• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /ବାଇକରେ ୧୫ କିମି ପିଛା କରି ଦୁର୍ବୃତ୍ତକୁ କାବୁ କଲେ ପୋଲିସ ବାବୁ, ଖୋଲିଲା ଗୁମର

ବାଇକରେ ୧୫ କିମି ପିଛା କରି ଦୁର୍ବୃତ୍ତକୁ କାବୁ କଲେ ପୋଲିସ ବାବୁ, ଖୋଲିଲା ଗୁମର

ଗୁଜରାଟର ଜଣେ ପୋଲିସ କର୍ମଚାରୀଙ୍କ ସାହସିକତା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କଠାରୁ ମୋବାଇଲ୍ ଲୁଟି ଫେରାର ହେଉଥିବା ଦୁଇ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ସିପାହୀ ଜଣକ ୧୫ କିଲୋମିଟର ପର୍ଯ୍ୟନ୍ତ ସେମାନଙ୍କର ପିଛା କରିଥିଲେ। ଏହାପରେ ସେମାନଙ୍କ ମଧ୍ୟରୁ ଜଣେ ଦୁର୍ବୃତ୍ତକୁ ସେ କାବୁ କରିନେଇଥିଲେ।

Written BySoubhagya Ranjan MishraEdited BySoubhagya Ranjan Mishra
Published: Nov 24, 2026, 22:31 IST|Updated: Nov 24, 2026, 22:35 IST
joinshare
ବାଇକରେ ୧୫ କିମି ପିଛା କରି ଦୁର୍ବୃତ୍ତକୁ କାବୁ କଲେ ପୋଲିସ ବାବୁ, ଖୋଲିଲା ଗୁମର
Image Credit: Social Media

About the Author

Soubhagya Ranjan Mishra

Soubhagya Ranjan Mishra

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ବାଇକରେ ୧୫ କିମି ପିଛା କରି ଦୁର୍ବୃତ୍ତକୁ କାବୁ କଲେ ପୋଲିସ ବାବୁ, ଖୋଲିଲା ଗୁମର

ବାଇକରେ ୧୫ କିମି ପିଛା କରି ଦୁର୍ବୃତ୍ତକୁ କାବୁ କଲେ ପୋଲିସ ବାବୁ, ଖୋଲିଲା ଗୁମର

2

Top 10 News: ବାଲିଯାତ୍ରା ଉଦ୍‌ଘାଟନ କଲେ ରାଷ୍ଟ୍ରପତି, ବାଂଲାଦେଶ ଫେରିବେ ପୂର୍ବତନ ପ୍ରଧାନମନ୍ତ୍ରୀ ହସିନା ଓ ଅନ୍ୟ ଖବର

3

Vaibhav Suryavanshi: ୫୨ ବଲ୍‌ରେ ୨୦୪ ରନ୍ ସଂଗ୍ରହ କରି ନୂଆ ରେକର୍ଡ କଲେ ବୈଭବ ସୂର୍ଯ୍ୟବଂଶୀ

4

ବାଲିଯାତ୍ରାରେ ପହଞ୍ଚି ମହାନଦୀରେ ଡଙ୍ଗା ଭସାଇ ଓରମାସ ଷ୍ଟଲ୍ ଉଦଘାଟନ କଲେ ରାଷ୍ଟ୍ରପତି

5

କେନିଆ ଯୁବକଙ୍କ ନାଁରେ ସଙ୍ଗୀନ ଅଭିଯୋଗ, ଅପହରଣ ଓ ଦୁଷ୍କର୍ମ ମାମଲାରେ ଗିରଫ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.

ଗୁଜରାଟ: ଅହମ୍ମଦାବାଦରେ ନିୟୋଜିତ ଜଣେ ପୋଲିସ କନେଷ୍ଟବଳଙ୍କ ସାହସ ଏବଂ ଠିକ୍ ସମୟରେ ନିଆଯାଇଥିବା ପଦକ୍ଷେପକୁ ଖୁବ୍ ପ୍ରଶଂସା କରାଯାଉଛି। ଲୋକମାନେ କହୁଛନ୍ତି ଯେ, ଜୀବନରେ କୌଣସି ଜେମ୍ସ ବଣ୍ଡଙ୍କୁ ତ ଦେଖିନାହାନ୍ତି, କିନ୍ତୁ ସିପାହୀଙ୍କ ସାହସିକତାରେ ସେମାନଙ୍କୁ ତାଙ୍କ ଭିତରେ ହିଁ ଜେମ୍ସ ବଣ୍ଡ ଦେଖାଯାଇଛି। ସେହି କନେଷ୍ଟବଳ ନିଜ ବାଇକରେ ୧୫ କିମି ପର୍ଯ୍ୟନ୍ତ ମୋବାଇଲ୍ ଲୁଟେରାଙ୍କ ପିଛା କରି ଧରିବା ସହ ୪ଟି ଫୋନ୍ ମଧ୍ୟ ଜବତ କରିଛନ୍ତି। ‘ଧୂମ୍’ ଫିଲ୍ମ ଭଳି ଲୁଟେରାମାନେ ନିଜ ବାଇକରେ ଆଗେ ଆଗେ ଦୌଡ଼ୁଥିଲେ । କନେଷ୍ଟବଳ ନିଜ ବାଇକରେ ସେମାନଙ୍କର ପିଛା କରୁଥିଲେ। ଏହି ସମୟରେ ଚୋରମାନେ ଅନେକ ଥର ଚକମା ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ।

