• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Toor Dal And Sugar Price Hike:ଚିନି,ଡାଲି ଦର ବୃଦ୍ଧି, କିଲୋ ପିଛା ଏତେ ଟଙ୍କା ବଢିଲା ଦର

Toor Dal And Sugar Price Hike:ଚିନି,ଡାଲି ଦର ବୃଦ୍ଧି, କିଲୋ ପିଛା ଏତେ ଟଙ୍କା ବଢିଲା ଦର

ପୁଣି ବଢିଲା ଚିନି ଦର। କୁଇଣ୍ଟାଲ୍ ପିଛା ୫୦ କି ୧୦୦ ନୁହେଁ, ଏକାଥରକେ ୩୦୦ ରୁ ୫୦୦ ଟଙ୍କା ବଢିଛି। କିଛି ଦିନ ପୂର୍ବରୁ ଚିନି କୁଇଣ୍ଟାଲ୍ ପିଛା ଦର ୫୦୦ ଟଙ୍କା ଥିବା ବେଳେ ଏବେ ଛୋଟଦାନା ଓ ବଡ଼ଦାନା ପ୍ରକାରଭେଦରେ ୫୩୦୦ ରୁ ୫୫୦୦ ଟଙ୍କା ହୋଇଛି।

Written ByNarmada BeheraEdited ByNarmada Behera
Published: Oct 11, 2026, 04:22 PM IST|Updated: Oct 11, 2026, 04:25 PM IST
joinshare
Toor Dal And Sugar Price Hike:ଚିନି,ଡାଲି ଦର ବୃଦ୍ଧି, କିଲୋ ପିଛା ଏତେ ଟଙ୍କା ବଢିଲା ଦର
Image Credit: Toor Dal And Sugar Price Hike:ଚିନି,ଡାଲି ଦର ବୃଦ୍ଧି, କିଲୋ ପିଛା ଏତେ ଟଙ୍କା ବଢିଲା ଦର

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Toor Dal And Sugar Price Hike: ପୁଣି ବଢିଲା ଚିନି ଦର। କୁଇଣ୍ଟାଲ୍ ପିଛା ୫୦ କି ୧୦୦ ନୁହେଁ,  ଏକାଥରକେ ୩୦୦ ରୁ ୫୦୦ ଟଙ୍କା ବଢିଛି। କିଛି ଦିନ ପୂର୍ବରୁ ଚିନି କୁଇଣ୍ଟାଲ୍ ପିଛା ଦର ୫୦୦ ଟଙ୍କା ଥିବା ବେଳେ  ଏବେ ଛୋଟଦାନା ଓ ବଡ଼ଦାନା ପ୍ରକାରଭେଦରେ ୫୩୦୦ ରୁ ୫୫୦୦ ଟଙ୍କା ହୋଇଛି।  ଏଣେ ଖୁଚୁରା ବଜାରରେ କିଲୋ ପିଛା ୬୦ ଟଙ୍କା ବିକ୍ରି ହେଲାଣୀ ଚିନି। ଖାଲି ଚିନି ନୁହେଁ,  ହରଡ଼ ଡାଲି ଓ ବୁଟ ଡାଲି ଦର ବି ବଢିଛି। କୁଇଣ୍ଟାଲ୍ ପିଛା  ଏକାବେଳେ ୫୦୦ ରୁ ୭୦୦ ଟଙ୍କା ବୃଦ୍ଧି ପାଇଛି।  

     

