ପାରାଦୀପରେ ଆରମ୍ଭ ହେଲା ୨ ଦିନିଆ ମିଳିତ ସମରାଭ୍ୟାସ 'ସି ଭିଜିଲ'
ଏହି ସମରାଭ୍ୟାସରେ ଇଣ୍ଡିଆନ ନ୍ୟାଭି, କୋଷ୍ଟଗାର୍ଡ, ମେରାଇନ ପୋଲିସ, ମତ୍ସ୍ୟ ବିଭାଗ, କଷ୍ଟମ୍ସ, ପାରାଦୀପ ବନ୍ଦର, ବନ ବିଭାଗ, ଅଗ୍ନିଶମ ବିଭାଗ, ସିଆଇଏସଏଫ, ଇଣ୍ଟେଲିଜେନ୍ସ , ଓଡ଼ିଶା ପୋଲିସ ସମେତ ବହୁ ବିଭାଗ ସାମିଲ ହୋଇଛନ୍ତି।
ପାରାଦୀପ: (ନାରାୟଣ ବେହେରା) ଆରମ୍ଭ ହୋଇଛି ଦୁଇଦିନିଆ ମିଳିତ ସମରାଭ୍ୟାସ 'ସି ଭିଜିଲ'। ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣା ପରେ ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଦେଶକୁ ସୁରକ୍ଷା ଦେବାକୁ ପ୍ରତ୍ୟେକ ବର୍ଷ ଏହି ମିଳିତ ସମରାଭ୍ୟାସ ହୋଇ ଆସୁଛି । ସମସ୍ତ ବୋଟର କାଗଜ ପତ୍ର ଯାଞ୍ଚ କରାଯିବା ସହିତ କର୍ମଚାରୀମାନଙ୍କ ପରିଚୟ ପତ୍ର ଦେଖା ଯାଉଛି।
ଏହି ସମରାଭ୍ୟାସରେ ଇଣ୍ଡିଆନ ନ୍ୟାଭି, କୋଷ୍ଟଗାର୍ଡ, ମେରାଇନ ପୋଲିସ, ମତ୍ସ୍ୟ ବିଭାଗ, କଷ୍ଟମ୍ସ, ପାରାଦୀପ ବନ୍ଦର, ବନ ବିଭାଗ, ଅଗ୍ନିଶମ ବିଭାଗ, ସିଆଇଏସଏଫ, ଇଣ୍ଟେଲିଜେନ୍ସ , ଓଡ଼ିଶା ପୋଲିସ ସମେତ ବହୁ ବିଭାଗ ସାମିଲ ହୋଇଛନ୍ତି। ତେବେ ଚଳିତ ସମରାଭ୍ୟାସରେ ଅନ୍ୟ ରାଜ୍ୟର କର୍ମଚାରୀ ରେଡ୍ ଟିମ୍ ଭାବେ ଓଡ଼ିଶାରେ ପ୍ରବେଶ କରି ବିଭିନ୍ନ ଜନଗହଳି ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆକ୍ରମଣ କରିବା ପାଇଁ ପ୍ରୟାସ କରିବେ ଏବଂ ଓଡ଼ିଶାର ବ୍ଲୁ ଟିମ୍ ସେମାନଙ୍କୁ ଧରିବା ପାଇଁ ପ୍ରୟାସ କରିବେ।
ସେହିପରି ଓଡ଼ିଶାର କିଛି କର୍ମଚାରୀ ଅନ୍ୟ ରାଜ୍ୟକୁ ରେଡ୍ ଟିମ୍ ଭାବେ ଜଳପଥରେ ଯାଇ ଆକ୍ରମଣ କରିବାକୁ ଚେଷ୍ଟା କରିବେ ଏବଂ ସେମାନେ ଏହାକୁ ରୋକିବାକୁ ପ୍ରୟାସ କରିବେ। ଏହା ଦ୍ବାରା ବିଭିନ୍ନ ରାଜ୍ୟ ମଧ୍ୟରେ ସମନ୍ୱୟ ରକ୍ଷା କରାଯିବା ସହିତ ବାହ୍ୟ ଶତୃଙ୍କ ମୁକାବିଲା କରିବା ପାଇଁ ସହାୟକ ହେବ। ସକାଳ ୬ ଟା ଠାରୁ ଆରମ୍ଭ ଏହି ଦୁଇଦିନିଆ ମିଳିତ ସମରାଭ୍ୟାସ ଆସନ୍ତା କାଲି ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି।
Also Read- ବାଇକରେ ୧୫ କିମି ପିଛା କରି ଦୁର୍ବୃତ୍ତକୁ କାବୁ କଲେ ପୋଲିସ ବାବୁ, ଖୋଲିଲା ଗୁମର
Also Read- 'ଜାତୀୟ ବୈଜ୍ଞାନିକ ହୋମିଓପାଥି ସମ୍ମିଳନୀ'ରେ ଯୋଗ ଦେବା ପରେ ଦିଲ୍ଲୀ ଫେରିଲେ ରାଷ୍ଟ୍ରପତି