• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

Written ByPriyambada RanaEdited ByPriyambada Rana
Published: Oct 29, 2026, 10:13 PM IST|Updated: Oct 29, 2026, 10:16 PM IST
joinshare
Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...
Image Credit: Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

About the Author

    Priyambada Rana

    Priyambada Rana

    I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    1.Cyclone Updates: ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଓ ପବନ ଯୋଗୁଁ ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ବିଶେଷ କରି ଗଞ୍ଜାମ-ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନେକ ସ୍ଥାନରେ ରାସ୍ତା ଧୋଇ ହୋଇଯାଇଥିବା ବେଳେ ଆଉ କେଉଁଠି ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି। ଫଳରେ ବିଭିନ୍ନ ଅଞ୍ଚଳ ମଧ୍ୟରେ ଯାତାୟାତ ଗୁରୁତର ଭାବେ ପ୍ରଭାବିତ ହୋଇଛି।

    2.CM Mohan Majhi: ବନ୍ୟା ପ୍ରଭାବିତ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତରେ ଆସନ୍ତାକାଲି ଯିବେ ମୁଖ୍ୟମନ୍ତ୍ରୀ। ଗସ୍ତ ସମୟରେ ସେ ଆକାଶମାର୍ଗରୁ ଉଭୟ ଜିଲ୍ଲାର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ମଧ୍ୟ ଗସ୍ତ କରି ବନ୍ୟାଜନିତ କ୍ଷୟକ୍ଷତି ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ସ୍ଥିତି ସମୀକ୍ଷା କରିବେ। ଏହି ଗସ୍ତରେ ପ୍ରଭାବିତ ଅଞ୍ଚଳର ସ୍ଥିତି ଏବଂ ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯିବ।

    3.School Close: ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସୁନ୍ଦରଗଡ଼ ଜିଲ୍ଲାରେ ସମସ୍ତ ସ୍କୁଲ ବନ୍ଦ ରହିବ। ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟାଜନିତ ସମ୍ଭାବ୍ୟ ବିପଦକୁ ଏଡ଼ାଇବା ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

    4.Cyclone Arnab Impact: ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ରେଳ ଚଳାଚଳ ଉପରେ ପ୍ରଭାବ ପଡ଼ିଥିବା ସୂଚନା ମିଳିଛି। ଯାତ୍ରୀଙ୍କ ସୁରକ୍ଷା ଓ ପରିଚାଳନାଗତ କାରଣରୁ ମୋଟ ୯ଟି ଟ୍ରେନ୍ ବାତିଲ କରାଯାଇଥିବାବେଳେ ୧୪ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି। ଏହି ପରିବର୍ତ୍ତନ ଯୋଗୁଁ ଓଡ଼ିଶା ସମେତ ଦେଶର ବିଭିନ୍ନ ରୁଟ୍‌ରେ ଯାତ୍ରା କରୁଥିବା ରେଳଯାତ୍ରୀ ପ୍ରଭାବିତ ହୋଇପାରନ୍ତି। ପ୍ରଦତ୍ତ ସୂଚନା ଅନୁସାରେ, ୨୯ ଅକ୍ଟୋବର ୨୦୨୬ ଓ ୩୦ ଅକ୍ଟୋବର ୨୦୨୬ ପାଇଁ କେତେକ ଟ୍ରେନ୍‌ର ସେବା ବାତିଲ କରାଯାଇଥିବାବେଳେ ଅନ୍ୟ କେତେକ ଟ୍ରେନ୍ ବିକଳ୍ପ ରୁଟ୍‌ରେ ଚଳାଚଳ କରିବ।

    5.Coast Guard Helicopter Deployed for Rescue: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଓଡ଼ିଶାର ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଗମ୍ଭୀର ହୋଇଛି। ଗଞ୍ଜାମ ଜିଲ୍ଲାରେ ପ୍ରାୟ ୨ ହଜାର ଲୋକ ପାଣିଘେରରେ ଫସିଥିବାରୁ ଉଦ୍ଧାର କାର୍ଯ୍ୟ ପାଇଁ ଭାରତୀୟ କୋଷ୍ଟଗାର୍ଡର ହେଲିକପ୍ଟର ନିୟୋଜିତ ହୋଇଛି। ଗତ ୨୪ ଘଣ୍ଟାରେ ଗଞ୍ଜାମର ପାତ୍ରପୁରରେ ସର୍ବାଧିକ ୫୪୬ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ, କନ୍ଧମାଳର ଜି. ଉଦୟଗିରିରେ ୪୬୨.୪ ମିଲିମିଟର ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଋଷିକୁଲ୍ୟା ଓ ବଂଶଧାରା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

    6.OUSSSC: ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ (OUSSSC) ପକ୍ଷରୁ କମ୍ବାଇନ୍‌ଡ ପୋଲିସ ସର୍ଭିସ୍‌ ପରୀକ୍ଷା-୨୦୨୪ (CPSE-2024) ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କୁ ଆଶ୍ୱସ୍ତି ମିଳିଛି। ପ୍ରାର୍ଥୀଙ୍କ ପ୍ରମାଣପତ୍ର ଓ ତଥ୍ୟ ଅପଡେଟ୍‌ ଏବଂ ଯାଞ୍ଚ କରିବାର ସମୟସୀମାକୁ ଆଉ ୧୦ ଦିନ ବଢ଼ାଇ ଦିଆଯାଇଛି। ଏବେ ପ୍ରାର୍ଥୀମାନେ ୨୦୨୬ ନଭେମ୍ବର ୮ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଶେଷ କରିପାରିବେ।