    ପୂର୍ବରୁ ହରଡ଼ ଡାଲି କ୍ବିଣ୍ଟାଲ୍ ଦର ୧୩,୫୦୦ ଟଙ୍କା ଥିବା ବେଳେ ଏବେ ସ୍ଥଳବିଶେଷରେ ୧୪,୦୦୦ ଟପିଲାଣୀ । ବଜାରରେ ଡାଲି କିଲୋ ୧୪୨ ରୁ ୧୫୦ କୁ ଡେଇଁଲାଣୀ। ବୁଟଡାଲି ଦର ବି କ୍ବିଣ୍ଟାଲ୍ ପିଛା ୬୦୦ ରୁ ୭୦୦ ଟଙ୍କା ବଢିଛି। ଦଶହରା ଘଡ଼ି, ନବରାତ୍ର ଆରମ୍ଭ ହୋଇଛି। ଏ-ହି ଭଳି ସମୟରେ ହାଣ୍ତିଶାଳର ଦୁଇ ପ୍ରମୁଖ ଖାଦ୍ୟ  ଚିନି ଓ ଡାଲିର ଦର ବୃଦ୍ଧି ଖାଲି ଓଷାକାରୀ ଧାରି ନୁହେଁ, ସମସ୍ତଙ୍କ ଚିନ୍ତା ବଢାଇଛି।  ବ୍ୟବସାୟୀଙ୍କ ସୂଚନା ଅନୁସାରେ, ରାଜ୍ୟରେ ଚିନି ଓ ଡାଲିର ଉତ୍ପାଦନ  ଶୂନ। ରାଜ୍ୟରେ ବାର୍ଷିକ ୯ ଟନ୍ ଚିନି ଦରକାର ପଡୁଥିବା ବେଳେ  ମହାରାଷ୍ଟ୍ର ଓ କର୍ଣ୍ଣାଟକରୁ  ୯୮ ପ୍ରତିଶତ ଚିନି ଆସୁଛି। ଗତ ମାସ ତଳେ ଚିନି ଦର ୭୦ ଟଙ୍କା ପର୍ଯ୍ୟନ୍ତ ବଢିଥିଲା। ପରେ ପୁଣି ଟିକେ  କମିଥିଲା। 

     

    ଏବେ ପୁଣି ସେହି ପରିସ୍ଥିତି ଉପୁଜିଲାଣୀ। ସେହିପରି ବାର୍ଷିକ ୯ ଲକ୍ଷ ୩୦ ହଜାର ଟନ୍ ଡାଲି ର ଆବଶ୍ୟକତା  ପଡୁଛି ରାଜ୍ୟରେ। ଡାଲି ଅଭାବ ମେଣ୍ଟାଇବା ପାଇଁ  ଛତିଶଗଡ଼, ମହାରାଷ୍ଟ୍ର ଓ ନାଗପୁରରୁ ୮ଟନ୍ ଡାଲି ଆସୁଛି।  ବାକି ରାଜ୍ୟରେ ଚାଷ ହେଉଥିବା ମୁଗ , ବିରି ଓ କୋଳଥ  ଲୋକଙ୍କ ଚାହିଦା ପୂରଣ କରୁଛି।  ଗତ ସପ୍ତାହରେ  ଚାଉଳ ଦର ବଢିଥିଲା।  ସରୁ ବା ଫାଇନ୍ ଚାଉଳ କ୍ବିଣ୍ଟାଲ୍ ପିଛା ୮୦୦ ରୁ ୧ ହଜାର ଟଙ୍କା ଏବଂ ସୁପର ଫାଇନ୍ ଚାଉଳ ୧ ହଜାରରୁ ୧୫ ଶହ ଟଙ୍କା ବଢିଥିଲା।  ଏବେ ପୁଣି  ଅରୁଆ ଚାଉଳ ଦରରେ  ୧୦ ରୁ ୨୦ ଟଙ୍କା ଯାଏଁ ବୃଦ୍ଧି ହୋଇଛି। ଜିରା ରାଇସ୍ ଏବେ କିଲୋ ପିଛା ୬୦ ରୁ ୬୫ ଟଙ୍କା ,ଡେରାଡୁନ୍ ଚାଉଳ ୧୦୫ ରୁ ୧୧୦ ଟଙ୍କା ରହିଛି। ବାସୁମତି ଚାଉଳ କିଲୋ ପିଛା ୨୦ ଟଙ୍କା ବଢି ୧୭୦ ଟଙ୍କାରେ ପହଞ୍ଚିଛି। ଗଲା ୪ ତାରିଖରୁ  ଓମଫେଡ୍  କ୍ଷୀର ଦର ୨ ରୁ ୪ ଟଙ୍କା  ବୃଦ୍ଧି ହୋଇଛି। ରାଜ୍ୟବାସୀ ଏଭଳି  ଦର ବୃଦ୍ଧି କଷଣରେ ପେଶୀ ହେଉଥିବା ବେଳେ କେହି ଏଥିପ୍ରତି ଧ୍ୟାନ ଦେଉନାହାଁନ୍ତି। ସରକାର ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ହୋଇପଡିଛି।   
     

    Add Zee News as a Preferred Source
    TAGS:
    Odia News