ବାଇକ୍ ଆରୋହୀ ଦୁର୍ବୃତ୍ତ ବ୍ୟକ୍ତିଙ୍କଠାରୁ ଲୁଟିନେଲେ ମୋବାଇଲ୍ ଫୋନ୍
ରିପୋର୍ଟ ଅନୁଯାୟୀ, ପୋଲିସ କନଷ୍ଟେବଳ ଚିନ୍ତନ ପାଣ୍ଡ୍ୟା ଅହମ୍ମଦାବାଦ ପୋଲିସର ସର୍ଭିଲାନ୍ସ ସ୍କ୍ୱାଡରେ ନିୟୋଜିତ ଅଛନ୍ତି। ସେ ନଭେମ୍ବର ୧୮ ତାରିଖ ଅପରାହ୍ନରେ ରାସ୍ତାରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ମାଦଲପୁର ଅଞ୍ଚଳରେ ବିନା ନମ୍ବର ପ୍ଲେଟ୍ ଥିବା ଏକ ବାଇକରେ ଦୁଇଜଣ ଯୁବକ ରାସ୍ତା କଡ଼ରେ ବସିଥିବାର ସେ ଦେଖିବାକୁ ପାଇଥିଲେ। ଚିନ୍ତନ ଧ୍ୟାନ ଦେଇ ଦେଖିଲେ ଯେ, ଉଭୟ ଯୁବକ କିଛି ଦୂରରେ ମୋବାଇଲରେ କଥା ହେଉଥିବା ଜଣେ ବ୍ୟକ୍ତିଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

ତୁରନ୍ତ କନେଷ୍ଟବଳ ଚିନ୍ତନ ପାଣ୍ଡ୍ୟା ଅନୁମାନ କରିନେଲେ ଯେ, ସେମାନେ ମୋବାଇଲ୍ ଲୁଟେରା ଏବଂ ସାମ୍ନାରେ ଥିବା ବ୍ୟକ୍ତିଙ୍କ ଫୋନ୍ ଲୁଟିବା ଫିରାକରେ ଅଛନ୍ତି। ତାଙ୍କର ସନ୍ଦେହ ସତ ପ୍ରମାଣିତ ହେଲା। କିଛି ସମୟ ମଧ୍ୟରେ ବାଇକ୍ ଆରୋହୀ ଯୁବକମାନେ ଦ୍ରୁତ ଗତିରେ ସେହି ବ୍ୟକ୍ତିଙ୍କ ପାଖରେ ପହଞ୍ଚିଥିଲେ ଏବଂ ପଛରେ ବସିଥିବା ଯୁବକ ଝାମ୍ପି ନେଇ ଫୋନ୍ ଛଡ଼ାଇ ନେଇଥିଲେ। ଏହା ସହିତ ସେମାନେ ଦ୍ରୁତ ଗତିରେ ବାଇକ୍ ଚଳାଇ ସେଠାରୁ ଫେରାର ହେବାକୁ ଲାଗିଲେ।

ସିପାହୀ ବାଇକରେ ୧୫ କିମି ପର୍ଯ୍ୟନ୍ତ କଲେ ପିଛା
ଏହି ଦୃଶ୍ୟ ଦେଖି ବିଳମ୍ବ ନକରି ନିଜ ପୋଲିସ ବାଇକ୍ ଦୌଡ଼ାଇଥିଲେ। ଉଭୟଙ୍କ ମଧ୍ୟରେ ଲୁଚକାଳିର ଏହି ଖେଳ ପ୍ରାୟ ୧୫ କିମି ପର୍ଯ୍ୟନ୍ତ ଚାଲିଥିଲା। ଏହି ସମୟରେ ପୋଲିସଠାରୁ ବଞ୍ଚିବା ପାଇଁ ଚୋରମାନେ ଅଙ୍କାବଙ୍କା ଭାବେ ବାଇକ୍ ଚଳାଇ ମାଦଲପୁର, ରିଭରଫ୍ରଣ୍ଟ, ଚନ୍ଦ୍ର ନଗର, ମହାଲକ୍ଷ୍ମୀ କ୍ରସ୍ ରୋଡ୍ସ ଏବଂ ପାଞ୍ଜରାପୋଲ ଦେଇ ସିଜି ରୋଡ୍ ଆଡ଼କୁ ଦୌଡ଼ିଥିଲେ। ରାସ୍ତାରେ ଦୁର୍ବୃତ୍ତମାନେ ଅନେକ ଥର ଚିନ୍ତନଙ୍କୁ ଚକମା ଦେବାକୁ ଚେଷ୍ଟା କରିଥିଲେ, କିନ୍ତୁ ସିପାହୀ ସେମାନଙ୍କର ପିଛା ଛାଡ଼ିନଥିଲେ।

