Train: ଜାନୁଆରୀରୁ ବଦଳିବ ଟ୍ରେନ୍ ନମ୍ବର ଓ ଶ୍ରେଣୀ, ଯାତ୍ରା ପୂର୍ବରୁ...
Train: ଜାନୁଆରୀ ୨୦୨୭ ରୁ ବିଭିନ୍ନ ଟ୍ରେନର ନମ୍ବର ଓ ଶ୍ରେଣୀରେ ପରିବର୍ତ୍ତନ କରାଯିବ। ସୁପର ଫାଷ୍ଟ ଶ୍ରେଣୀରୁ ମେଲ୍ /ଏକ୍ସପ୍ରେସ୍ ଶ୍ରେଣୀକୁ ପରିବର୍ତ୍ତନ ଅନୁଯାୟୀ ଏହି ନୂତନ ନମ୍ବର ଗୁଡିକ ନିର୍ଦ୍ଦିଷ୍ଟ ତାରିଖରୁ କାର୍ଯ୍ୟକାରୀ ହେବ। ଏହି କ୍ରମରେ ଆସନ୍ତା ଜାନୁଆରୀ ୧ ରୁ ହାଓ୍ବଡା-କଣ୍ଟାବାଞ୍ଜି ଇସ୍ପାତ୍ ଏକ୍ପପ୍ରେସ୍ ନୂତନ ନମ୍ବର ୧୮୦୭୩ ଏବଂ କଣ୍ଟାବାଞ୍ଜି -ହାଓ୍ବାଡା ଏକ୍ସପ୍ରେସ୍ ନୂତନ ନମ୍ବର ୧୮୦୭୪ ସହ ଚଳାଚଳ କରିବ। ସେହିପରି,ଜାନୁଆରୀ ୨ରୁ ହାଓ୍ବଡା-ଜିନାଗଡ଼ ରୋଡ୍ ଇସ୍ପାତ୍ ଏକ୍ସପ୍ରେସ୍ ର ନୂତନ ନମ୍ବର ୧୮୦୭୧ ଜାନୁଆରୀ ୩ରୁ ଲାଗୁ ହେବ।

ALSO READ: Ap Eletion 2026: ଆଜି ଆନ୍ଧ୍ର ପଞ୍ଚାୟତ ନିର୍ବାଚନ,ହାଇ ଆଲର୍ଟରେ ବିବାଦୀୟ କୋଟିଆ,୨୧ ଗାଁରେ ୧୬୩ କଟକଣା ଲାଗୁ...
ALSO READ: Bhubaneswar Crime News:ପୁଣି ଗର୍ଜିଲା ବନ୍ଧୁକ,ରାଜଧାନୀରେ ଗୁଳିକାଣ୍ତରେ ଚାଲିଗଲା ଜଣଙ୍କ ଜୀବନ
ଏଥିସହ ଜାନୁଆରୀ ୪ ତାରିଖରୁ ଏର୍ଣ୍ଣାକୁଲମ୍ -ପାଟନା ଏକ୍ସପ୍ରେସ୍ ର ୧୬୩୫୯ ଏବଂ ପାଟନା ଏର୍ଣ୍ଣକୁଲମ୍ ଏକ୍ସପ୍ରେସ୍ ର ନୂତନ ନମ୍ବର ୧୬୩୬୦ ଜାନୁଆରୀ ୧ ଠାରୁ ଲାଗୁ ହେବ। ଭୁବନେଶ୍ବର ପୁରୁଣା କଟକ ସୁପରଫାଷ୍ଟ ଏକ୍ପପ୍ରେସ୍ ନୂତନ ନମ୍ବର ୧୮୪୧୧ ଏବଂ ପୁରୁଣା କଟକ ଭୁବନେଶ୍ବର ସୁପରଫାଷ୍ଟ ଏକ୍ସପ୍ରେସ୍ ର ନୂଆ ନମ୍ବର ୧୮୪୧୨ ଜାନୁଆରୀ ୬ ଠାରୁ ଲାଗୁ ହେବ। ପୁରୀ-ଜସବନ୍ତପୁର ସୁପରଫାଷ୍ଟ ଏକ୍ପପ୍ରେସ୍ ନୂତନ ନମ୍ବର ୧୮୪୨୯ ଜାନୁଆରୀ ୮ ଏବଂ ଯଶବନ୍ତପୁର -ପୁରୀ ସୁପରଫାଷ୍ଟ ଏକ୍ପପ୍ରେସ୍ ର ୧୮୪୩୦ ନମ୍ବର ଜାନୁଆରୀ ୯ ଠାରୁ ଲାଗୁ ହେବ। ଏହା ବ୍ୟତୀତ ବିଶାଖାପାଟଣା-ଅମୃତସର ହୀରାକୁଦ୍ ଏକ୍ପପ୍ରେସ୍ ନୂଆ ନମ୍ବର ୧୮୫୧୩ ଜାନୁଆରୀ ୫ ଏବଂ ଅମୃତସର-ବିଖାଶାପାଟଣା ହୀରାକୁଦ୍ ଏକ୍ସପ୍ରେସ୍ ର ନୂତନ ନମ୍ବର ୧୮୫୧୪ ଜାନୁଆରୀ ୯ ଠାରୁ କାର୍ଯ୍ୟକାରୀ ହେବ। ଯାତ୍ରୀମାନଙ୍କୁ ପରିବର୍ତ୍ତିତ ଟ୍ରେନ ନମ୍ବର ସମ୍ପର୍କରେ ଅବଗତ ହୋଇ ନିଜର ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି।