SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

Written By Priyambada Rana Edited By Priyambada Rana
Published: Nov 17, 2026, 22:18 IST | Updated: Nov 17, 2026, 22:47 IST
Image Credit: AI
Join

1.Cyclone Akvan: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଅକଭାନ୍’କୁ ନେଇ ଚିନ୍ତା ବଢ଼ିଛି। ଭାରତୀୟ ପାଣିପାଗ ବିଭାଗ (IMD)ର ୧୭ ନଭେମ୍ବର ୨୦୨୬ ସକାଳ ୬ଟା UTCର ପୂର୍ବାନୁମାନ ଚାର୍ଟ ଅନୁସାରେ, ଏହି ଝଡ଼ ଆଗାମୀ ଦିନରେ ଅଧିକ ଶକ୍ତିଶାଳୀ ହୋଇପାରେ। ୧୯ ନଭେମ୍ବରରେ ଏହା ଅତି ଭୀଷଣ ସାମୁଦ୍ରିକ ଝଡ଼ (Very Severe Cyclonic Storm)ର ରୂପ ନେବାର ଆକଳନ କରାଯାଇଛି।

2.Odia News Summary: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ ‘ଅକୱାନ’ (Akvan)ର ରୂପ ନେଇଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ୧୭ ନଭେମ୍ବର ୨୦୨୬ର ସୂଚନା ଅନୁଯାୟୀ, ଏହି ବାତ୍ୟା ଦକ୍ଷିଣ ଓ ସଂଲଗ୍ନ ପଶ୍ଚିମ-ମଧ୍ୟ ବଙ୍ଗୋପସାଗର ଉପରେ ରହିଛି। ଏହା ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୩ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିଛି। ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ନଭେମ୍ବର ୧୭ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଅଧିକ ଘନୀଭୂତ ହୋଇ ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇପାରେ। ପରେ ନଭେମ୍ବର ୧୯ ତାରିଖ ସକାଳ ସୁଦ୍ଧା ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେବାର ଆଶଙ୍କା ରହିଛି।

3.School Closed: ସମ୍ଭାବ୍ୟ ବାତ୍ୟା ‘ଅକୱାନ’ (Akvan)କୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାରେ ଦୁଇ ଦିନ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ଘୋଷଣା କରାଯାଇଛି। ଏନେଇ ନଭେମ୍ବର ୧୭ ତାରିଖରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଏକ ସରକାରୀ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ALSO READ: ମଧ୍ୟାହ୍ନ ଭୋଜନରେ ଇଏ କ'ଣ ଖାଉଛନ୍ତି ପିଲା? କୁଆଡ଼େ ଗଲା ୧,୨୭୮ କୋଟି ବଜେଟ? ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା..

4.Gopalpur Beach: ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଆସନ୍ତା ୩ ଦିନ ପାଇଁ ଗୋପାଳପୁର, ସୋନପୁର ଓ ଆର୍ଯ୍ୟପଲ୍ଲୀ ବେଳାଭୂମିକୁ ବନ୍ଦ ରଖାଯାଇଛି। ଆସନ୍ତାକାଲିଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଗଞ୍ଜାମର ସମୁଦ୍ର ବେଳାଭୂମିରେ ପର୍ଯ୍ୟଟକଙ୍କ ବୁଲାବୁଲି ଉପରେ ପ୍ରଶାସନ ରୋକ୍ ଲଗାଇଛି। ଏଥିସହ ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ଗର୍ଭବତୀ ମହିଳା ଓ ପାହାଡ଼ିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି।