ଚୋର-ପୋଲିସର ଏହି ଦୌଡ଼ ରାସ୍ତାରେ ଲାଗିଥିବା ସମସ୍ତ ସିସିଟିଭି କ୍ୟାମେରାରେ ମଧ୍ୟ ରେକର୍ଡ ହେଉଥିଲା। ଶେଷରେ କନେଷ୍ଟବଳ ସିଜି ରୋଡ୍ ନିକଟରେ ଜଣେ ଦୁର୍ବୃତ୍ତକୁ ମାଡ଼ି ବସିଥିଲେ। ତେବେ ତା’ର ଅନ୍ୟ ଜଣେ ସାଥୀ ଭିଡ଼ର ସୁଯୋଗ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ତଲାସୀ ନେବା ପରେ ତା’ ନିକଟରୁ ବିଭିନ୍ନ ବ୍ରାଣ୍ଡର ୪ଟି ଦାମୀ ଫୋନ୍ ମିଳିଥିଲା। ସେଗୁଡ଼ିକର ଆନୁମାନିକ ମୂଲ୍ୟ ପ୍ରାୟ ୬୦ ହଜାର ଟଙ୍କା ବୋଲି କୁହାଯାଉଛି।

ଲୋକେ କହିଲେ- ଆମେ ସିପାହୀଙ୍କ ରୂପରେ ଅସଲି ଜେମ୍ସ ବଣ୍ଡ ଦେଖିଲୁ
ଏହାପରେ ଅଭିଯୁକ୍ତକୁ ଥାନାକୁ ଅଣାଯାଇ ତା’ର ପୁରୁଣା ରେକର୍ଡ ଯାଞ୍ଚ କରାଯାଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ସେ ଏହି ଫୋନଗୁଡ଼ିକୁ ସହରର ବିଭିନ୍ନ ଅଞ୍ଚଳରୁ ଲୁଟିଥିଲା। ଏହି ଘଟଣାଗୁଡ଼ିକ ପରେ ପୀଡ଼ିତମାନେ ସରଖେଜ, ସାଟେଲାଇଟ୍, ବୋଡକଦେବ ଏବଂ ବସ୍ତ୍ରପୁର ଥାନାରେ ମାମଲା ରୁଜୁ କରିଥିଲେ। ପୋଲିସ ଏବେ ଦ୍ୱିତୀୟ ଦୁର୍ବୃତ୍ତକୁ ମଧ୍ୟ ଖୋଜିବାକୁ ଚେଷ୍ଟା କରୁଛି। ଏହା ସହିତ ଦୁର୍ବୃତ୍ତମାନଙ୍କର ବାକି ମାମଲାଗୁଡ଼ିକର ମଧ୍ୟ ତଦନ୍ତ କରାଯାଉଛି।

କନେଷ୍ଟବଳ ଚିନ୍ତନ ପାଣ୍ଡ୍ୟାଙ୍କ ସାହସିକତା ଯୋଗୁଁ ମୋବାଇଲ୍ ଲୁଟେରା ଧରାପଡ଼ିବା ପରେ କେବଳ ପୋଲିସ ଅଧିକାରୀ ନୁହଁନ୍ତି, ବରଂ ସାଧାରଣ ଲୋକେ ମଧ୍ୟ ତାଙ୍କର ବୀରତ୍ୱକୁ ପ୍ରଶଂସା କରି ଥକୁନାହାନ୍ତି। ଲୋକମାନେ ତାଙ୍କୁ ଜେମ୍ସ ବଣ୍ଡଙ୍କ ସହ ତୁଳନା କରୁଛନ୍ତି, ଯିଏ ହଲିଉଡ୍ ଫିଲ୍ମରେ ନିଜ ଶତ୍ରୁମାନଙ୍କୁ ଏହିଭଳି ବିପଜ୍ଜନକ ଷ୍ଟଣ୍ଟ କରି ଧରିଥାନ୍ତି।

Also Read- Vaibhav Suryavanshi: ୫୨ ବଲ୍‌ରେ ୨୦୪ ରନ୍ ସଂଗ୍ରହ କରି ନୂଆ ରେକର୍ଡ କଲେ ବୈଭବ ସୂର୍ଯ୍ୟବଂଶୀ

Add Zee News as a Preferred Source
TAGS:
Trending News