    7.PM Kisan 24th Installment: ଆସନ୍ତାକାଲି ଚାଷୀଙ୍କ ଖାତାକୁ ଆସିବ ପିଏମ୍‌ କିଷାନ ଯୋଜନାର ୨୪ତମ କିସ୍ତି ଟଙ୍କା। ଓଡ଼ିଶାର ୩୫ ଲକ୍ଷରୁ ଅଧିକ ଚାଷୀଙ୍କୁ ୭୦୦ କୋଟି ଟଙ୍କାରୁ ଅଧିକ ଅର୍ଥରାଶି ମିଳିବ। ଗୁଜରାଟର ବନାସକାଣ୍ଠାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କିସ୍ତି ଟଙ୍କା ପ୍ରଦାନ କରିବେ। ଏହା ସହ ଭୁବନେଶ୍ୱରସ୍ଥିତ ଓୟୁଏଟି ପରିସରରେ ପୂର୍ବାହ୍ନ ୯ଟାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ ସାମିଲ ହେବେ।

    8.Hormuz strait: ହର୍ମୁଜ୍ ପ୍ରଣାଳୀର ଦକ୍ଷିଣ ଭାଗରେ ଏକ ଅନଧିକୃତ ସାମୁଦ୍ରିକ ମାର୍ଗ ଦେଇ ଯାତାୟାତ କରୁଥିବା ସମୟରେ ବିପଦପୂର୍ଣ୍ଣ ସାମୁଦ୍ରିକ ମାଇନ୍ ସଂସ୍ପର୍ଶରେ ଆସି ୩ଟି ବିଶାଳ ତୈଳ ଟାଙ୍କରରେ ବିସ୍ଫୋରଣ ଘଟିଥିବା ଇରାନର ସେନା ପକ୍ଷରୁ ଦାବି କରାଯାଇଛି। ଇରାନର ସରକାରୀ ଗଣମାଧ୍ୟମରେ ଗୁରୁବାର ପ୍ରକାଶିତ ସେନାର ବିବୃତି ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଏହି ଘଟଣା ଘଟିଛି। ବିଶ୍ୱର ଏକ ପ୍ରମୁଖ ତୈଳ ପରିବହନ ଜଳପଥ ହର୍ମୁଜ୍ ପ୍ରଣାଳୀରେ ଏହି ଘଟଣା ସାମୁଦ୍ରିକ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି।

    9.Pakistan Tragedy: ପାକିସ୍ତାନର ସିନ୍ଧ ପ୍ରଦେଶରେ ଗୁରୁବାର ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଛି। ରୋଗୀଙ୍କୁ ହସ୍ପିଟାଲ ନେଉଥିବା ଏକ ଆମ୍ବୁଲାନ୍ସ ଭିତରେ ଅକ୍ସିଜେନ୍ ସିଲିଣ୍ଡର ବିସ୍ଫୋରଣ ହେବାରୁ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ପ୍ରସବ ପରେ ଅସୁସ୍ଥ ହୋଇପଡ଼ିଥିବା ଜଣେ ମହିଳା ମଧ୍ୟ ଅଛନ୍ତି। ବିସ୍ଫୋରଣ ପରେ ଆମ୍ବୁଲାନ୍ସରେ ନିଆଁ ଲାଗିଯିବାରୁ ଏହି ଦୁଃଖଦ ଘଟଣା ଘଟିଥିବା ଜଣାପଡ଼ିଛି।

    10.Jasprit Bumrah:ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରାଙ୍କ ବୋଲିଂକୁ ପ୍ରଶଂସା କରିଛନ୍ତି ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାକର ୟୁନିସ୍‌। ତାଙ୍କ ମତରେ, ସୀମିତ ଓଭର କ୍ରିକେଟ୍‌ରେ ବୁମ୍‌ରାଙ୍କ ସହ ତୁଳନା କରିବା ପାଇଁ କେହି ନାହାନ୍ତି। ତେବେ ଟେଷ୍ଟ କ୍ରିକେଟ୍‌ରେ ନିଜର ଶ୍ରେଷ୍ଠତା ପ୍ରମାଣ କରିବାକୁ ବୁମ୍‌ରାଙ୍କୁ ଆହୁରି ସୁଯୋଗ ଓ ଅଭିଜ୍ଞତା ଆବଶ୍ୟକ ବୋଲି ୱାକର ମତ ଦେଇଛନ୍ତି। ଏହି ଫର୍ମାଟ୍‌ରେ ବୁମ୍‌ରାଙ୍କ ଅଭିଜ୍ଞତାକୁ ମିଚେଲ୍‌ ଷ୍ଟାର୍କ ଓ ଜୋଶ୍‌ ହେଜଲଉଡ୍‌ଙ୍କ ଭଳି ଅଭିଜ୍ଞ ଦ୍ରୁତ ବୋଲରଙ୍କ ସହ ତୁଳନା କରି ସେ ନିଜର ମତ ରଖିଛନ୍ତି।

    Add Zee News as a Preferred Source
    TAGS:
    Odia News