5.Cyclone Preparedness: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ପାଣିପାଗ ସ୍ଥିତି, ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥା ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସ୍ଥାନାନ୍ତରଣ ଓ ଜରୁରୀକାଳୀନ ବ୍ୟବସ୍ଥା ପାଇଁ ମୋଟ ୬ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଏଥିମଧ୍ୟରୁ ଗଞ୍ଜାମ ଜିଲ୍ଲା ପାଇଁ ୫ କୋଟି, ଗଜପତି ପାଇଁ ୧ କୋଟି ଏବଂ ମାଲକାନଗିରି ପାଇଁ ୫୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ସମ୍ଭାବ୍ୟ ସ୍ଥାନାନ୍ତରଣ ତାଲିକା ରାଜ୍ୟ ଜରୁରୀକାଳୀନ ଅପରେସନ୍ କେନ୍ଦ୍ର (SEOC)କୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ବିପଦପୂର୍ଣ୍ଣ ରେଳ ଟ୍ରାକ୍, ପୋଲ ଓ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଯାଞ୍ଚ କରିବାକୁ କୁହାଯାଇଛି। ଆବଶ୍ୟକ ପଡ଼ିଲେ ଟ୍ରେନ୍ ଚଳାଚଳ ନିୟନ୍ତ୍ରଣ କିମ୍ବା ବାତିଲ୍ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଭୂସ୍ଖଳନ ଆଶଙ୍କା ଥିବା ସ୍ଥାନଗୁଡ଼ିକୁ ଚିହ୍ନଟ କରିବା ଉପରେ ପ୍ରାଥମିକତା ଦିଆଯାଇଛି।

6.BJD Meeting: ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଆଗାମୀ ବିଧାନସଭା ଅଧିବେଶନରେ ରାଜ୍ୟର ବିଭିନ୍ନ ସମସ୍ୟାକୁ ନେଇ ସରକାରଙ୍କୁ ପ୍ରଶ୍ନ କରିବାକୁ ବିଜେଡି ପ୍ରସ୍ତୁତି କରିଛି। ବୈଠକରେ ଗଞ୍ଜାମ ବନ୍ୟାର କୁପରିଚାଳନା, MMDR ଆକ୍ଟ ସଂଶୋଧନ, ସାମାଜିକ ସୁରକ୍ଷା ପେନ୍‌ସନ୍‌, କୋଟିଆ ସମସ୍ୟା ଓ ଧାନ ସଂଗ୍ରହରେ ହେଉଥିବା ଅସୁବିଧା ଭଳି ପ୍ରସଙ୍ଗ ଉଠାଇବାକୁ ଆଲୋଚନା ହୋଇଛି। ଏଥିସହ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଓ ଦରଦାମ୍ ବୃଦ୍ଧିକୁ ନେଇ ମଧ୍ୟ ବିଧାନସଭାରେ ସରକାରଙ୍କଠାରୁ ଜବାବ ମାଗିବ ବିଜେଡି।

7.Mission Shakti: ଡବଲ୍ ଇଞ୍ଜିନ୍ ସରକାରରେ ମହିଳାମାନଙ୍କର ଦୁଇଗୁଣା ବିକାଶ ହେଉଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ସେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ଙ୍କ ଆର୍ଥିକ ସଶକ୍ତୀକରଣ ଓ ନୂଆ ଉଦ୍ୟୋଗ ସୁଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ଅବସରରେ ମିଶନ ଶକ୍ତି ମହିଳାଙ୍କ ପାଇଁ ‘ସୁଭଦ୍ରା ଶକ୍ତି’ ବ୍ରାଣ୍ଡ ଆରମ୍ଭ କରାଯାଇଛି। SHG ଗୋଷ୍ଠୀଗୁଡ଼ିକୁ ୩୨୯ କୋଟିରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ମିଳିଥିବାବେଳେ, ଆଗାମୀ ଦିନରେ ୨୦ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନର ଲକ୍ଷ୍ୟ ରଖାଯାଇଛି। ଏଥିସହ ‘ସୁଭଦ୍ରା ଶକ୍ତି ବଜାର’ର ନୂତନ ଉତ୍ପାଦ କ୍ୟାଟାଲଗ୍ ଉନ୍ମୋଚନ କରାଯାଇଛି। ଦୁର୍ବଳ ପରିବାରଙ୍କ ଜୀବିକା ବିକାଶ ପାଇଁ ‘ଦି ନଜ୍ ଫାଉଣ୍ଡେସନ୍’ ସହ ଚୁକ୍ତିନାମା (MoU) ସ୍ୱାକ୍ଷର ହୋଇଛି।

