Thunderstorm with Lightning warning: ଆସନ୍ତାକାଲି ସକାଳ ୮ଟା ୩୦ ଯାଏଁ ବଜ୍ରପାତ ନେଇ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା ଏବଂ ପୁରୀକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହିସବୁ ଜିଲ୍ଲାରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦କିମି ମଧ୍ୟରେ ରହିବାର ସମ୍ଭାବନା ରହିଛି ।
ଅକ୍ଟୋବର ୧୫ ସକାଳ ୮ଟା୩୦ରୁ ଅକ୍ଟୋବର ୧୬ ସକାଳ ୮ଟା୩୦ ଯାଏଁ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୋଳ, ଖୋର୍ଦ୍ଧା, ପୁରୀ, ନୟାଗଡ, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାକୁ ବଜ୍ରପାତ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହିସବୁ ଜିଲ୍ଲାରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦କିମି ମଧ୍ୟରେ ରହିବାର ସମ୍ଭାବନା ରହିଛି ।
ଅକ୍ଟୋବର ୧୬ ସକାଳ ୮ଟା୩୦ରୁ ଅକ୍ଟୋବର ୧୭ ସକାଳ ୮ଟା୩୦ ଯାଏଁ ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାକୁ ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହିସବୁ ଜିଲ୍ଲାରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦କିମି ମଧ୍ୟରେ ରହିବାର ସମ୍ଭାବନା ରହିଛି ।
ଅକ୍ଟୋବର ୧୭ ସକାଳ ୮ଟା୩୦ରୁ ଅକ୍ଟୋବର ୧୮ ସକାଳ ୮ଟା୩୦ ଯାଏଁ ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି ଏବଂ ରାୟଗଡା ଜିଲ୍ଲାକୁ ବଜ୍ରପାତ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହିସବୁ ଜିଲ୍ଲାରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦କିମି ମଧ୍ୟରେ ରହିବାର ସମ୍ଭାବନା ରହିଛି ।
ଅକ୍ଟୋବର ୧୮ ସକାଳ ୮ଟା୩୦ରୁ ଅକ୍ଟୋବର ୧୯ ସକାଳ ୮ଟା୩୦ ଯାଏଁ ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାକୁ ବଜ୍ରପାତ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହିସବୁ ଜିଲ୍ଲାରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦କିମି ମଧ୍ୟରେ ରହିବାର ସମ୍ଭାବନା ରହିଛି ।
Warning for Odisha. Day-1 to Day-5 : Isolated Thunderstorm with Lightning and Gusty Wind. Day-6 & 7 : No Warning. #odisha #weather #warning https://t.co/V5FRyixZe6
— Meteorological Centre, Bhubaneswar (@mcbbsr) October 14, 2026
ପାଣିପାଗ ବିଭାଗ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ତାପମାତ୍ରା ୩୪.୬ ଡିଗ୍ରୀ ପାରଳାଖେମୁଣ୍ଡିରେ ଏବଂ ସର୍ବନିମ୍ନ ତାପମାତ୍ରା ନବରଙ୍ଗପୁରରେ ୧୯.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।
ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୩୩.୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ସମୟରେ କଟକରେ ସର୍ବୋଚ୍ଚ ତାପମାତ୍ରା ମଧ୍ୟ ସମାନ ୩୩.୬ ଡିଗ୍ରୀ ସେଲସିୟସ୍ ରହିଛି । ସର୍ବନିମ୍ନ ତାପମାତ୍ରା ଭୁବନେଶ୍ୱରରେ ୨୪.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ସମୟରେ କଟକରେ ୨୨.୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।
Realized weather during past 24 hours over the districts of Odisha. #Odisha #odishaweather #WeatherUpdate https://t.co/lb8nAaCASi
— Meteorological Centre, Bhubaneswar (@mcbbsr) October 14, 2026