ଶ୍ରମିକ ମାନଙ୍କୁ ମିଳୁନାହିଁ ସେମାନଙ୍କର ସଠିକ ପ୍ରାପ୍ୟ । ଏନେଇ ପାରାଦୀପ ବନ୍ଦରରେ କାର୍ଯ୍ୟ କରୁଥିବା ଠିକା ଶ୍ରମିକ ଓ ଡ଼ିଏଲଆର ଶ୍ରମିକଙ୍କୁ ପାଇଁ ସ୍ୱର ଉଠାଇଛି ୧୩ ଗୋଟି ଟ୍ରେଡ଼ ୟୁନିୟନ ।
ପାରାଦୀପ ଜୟଦେବ ସଦନ ଠାରେ ଟ୍ରେଡ଼ ୟୁନିୟନର ମିଳିତ ସମନ୍ୱୟ କମିଟିର ବୈଠକରେ ଶ୍ରମିକ ନେତାମାନଙ୍କ ଆହ୍ୱାନ, ଶ୍ରମିକମାନଙ୍କ ସମସ୍ୟା ସମାଧାନ କରିବାରେ ଯଦି ପାରାଦୀପ ବନ୍ଦର କର୍ତୃପକ୍ଷ ଟାଳଟୁଳ ନୀତି ଅବଲମ୍ବନ କରନ୍ତି, ତେବେ ଆସନ୍ତା ଡିସେମ୍ବର ୭ ତାରିଖରେ ସମସ୍ତ ଠିକା ଶ୍ରମିକ ଓ ଡ଼ିଏଲଆର ମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ୧୩ ଗୋଟି ଟ୍ରେଡ଼ ୟୁନିୟନର ଶ୍ରମିକ ନେତା। ଆଜି ପାରାଦୀପ ବନ୍ଦର ଏକ ନମ୍ବର ହୋଇଥିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଶ୍ରମିକ । ହେଲେ ପାରାଦୀପ ବନ୍ଦରର ସ୍ଥାୟୀ କର୍ମଚାରୀମାନେ ଯେଉଁ ସୁବିଧା ସୁଯୋଗ ପାଉଛନ୍ତି ଠିକା ଓ ଡ଼ିଏଲଆର ଶ୍ରମିକ ମାନେ କାହିଁକି ବଞ୍ଚିତ ହେଉଛନ୍ତି ବୋଲି କହିଛନ୍ତି ସମସ୍ତ ଶ୍ରମିକ ନେତା । ପାରାଦୀପ ବନ୍ଦରର ସ୍ଥାୟୀ କର୍ମଚାରୀମାନେ ଯେଉଁଭଳି ମେଡିକାଲ ସୁବିଧା ପାଉଛନ୍ତି, ସମାନ ଭାବରେ ଠିକା ଶ୍ରମିକ ମାନଙ୍କୁ ସୁବିଧା ପ୍ରଦାନ କରିବା, ଚାକିରୀରୁ ଅବସର ପରେ ସେମାନଙ୍କୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରିବା, ମେଡିକାଲ ସୁବିଧା ସହିତ ଏକାଧିକ ଦାବି ଉଠାଇଛି ଟ୍ରେଡ଼ ୟୁନିଅନର ମିଳିତ ସମନ୍ୱୟ କମିଟି। ଏନେଇ ବନ୍ଦର କର୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ କରିବା ପରେ ଆସନ୍ତା ଡିସେମ୍ବର ୭ ତାରିଖ ମଧ୍ୟରେ ଯଦି ବନ୍ଦର କର୍ତୃପକ୍ଷ ଏହାର ସ୍ଥାୟୀ ସମାଧାନ ନ କରନ୍ତି, ତେବେ ପାରାଦୀପ ବନ୍ଦର ଏକ ବୃହତ ଆନ୍ଦୋଳନକୁ ସାମ୍ନା କରିବ ବୋଲି ସମସ୍ତ ଟ୍ରେଡ଼ ୟୁନିୟନ ନେତୃବୃନ୍ଦ ମାନେ ପାରାଦୀପ ବନ୍ଦରକୁ ଚେତାବନୀ ଦେଇଛନ୍ତି ।
Also Read- ବରାହନାଥ ନିକଟ ବୈତରଣୀ ନଦୀରେ ଅଘଟଣ, ୨ ମୃତ