8.PM Modi: ଫିଲିପାଇନ୍ସର ରାଜଧାନୀ ମାନିଲାରେ ଆୟୋଜିତ ASEAN ସମ୍ମିଳନୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ଏହି ଭେଟ୍‌ଘାଟ୍‌ରେ ଟ୍ରମ୍ପ ମୋଦିଙ୍କୁ ନିଜର ବନ୍ଧୁ ଓ ଜଣେ ବଡ଼ ନେତା ବୋଲି ସମ୍ବୋଧନ କରିଛନ୍ତି। ସେହିପରି, ସାରା ବିଶ୍ୱ ମୋଦିଙ୍କୁ ସମ୍ମାନ କରେ ବୋଲି ମଧ୍ୟ କହିଛନ୍ତି। କ୍ୱାଡ୍‌ ରାଷ୍ଟ୍ରନେତାଙ୍କ ଭେଟ୍‌ଘାଟ୍‌ ସମୟରେ ମୋଦିଙ୍କ ପ୍ରତି ଟ୍ରମ୍ପଙ୍କ ଏହି ପ୍ରଶଂସା ଚର୍ଚ୍ଚାର ବିଷୟ ହୋଇଛି। ଟ୍ରମ୍ପଙ୍କ ମନ୍ତବ୍ୟ ଅନୁଯାୟୀ, ମୋଦି ଜଣେ ଦୃଢ଼ ନେତା ଏବଂ ବିଶ୍ୱସ୍ତରରେ ସମ୍ମାନିତ ବ୍ୟକ୍ତିତ୍ୱ। ଏହି ସାକ୍ଷାତ ସମୟରେ ମୋଦି କ୍ୱାଡ୍‌କୁ ଏକ ବିଶ୍ୱସ୍ତ ଓ ଗଠନମୂଳକ ସହଯୋଗୀ ମଞ୍ଚ ବୋଲି କହିବା ସହ ଆଗାମୀ ଦିନରେ ଏହାର ସହଯୋଗକୁ ଆହୁରି ମଜବୁତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି।

9.MS Dhoni: କ୍ରିକେଟ୍ ଜଗତର ଏକ ସ୍ମରଣୀୟ ଯୁଗର ଅନ୍ତ ଘଟିଛି। ଆଉ IPLରେ ହଳଦିଆ ଜର୍ସି ପିନ୍ଧି ଖେଳାଳି ଭାବେ ପଡ଼ିଆକୁ ଓହ୍ଲାଇବେ ନାହିଁ ମହେନ୍ଦ୍ର ସିଂ ଧୋନି। ଚେନ୍ନାଇ ସୁପର କିଙ୍ଗ୍ସ (CSK)କୁ ଏକ ଶକ୍ତିଶାଳୀ ଓ ସଫଳ ଦଳ ଭାବେ ଗଢ଼ି ତୋଳିଥିବା ଧୋନି ନିଜର IPL ଖେଳାଳି ଜୀବନକୁ ବିଦାୟ ଜଣାଇଛନ୍ତି। ଆସନ୍ତା ୨୦୨୭ IPL ସିଜିନ୍‌ରୁ ସେ ଖେଳାଳି ବଦଳରେ ଦଳର ମେଣ୍ଟର ଭାବେ ନୂଆ ଦାୟିତ୍ୱ ତୁଲାଇବେ।

10.Odia jatra: ଯାତ୍ରା ଦେଖିବାକୁ ଆସି ହନ୍ତସନ୍ତ ହେଲେ ଦର୍ଶକ। ପେଣ୍ଡାଲ ଆଗରେ କର୍ତ୍ତୃପକ୍ଷ ଜାଲ ଲଗାଇବା ଯୋଗୁଁ ଦର୍ଶକମାନେ ନାଟକକୁ ଠିକ୍ ଭାବେ ଉପଭୋଗ କରିପାରିନଥିଲେ। ସୂଚନା ଅନୁସାରେ, ପୂର୍ବରୁ ଯାତ୍ରାର ବିଷୟବସ୍ତୁକୁ ନେଇ କିଛି ଅସନ୍ତୁଷ୍ଟ ଦର୍ଶକ ପେଣ୍ଡାଲ ଉପରକୁ ଚେୟାର ଫିଙ୍ଗିଥିଲେ। ଏହାପରେ କଳାକାରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପେଣ୍ଡାଲ ଚାରିପଟେ ଜାଲ ଲଗାଇଛନ୍ତି କର୍ତ୍ତୃପକ୍ଷ। ତେବେ ସୁରକ୍ଷା ପାଇଁ ନିଆଯାଇଥିବା ଏହି ପଦକ୍ଷେପ ଯୋଗୁଁ ଦର୍ଶକଙ୍କ ଯାତ୍ରା ଦେଖିବାର ଅନୁଭୂତି ପ୍ରଭାବିତ ହୋଇଛି।

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES